Advertisment

କାଲିଠୁ OTT ରେ ରିଲିଜ୍‌ ହେବ ଶାହାରୁଖ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ପଠାନ’

ସବୁ ରେକର୍ଡକୁ ପଛରେ ପକାଇ ବକ୍ସ ଅଫିସ୍‌ରେ ଅଧିକ ଟଙ୍କା ରୋଜଗାର କରିଛି ‘ପଠାନ’ ଫିଲ୍ମ । ତେବେ ଏହାକୁ OTT ପ୍ଲାଟଫର୍ମରେ ରିଲିଜ୍‌ ନେଇ ଶାହାରୁଖ୍‌ହ୍କ ଫ୍ୟାନ୍ସଙ୍କ ମନରେ ଉତ୍ସାହ ଦେଖାଦେଇଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
Shah Rukh Khan's Pathaan OTT Release

Pathan Movie

ବଡ଼ ପରଦାରେ ଧମାଲ କରିବା ପରେ ଏବେ ଓଟିଟି ପ୍ଲାଟଫର୍ମରେ କମାଲ କରିବ କିଙ୍ଗ ଖାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ପଠାନ୍‌’ । ଫିଲ୍ମରେ ଥିବା ଡାଏଲଗ୍‌ ‘ ଜଲଦି ଜଲଦି ନିଜର ସିଟ୍‌ ବେଲ୍ଟ ବାନ୍ଧିନିଅନ୍ତୁ’ । ଠିକ୍‌ ସେହିପରି କେବଳ ଭାରତ ନୁହେଁ ସାରା ବିଶ୍ୱରେ ଲୋକଙ୍କ ମନ ଜିତିଛି ଶାହାରୁଖ୍‌ଙ୍କ ଅଭିନୀତ ଫିଲ୍ମ ପଠାନ୍‌ । ତେବେ ସବୁ ରେକର୍ଡକୁ ପଛରେ ପକାଇ ବକ୍ସ ଅଫିସ୍‌ରେ ଅଧିକ ଟଙ୍କା ରୋଜଗାର କରିଛି ଏହି ଫିଲ୍ମ । ତେବେ ଏହାକୁ OTT ପ୍ଲାଟଫର୍ମରେ ପରିବେଶଣ ନେଇ ଶାହାରୁଖ୍‌ହ୍କ ଫ୍ୟାନ୍ସଙ୍କ ମନରେ ଉତ୍ସାହ ଦେଖାଦେଇଛି ।

Advertisment

ଅଧିକ ପଢ଼ନ୍ତୁ: ୬ ପ୍ୟାକ୍ ବଡୀ ପାଇଁ କମ୍ ପରିଶ୍ରମ କରି ନାହାନ୍ତି ଶାହରୁଖ ଖାନ

କାଲିଠୁ ଓଟିଟି ପ୍ଲାଟଫର୍ମରେ ଦର୍ଶକ ପଠାନ୍‌ ଫିଲ୍ନକୁ ଦେଖିପାରିବେ । ପ୍ରାଇମ୍‌ ଭିଡିଓରେ ଏହା ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ପରିବେଶଣ ହେବ । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହାରୁଖ୍‌ଙ୍କ ବ୍ୟତୀତ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଓ ଅଭିନେତା ଜନ୍‌ ଇବ୍ରାହିମ୍‌ ମଧ୍ୟ ଚମତ୍କାର ଅଭିନୟ କରିଥିଲେ । ଜାନୁଆରୀ ୨୫ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ୫୦ ଦିନରେ ସାରା ବିଶ୍ୱରେ ୧୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଜନେସ୍‌ କରିଛି । ଫିଲ୍ମ ଏସ୍ ଏସ୍ ରାଜାମୌଲିଙ୍କ ‘ବାହୁବଲୀ ୨’କୁ ଅତିକ୍ରମ କରିଛି। ‘ପଠାନ୍’ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି।

ସୂଚନାଥାଉ ଯେ ‘ପଠାନ’ ପରେ ଶାହରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକର ସୁଟିଂରେ ବ୍ୟସ୍ତ ଅଛନ୍ତି। ଯେଉଁଥିପାଇଁ ସେ ନିକଟରେ ଚେନ୍ନାଇରେ ମଧ୍ୟ ନଜର ଆସିଛନ୍ତି। ଆଗାମି ଦିନରେ ସେ ‘ଯବାନ’ ଏବଂ ‘ଡଙ୍କି’ରେ ଦେଖିବାକୁ ମିଳିବେ। ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୨’ ରେ ତାଙ୍କର କେମିୟୋ ଖବରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

Advertisment
OTT Platforms Pathan Shahrukh Khan Bollywood
Advertisment
Advertisment