/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677920805.jpg)
Shah Rukh Khan film pathaan dethrones baahubali hindi version
ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମଙ୍କ ଅଭିନୀତ ‘ପଠାନ’ ର ଦବଦବା ସରୁ ନାହିଁ। ନିକଟରେ ଅକ୍ଷୟ କୁମାର ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ‘ଶେହଜାଦା’ ରିଲିଜ୍ ପରେ ବି ବକ୍ସ ଅଫିସରେ ‘ପଠାନ’ର ରାଜତ୍ୱ ବୃଦ୍ଧି ପାଇବାରେ ଲାଗିଛି।
ବର୍ତ୍ତମାନ ଫିଲ୍ମର ୩୮ତମ ଦିନର ଆୟ ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ଏବଂ ଏଥର ଫିଲ୍ମ ଏସ୍ ଏସ୍ ରାଜାମୌଲିଙ୍କ ‘ବାହୁବଲୀ ୨’କୁ ଅତିକ୍ରମ କରିଛି। ‘ପଠାନ୍’ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି।
ଅଧିକ ପଢ଼ନ୍ତୁ: 'ପଠାନ' ପ୍ରେମୀଙ୍କ ପାଇଁ ଖୁସି ଖବର, ଡିଲିଟ୍ ହୋଇଥିବା ସିନ୍କୁ ଦେଖିପାରିବେ
ଶୁକ୍ରବାର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ବକ୍ସ ଅଫିସ୍ ୱାର୍ଲ୍ଡୱାଇଡ୍ ଅନୁଯାୟୀ, ‘ପଠାନ୍’ ୩୮ତମ ଦିନରେ ହିନ୍ଦୀ ଭାଷାରେ ୫୧୧.୭୫ କୋଟି ଟଙ୍କା ରୋଜଗାର କରିଛି। ଏହାସହିତ ସମସ୍ତ ଭାରତୀୟ ଭାଷାରେ ୫୨୯.୪୪ କୋଟି ରୋଜଗାର କରିଛି। ଫିଲ୍ମର ବିଶ୍ୱବ୍ୟାପି ମୋଟ ଆୟ ଦେଖିଲେ ଏହା ୧୦୨୯ କୋଟି ଟଙ୍କା ଛୁଇଁଛି, ଯେଉଁ କାରଣରୁ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି।
PATHAAN HIGHEST GROSSER crosses #Baahubali2@yrf@rohan_m01@iamsrk#ShahRukhKhan’s #Pathaan In national chains 5th Thursday Vs 6th Friday:
PVR : 16 lacs / 23 lacs * estimate
INOX: 12 lacs / 17.5 lacs FINAL
Cinepolis: 7.5 lacs / 10 lacs FINAL
Total: 35.50 lacs / 50.50 lacs https://t.co/PfLCXf730dpic.twitter.com/vv4ZP7bR44— Box Office Worldwide (@BOWorldwide) March 3, 2023
‘ବାହୁବଲୀ ୨’କୁ ପଛରେ ପକେଇଲା:
୬ ସପ୍ତାହ ଅର୍ଥାତ୍ ଶୁକ୍ରବାରର ରୋଜଗାର ପରେ ‘ପଠାନ୍’ ବକ୍ସ ଅଫିସ୍ରେ ରୋଜଗାର କ୍ଷେତ୍ରରେ ପ୍ରଭାସଙ୍କ ଫିଲ୍ମ ‘ବାହୁବଲୀ ୨’ର ହିନ୍ଦୀ ସଂସ୍କରଣକୁ ପଛରେ ପକେଇଦେଇଛି। ତେବେ ଦୀର୍ଘ ୪ ବର୍ଷ ପରେ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘ପଠାନ’ ଦ୍ୱାରା ଶାହରୁଖ ଖାନ ରୂପେଲି ପରଦାକୁ ଫେରିଛନ୍ତି।
ଏଥିସହିତ ଫିଲ୍ମଟି ବକ୍ସ ଅଫିସ୍ରେ ଏକ ବ୍ଲକ୍ବଷ୍ଟର୍ ବୋଲି ପ୍ରମାଣିତ ହୋଇସାରିଛି। ଅନ୍ୟପକ୍ଷରେ, ରୋଜଗାର ବିଷୟରେ କହିବାକୁ ଗଲେ ‘ବାହୁବଲୀ ୨’ର ହିନ୍ଦୀ ସଂସ୍କରଣ ବକ୍ସ ଅଫିସରେ ୫୧୦.୯୯ କୋଟି ଟଙ୍କା ବ୍ୟବସାୟ କରିଥିଲା।​ ୬ଷ୍ଠ ସପ୍ତାହରେ ‘ପଠାନ୍’ ୫୧୧.୭୫ କୋଟି ଟଙ୍କା ରୋଜଗାର କରିଥିବାବେଳେ ଏହା ୧ କୋଟି ଅଧିକ ହୋଇଛି।
#ShahRukhKhan#Pathaan Day 38: Walk ins jumped by 275% & collections by 30-35%
Week1:364.15 cr
Week2:94.85 cr
Week3:46.95 cr
Week4:14.26 cr
Week5: 8.73 cr
Week6:
Day 38: 1.15 cr
Domestic 511.75 cr Hindi (All India All Languages 529.44 cr)Overseas 387 cr
WW Gross 1029 cr https://t.co/PfLCXf730dpic.twitter.com/EBY38DLyTr
— Box Office Worldwide (@BOWorldwide) March 3, 2023
ସୂଚନାଥାଉ ଯେ ‘ପଠାନ’ ପରେ ଶାହରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକର ସୁଟିଂରେ ବ୍ୟସ୍ତ ଅଛନ୍ତି। ଯେଉଁଥିପାଇଁ ସେ ନିକଟରେ ଚେନ୍ନାଇରେ ମଧ୍ୟ ନଜର ଆସିଛନ୍ତି। ଆଗାମି ଦିନରେ ସେ ‘ଯବାନ’ ଏବଂ ‘ଡଙ୍କି’ରେ ଦେଖିବାକୁ ମିଳିବେ। ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୨’ ରେ ତାଙ୍କର କେମିୟୋ ଖବରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)