Advertisment

Salman Khan: ହଲିଉଡ୍‌ ଫିଲ୍ମରେ ଡେବ୍ୟୁ କରିବେ ସଲମାନ ଖାନ; ହେବେ ଅଟୋ ଡ୍ରାଇଭର୍ !

ସଲମାନ ଖାନ ଖୁବ ଶୀଘ୍ର ହଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଜିକାଲି ସେ ସାଉଦି ଆରବରେ ଅଛନ୍ତି, ଯେଉଁଠାରେ ସେ ତାଙ୍କ ପ୍ରୋଜେକ୍ଟ ପାଇଁ ଶୁଟିଂ କରୁଛନ୍ତି। ଏହାରି ଭିତରେ ହଲିଉଡ୍‌ ଫିଲ୍ମର ସେଟ୍‌ରୁ ସଲମାନ ଖାନଙ୍କ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

author-image
Pramod Behera
ଅଦ୍ୟତନ ହୋଇଛି
Salman khan seen as autorickshaw driver in his Hollywood debut film

Salman khan seen as autorickshaw driver in his Hollywood debut film

ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ 'ସିକନ୍ଦର' ପାଇଁ ଖବରରେ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମକୁ ନେଇ ଅନେକ ପୋଷ୍ଟର ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ, 'ସିକନ୍ଦର'ର ଟିଜର ମଧ୍ୟ ମୁକ୍ତିଲାଭ କରିଥିଲା, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି।

Advertisment

ଏବେ ଖବର ଆସୁଛି ସଲମାନ ଖାନ ଖୁବ ଶୀଘ୍ର ହଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଜିକାଲି ସେ ସାଉଦି ଆରବରେ ଅଛନ୍ତି, ଯେଉଁଠାରେ ସେ ତାଙ୍କ ପ୍ରୋଜେକ୍ଟ ପାଇଁ ଶୁଟିଂ କରୁଛନ୍ତି। ଏହାରି ଭିତରେ ହଲିଉଡ୍‌ ଫିଲ୍ମର ସେଟ୍‌ରୁ ସଲମାନ ଖାନଙ୍କ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

ଲିକ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳେ ଯେ ସଲମାନ ଖାନ ଡ୍ରାଇଭରର ଖାକି ୟୁନିଫର୍ମରେ ଅଛନ୍ତି। ସେ ଏକ ଅଟୋ-ରିକ୍ସା ନିକଟରେ ଠିଆ ହୋଇଛନ୍ତି। ଭାଇରାଲ ଭିଡିଓ ଦେଖିବା ପରେ ନେଟିଜେନମାନେ ପ୍ରଶ୍ନ କରୁଛନ୍ତି ଯେ ସଲମାନ ଖାନ ହଲିଉଡ୍‌ ଫିଲ୍ମରେ ଅଟୋ ଡ୍ରାଇଭର ଭୂମିକାରେ ଅଛନ୍ତି କି?

Advertisment

ଅଧିକ ପଢ଼ନ୍ତୁ: ବଡ଼ ଲୋକ ହେଲା ପରେ ବି ଭୁଲି ନାହାନ୍ତି ଛୋଟ ଦିନର ସାଙ୍ଗ; କହିଲେ ବନ୍ଧୁତା ସବୁଠାରୁ ଭଲ ଭିଟାମିନ୍

ତେବେ ସଲମାନଙ୍କ ଏହି ପ୍ରକଳ୍ପ ବିଷୟରେ ଏପର୍ଯ୍ୟନ୍ତ ଅଧିକ ସୂଚନା ସାମ୍ନାକୁ ଆସି ନାହିଁ। କିନ୍ତୁ କୁହାଯାଉଛି ଯେ ସେ ଏହି ସିନେମାରେ ଏକ କେମିଓ କରିବେ।

ଆମେରିକୀୟ ଥ୍ରୀଲର ଫିଲ୍ମ:

