Advertisment

Anupam Kher: ବଡ଼ ଲୋକ ହେଲା ପରେ ବି ଭୁଲି ନାହାନ୍ତି ଛୋଟ ଦିନର ସାଙ୍ଗ; କହିଲେ ବନ୍ଧୁତା ସବୁଠାରୁ ଭଲ ଭିଟାମିନ୍

ଅନୁପମ ଖେର କହିଛନ୍ତି ଯେ ଯଦି ଜୀବନକୁ ଅଧିକ ସୁନ୍ଦର କରିବାର ଅଛି ତେବେ ପିଲାଦିନର ସାଙ୍ଗମାନଙ୍କ ସହିତ ରହିବା ଅତ୍ୟନ୍ତ ଜରୁରୀ। ସାଙ୍ଗଠାରୁ ଅଧିକ ବଡ କୌଣସି ଭିଟାମିନ୍ ନାହିଁ।

author-image
Pramod Behera
ଅଦ୍ୟତନ ହୋଇଛି
Anupam kher enjoys vacation with his childhood friends

Anupam kher enjoys vacation with his childhood friends

ବଲିଉଡ୍‌ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତା ଅନୁପମ ଖେର୍‌ ତାଙ୍କ ପିଲାଦିନର ସାଙ୍ଗମାନଙ୍କ ସହିତ ଥାଇଲ୍ୟାଣ୍ଡ୍‌ରେ ଛୁଟି କଟାଉଛନ୍ତି। ସେ ସୋସିଆଲ ମିଡିଆରେ ଏହାର କିଛି ଫଟୋ ଏବଂ ଭିଡିଓର ଝଲକ ଦେଖାଇଛନ୍ତି। ଅନୁପମ ଖେର କହିଛନ୍ତି ଯେ "ଯଦି ଜୀବନକୁ ଅଧିକ ସୁନ୍ଦର କରିବାର ଅଛି ତେବେ ପିଲାଦିନର ସାଙ୍ଗମାନଙ୍କ ସହିତ ରହିବା ଅତ୍ୟନ୍ତ ଜରୁରୀ। ସାଙ୍ଗଠାରୁ ଅଧିକ ବଡ କୌଣସି ଭିଟାମିନ୍ ନାହିଁ। ଥାଇଲ୍ୟାଣ୍ଡ ଗସ୍ତରେ ଯାଇଥିବାରୁ ସେ ତାଙ୍କର ସମସ୍ତ ବନ୍ଧୁଙ୍କୁ ଧନ୍ୟବାଦ ଜଣାଇଛନ୍ତି।"

Advertisment

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

ଅନୁପମ ଖେର୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ସାଙ୍ଗମାନଙ୍କ ସହ ଅନେକ ଫଟୋ ପୋଷ୍ଟ କରିଛନ୍ତି ଏବଂ ଏକ ଭିଡିଓରେ ସେ ତାଙ୍କ ସାଙ୍ଗମାନଙ୍କ ନା’ କହୁଥିବାର ନଜର ଆସିଛନ୍ତି। ଏହି ସମୟରେ ତାଙ୍କ ଭାଇ ରାଜୁ ମଧ୍ୟ ଅନୁପମ ଖେରଙ୍କ ସହ ନଜର ଆସିଛନ୍ତି।

Advertisment

ବନ୍ଧୁତା ସବୁଠାରୁ ଭଲ ଭିଟାମିନ୍:

