/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680079257.jpg)
Shah Rukh Khan buys expensive rolls Royce car
ଚାରି ବର୍ଷ ପରେ ରୂପେଲି ପରଦାକୁ ଫେରିବା ପରେ ଶାହରୁଖ ଖାନ ଆଜିକାଲି ‘ପଠାନ’ର ସଫଳତାକୁ ପାଳନ କରୁଛନ୍ତି। ଅନ୍ୟପକ୍ଷରେ ସୋସିଆଲ ମିଡିଆ ରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଡଙ୍କି’ ଓ ‘ଜୱାନ’ର ଚର୍ଚ୍ଚା ଶୁଣିବା ପରେ କିଙ୍ଗ ଖାନଙ୍କ ହୃଦୟ ଖୁସିରେ ଭରିଯାଉଛି। ଏହି ସମୟରେ ଅଭିନେତା ଶାହରୁଖ ଖାନ ନିଜକୁ ଏକ ନୂଆ ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ଲକ୍ଷ ଲକ୍ଷ ନୁହେଁ ବରଂ କୋଟି ଟଙ୍କା।
ରବିବାର ବିଳମ୍ବିତ ରାତିରେ ଅଭିନେତାଙ୍କୁ ମହଙ୍ଗା କାର ରୋଲ୍ସ-ରଏସ୍ କଲିନାନ୍ ବ୍ଲାକ୍ ବ୍ୟାଜ୍ ସହିତ ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଅଧିକ ପଢ଼ନ୍ତୁ: ବକ୍ସ ଅଫିସରେ ‘ପଠାନ’ର ରାଜତ୍ୱ; ‘ବାହୁବଲୀ ୨’କୁ ପକେଇଲା ତଳେ
ଖବର ଅନୁଯାୟୀ, ଶାହରୁଖ ଖାନ କିଣିଥିବା କାର୍ ବର୍ତ୍ତମାନ ଭାରତରେ ବିକ୍ରି ହେଉଥିବା ସବୁଠାରୁ ମହଙ୍ଗା ଏସ୍ୟୁଭି। ଶୋ’ରୁମ୍ର ମୂଲ୍ୟ ୮.୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମୋଟ ମୂଲ୍ୟ ଦେଖିଲେ ଏହା ୧୦ କୋଟିରୁ ଅଧିକ ହେବ। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଶାହରୁଖଙ୍କ '୫୫୫' ନମ୍ବର ପ୍ଲେଟ ବିଶିଷ୍ଟ ଧଳା ବିଳାସପୂର୍ଣ୍ଣ କାର ‘ମନତ’କୁ ଯାଉଥିବା ଦେଖିବାକୁ ମିଳେ।
ଏହା ପ୍ରଥମ ଥର ନୁହେଁ ଯେ ଶାହରୁଖ ଖାନଙ୍କୁ ବିଳାସପୂର୍ଣ୍ଣ ସାମଗ୍ରୀ ସହିତ ଦେଖିବାକୁ ମିଳିଛି। ଏହାପୂର୍ବରୁ ଅଭିନେତା ଏକ ଇଭେଣ୍ଟରେ ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ଘଣ୍ଟା ସହିତ ନଜର ଆସିଥିଲେ। ଏହାସହିତ ପ୍ରଶଂସକମାନେ ଏହି ଘଣ୍ଟାର ମୂଲ୍ୟକୁ ନେଇ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଇଥିଲେ।
#ShahRukhKhan𓀠 new car Rolls-Royce 555 entrying in #Mannat last night 🌙 @iamsrkpic.twitter.com/tU1GWgkC9T
— SRK Khammam Fan club (@srkkhammamfc) March 27, 2023
ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସ୍ରେ ୧୦୦୦କୋଟିରୁ ଅଧିକ ରୋଜଗାର କରିଛି। ଏଥିସହିତ ଡିଲିଟ୍ ହୋଇଥିବା ଦୃଶ୍ୟ ସହିତ ଫିଲ୍ମଟି OTT ପ୍ଲାଟଫର୍ମରେ ମଧ୍ୟ ରିଲିଜ୍ ହୋଇଛି। ଶାହରୁଖ ଖାନଙ୍କ ବ୍ୟତୀତ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ପଠାନରେ ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ୍ ମଧ୍ୟ ନଜର ଆସିଛନ୍ତି।
King Khan’s new swanky Rolls-Royce Cullinan reaches its palatial destination #Mannat 🧿❤️🔥 #ShahRukhKhan𓀠pic.twitter.com/JUHGEJXOhx
— Boxoffice Tracker (@Abhishekcritic) March 28, 2023
ଏହାସହିତ ଡିମ୍ପଲ୍ କାପାଡିଆ ଏବଂ ଆଶୁତୋଷ ରାଣା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏଥି ସହିତ ସଲମାନ ଖାନଙ୍କ ଟାଇଗର ରୂପରେ ଏକ କେମିଓ ମଧ୍ୟ ଅଛି। ଆଗକୁ ଶାହରୁଖ ଖାନ ଏଟ୍ଲୀଙ୍କ 'ଜୱାନ' ଏବଂ ରାଜକୁମାର ହିରାନୀଙ୍କ 'ଡଙ୍କି'ରେ ନଜର ଆସିବେ। ଏହା ବ୍ୟତୀତ ସଲମାନ ଖାନଙ୍କ 'ଟାଇଗର ୩'ରେ ତାଙ୍କର ଏକ କେମିଓ ମଧ୍ୟ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)