ଗୋପନୀୟ ଚୁକ୍ତିନାମା ହେତୁ ଫିଲ୍ମର ସବିଶେଷ ତଥ୍ୟକୁ ଗୁପ୍ତ ରଖାଯାଇଛି, କିନ୍ତୁ ସୂତ୍ର ଅନୁଯାୟୀ ଏହା ଏକ ଆମେରିକୀୟ ଥ୍ରୀଲର ଫିଲ୍ମ, ଯେଉଁଥିରେ ସଲମାନ ଖାନଙ୍କ ସହ ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଦେଖିବାକୁ ମିଳିବ। ରବିବାର ସକାଳେ ସଲମାନ ଖାନଙ୍କ ଟିମ୍ ରିୟାଦରେ ପହଞ୍ଚିବା ପରେ ତିନି ଦିନିଆ ଶୁଟିଂ ଆରମ୍ଭ ହୋଇଛି।

ବିଶେଷ ସୂତ୍ରରୁ ଜଣା ପଢିଛି ଯେ, “ମଧ୍ୟ ପୂର୍ବରେ ସଲମାନ ଖାନ ଏବଂ ସଞ୍ଜୟ ଦତ୍ତ ବହୁତ ଲୋକପ୍ରିୟ। ସେମାନଙ୍କ ସିନ୍ ଏପରି ଢଙ୍ଗରେ ତିଆରି ହୋଇଛି ଯେ ସେସବୁ ଦର୍ଶକଙ୍କ ଉପରେ ଗଭୀର ପ୍ରଭାବ ପକାଇବ।”

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

ସଲମାନଙ୍କ ସହ ରଶ୍ମିକାଙ୍କ ଯୋଡି:

ତେବେ ବର୍ତ୍ତମାନ ସଲମାନ ଖାନଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମ 'ସିକନ୍ଦର'ର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି। ସାଜିଦ ନାଡିଆଡ୍‌ୱାଲା ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଏହାର ନିର୍ଦ୍ଦେଶନା ଦାୟିତ୍ୱ ଦକ୍ଷିଣର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଏ.ଆର୍ ମୁରୁଗାଦାସ୍ ନେଇଛନ୍ତି।

ଫିଲ୍ମ ‘ସିକନ୍ଦର’ରେ ସଲମାନ ଖାନଙ୍କ ସହ ରଶ୍ମିକା ମନ୍ଦାନାଙ୍କ ଯୋଡି ଦେଖିବାକୁ ମିଳିବ। କାଜଲ ଅଗ୍ରୱାଲ, ସତ୍ୟରାଜ, ଶରମନ ଯୋଶୀ ଏବଂ ପ୍ରତୀକ ବାବର ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିବେ। ‘ସିକନ୍ଦର’ର ସଂଗୀତକୁ ପ୍ରୀତମ ପ୍ରସ୍ତୁତ କରିଛନ୍ତି।

ଏହି ଦିନ 'ସିକନ୍ଦର' ମୁକ୍ତିଲାଭ:

ପ୍ରକାଶଥାଉ ଯେ ସଲମାନ ଖାନ ଗତ ବର୍ଷ ୨୦୨୪ ମସିହାରେ ଫିଲ୍ମ ‘ସିକନ୍ଦର’ର ଘୋଷଣା କରିଥିଲେ। ତାଙ୍କର ଏହି ଫିଲ୍ମ ୨୫ ମାର୍ଚ୍ଚ ୨୦୨୫ରେ ଇଦ୍ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏଥିରେ ସଲମାନ ଖାନ ପୁଣି ଥରେ ଆକ୍ସନ୍ ଅବତାରରେ ନଜର ଆସିବେ, ଯାହାର ଝଲକ ଟିଜରରେ ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ: ‘ସିକନ୍ଦର’ର ନୂଆ ପୋଷ୍ଟର ରିଲିଜ୍‌; ଦମଦାର୍ ଲୁକ୍‌ରେ ସଲ୍‌ମାନ ଖାନ୍‌

Salman Khan Sanjay Dutt Rashmika Mandanna Bollywood Hollywood
Advertisment
Advertisment