ଅନୁପମ ଖେର୍‌ କ୍ୟାପସନ୍‌ରେ ଲେଖିଛନ୍ତି, “ବନ୍ଧୁଗଣ ! ଜୀବନ ଖୁବ୍ ସୁନ୍ଦର, କିନ୍ତୁ ଏହାକୁ ଅଧିକ ସୁନ୍ଦର କରିବା ପାଇଁ, ନିଜ ପିଲାଦିନର ସାଙ୍ଗମାନଙ୍କ ସହିତ କିଛି ସମୟ ବିତାନ୍ତୁ। ଦୁନିଆର ସବୁଠାରୁ ଭଲ ଭିଟାମିନ୍ ହେଉଛି ବନ୍ଧୁତା। ମୋର ଭାଇ ରାଜୁ ଏବଂ ମୋର ପିଲାଦିନର ବନ୍ଧୁ ବିଜୟ ସହଗଲ, ସତୀଶ ମଲହୋତ୍ରା ଏବଂ ଅନିଲ ଶର୍ମାଙ୍କ ସହ ଥାଇଲ୍ୟାଣ୍ଡରେ ସବୁଠାରୁ ଭଲ ସମୟ ଥିଲା। ଏହି ଟ୍ରିପ୍ ପାଇଁ ମୋର ଯୋଜନା ସହିତ ମୁଁ ସେମାନଙ୍କୁ ସର୍‌ପ୍ରାଇଜ୍ କଲି ଏବଂ ସେମାନେ ମଧ୍ୟ ସଙ୍ଗେ ସଙ୍ଗେ ରାଜି ହୋଇଗଲେ।”


ଛୋଟ ଛୋଟ କଥାକୁ ନେଇ ହସି ନ ଥିଲି:

ସେ ଆହୁରି ମଧ୍ୟ ଲେଖିଛନ୍ତି, “ଗତ ଅନେକ ବର୍ଷ ମଧ୍ୟରେ ମୁଁ ଷ୍ଟୁପିଡ୍ ଏବଂ ଛୋଟ ଛୋଟ କଥାକୁ ନେଇ କେବେ ଏତେ ହସି ନ ଥିଲି। ମତେ ଆମର ବୁଲାବୁଲି, ଏକାଠି ଖାଇବା, ପରସ୍ପରକୁ ଥଟ୍ଟା ପରିହାସ କରିବା ବହୁତ ଭଲ ଲାଗିଲା। ମୁଁ ସମୟକୁ ନେଇ ବହୁତ ସତର୍କ କିନ୍ତୁ ସେମାନେ କେବେ ବି ଠିକ ସମୟରେ ଆସୁ ନଥିଲେ। ମୁଁ ଯେତେ ନିରାଶ ହେଉଥିଲି, ସେମାନେ ମୋତେ ସେତେ ଥଟ୍ଟା କରୁଥିଲେ। ବନ୍ଧୁ, ଏହି ସୁଯୋଗ ପାଇଁ ଧନ୍ୟବାଦ। ମୋ ଭାଇମାନେ, ଆମେ ଏମିତି ଆଉ ଥରେ କରିବା ଉଚିତ।”


ପିଲାଦିନର ବନ୍ଧୁତାକୁ ଜୟ:

ଅନୁପମ ଖେର୍‌ ଶେଷରେ ଲେଖିଛନ୍ତି, “ଆମ ଖୁସିରେ ଖୁସି ହୋଇଥିବାରୁ ସେମାନଙ୍କ ପରିବାର ଏବଂ ମୋ ପରିବାର (କିରଣ, ସିକନ୍ଦର, ଦୁଲାରୀ, ରୀମା, ବୃନ୍ଦା, ପ୍ରଣୀତ, ଜୋଶୁଆ, ଭାବନା ଏବଂ ଅନ୍ୟମାନେ)କୁ ଧନ୍ୟବାଦ। ଆପଣଙ୍କ କାର୍‌, ଫୋନ୍ କଲ୍‌ ଏବଂ ଚମତ୍କାର ଡ୍ରାଇଭର ଟୋନୀ, ମୟୁରୀଙ୍କୁ ଧନ୍ୟବାଦ। ସବୁଠୁ ବଡ଼ କଥା, ଆମ ପାଇଁ ଏତେ ଭଲ ଏବଂ ସ୍ନେହପୂର୍ଣ୍ଣ ଭାବରେ ଏହି ଯାତ୍ରା ଆୟୋଜନ କରିଥିବାରୁ ପ୍ରିୟ ହେମ୍‌ରାନ୍‌ଙ୍କୁ ଧନ୍ୟବାଦ। ପିଲାଦିନର ବନ୍ଧୁତାକୁ ଜୟ।”

୫୫ ବର୍ଷ ପୁରୁଣା ସାଙ୍ଗମାନଙ୍କ ସହ ପରିଚୟ:

ଏହାପୂର୍ବରୁ ଅନୁପମ ଖେର୍‌ କହିଥିଲେ ଯେ ସେ ପିଲାଦିନର ସାଙ୍ଗମାନଙ୍କ ସହ ଛୁଟିଦିନ ପାଇଁ ଥାଇଲ୍ୟାଣ୍ଡ ଯାଉଛନ୍ତି। ସେ କହିଥିଲେ ଯେ ହଠାତ୍ ଏହି ନିଷ୍ପତ୍ତି ନିଆଯାଇଛି। ବିମାନରେ ଥାଇଲ୍ୟାଣ୍ଡ ଯିବା ପୂର୍ବରୁ ଅନୁପମ ଖେର୍‌ ତାଙ୍କର ୫୫ ବର୍ଷର ପୁରୁଣା ବନ୍ଧୁମାନଙ୍କୁ ପରିଚିତ କରାଇଥିଲେ।


ଥାଇଲାଣ୍ଡ ଟ୍ରିପ୍‌ର ଝଲକ:

ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ପୋଷ୍ଟ୍‌ କରି ଅନୁପମ ଖେର ଲେଖିଛନ୍ତି, “ମୁଁ, ବିଜୟ ସହଗାଲ, ଅନିଲ ଶର୍ମା ଏବଂ ସତୀଶ ମଲହୋତ୍ରା ଶିମଲାରେ ଏକାଠି ରହୁଥିଲୁ। ଆମେ ଗତ ୫୫ ବର୍ଷ ଧରି ବନ୍ଧୁ ହୋଇ ଅଛୁ। ସମସ୍ତେ ଜେଜେବାପା-ଜେଜେମା ହୋଇଗଲେଣି। ଜୀବନର ଉତ୍ଥାନ-ପତନ ମାଧ୍ୟମରେ ଆମେ ଆମର ବନ୍ଧୁତା ବଜାୟ ରଖିଛୁ। ମୋ ଭାଇ ରାଜୁ ଡିଫଲ୍ଟ ଆମର ବନ୍ଧୁ ହେଲେ। ଛୋଟ ଛୋଟ ସହରରେ ବଡ ଭାଇର ସାଙ୍ଗ ମଧ୍ୟ ସହଜରେ ସାନ ଭାଇର ବନ୍ଧୁ ହୋଇଯାଏ।”

ସେ ପୁଣି କହିଛନ୍ତି ଯେ “ଆମେ ବିଭିନ୍ନ ସହରରେ ରହୁଥିଲେ ମଧ୍ୟ ଆମେ ପରସ୍ପର ସହିତ ସମ୍ପର୍କରେ ରହିଥାଉ। ଗତ ସପ୍ତାହରେ ମୁଁ ତାଙ୍କୁ ସର୍‌ପ୍ରାଇଜ୍ କରିଥିଲି ଯେ ମୁଁ ତାଙ୍କୁ ପାଞ୍ଚ ଦିନ ପାଇଁ ଛୁଟିରେ ଥାଇଲ୍ୟାଣ୍ଡକୁ ନେଉଛି। ସୌଭାଗ୍ୟବଶତଃ ସମସ୍ତଙ୍କ ପରିବାର ମୋର ଏହି ଅଚାନକ ନିଷ୍ପତ୍ତିରେ ଖୁସି ହେଲେ। ଏସବୁ ଆମ ଛୁଟିଦିନର କିଛି ଝଲକ। ଏଗୁଡ଼ିକ ଆମ ଜୀବନର କିଛି ଖୁସିର ଦିନ। ବାସ୍ତବରେ, ଏମିତି ଜୀବନ ଆଉ ମିଳିବ ନାହିଁ। ଜୟ ହୋ।”

ଅଧିକ ପଢ଼ନ୍ତୁ: ଅଲ୍ଲୁ ଅର୍ଜୁନଙ୍କ ଏହି ୧୦ ଫିଲ୍ମ ତାଙ୍କୁ ଆଜି ଦେଇଛି ‘ପୁଷ୍ପାରାଜ୍’ର ପରିଚୟ

Bollywood Anupam Kher
Advertisment
Advertisment