Advertisment

Bollywood: ଚର୍ଚ୍ଚାରେ ସଲମାନ ଖାନ ଏବଂ ସନ୍ନି ଦେଓଲ; କିଏ ଛାଣିବ ଟଙ୍କା, 'ସିକନ୍ଦର' ନା 'ଜାଟ୍‌'

ଏମିତିରେ ବଲିଉଡ ଦୀର୍ଘ ଦିନ ଧରି ସଂଘର୍ଷ କରି ଆସୁଛି ଆଉ ସିନେମା ଲଢେଇକୁ ଅପେକ୍ଷା କରିଛି। ଏଭଳି ପରିସ୍ଥିତିରେ ସଲମାନ ଖାନ ଏବଂ ସନ୍ନି ଦେଓଲ ବକ୍ସ ଅଫିସରେ ଟଙ୍କାର ସୁନାମି ଆଣି ପାରିବେ କି ନାହିଁ ତାହା ଦେଖିବା ମଜାଦାର ହେବ।

ଅଦ୍ୟତନ ହୋଇଛି
Salman khan and sunny deol only hope of bollywood

Salman khan and sunny deol only hope of bollywood

Advertisment

ବଲିଉଡ୍‌ର ଦୁଇଜଣ ଭେଟେରାନ ତାରକା ସଲମାନ ଖାନ ଏବଂ ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସିକନ୍ଦର' ଏବଂ 'ଜାଟ୍‌'ର ଟ୍ରେଲର୍‌ ରିଲିଜ୍‌ ତାରିଖ ପ୍ରକାଶ ପାଇଛି। ସଲମାନ ଖାନଙ୍କ ଆକ୍ସନ୍-ପ୍ୟାକ୍ ଫିଲ୍ମ 'ସିକନ୍ଦର'ର ଟ୍ରେଲର ଆଜି ଅର୍ଥାତ୍ ୨୩ ମାର୍ଚ୍ଚରେ ରିଲିଜ୍ ହେବାକ୍ୟ୍ ଥିବାବେଳେ ସନ୍ନି ଦେଓଲଙ୍କ'ଜାଟ୍'ର ଟ୍ରେଲର ୨୪ ମାର୍ଚ୍ଚରେ ମୁକ୍ତିଲାଭ କରିବାର ଥିଲା। ଏହାକୁ କିନ୍ତୁ ସ୍ଥଗିତ ରଖାଯାଇଛି।

Advertisment

ସଲମାନ ଖାନଙ୍କ ‘ସିକନ୍ଦର’ ରିଲିଜର ଆଇପିଏଲ ୨୦୨୫ ସହିତ ସଂଯୋଗ ରହିଛି। ଏହି ଦୁଇଟି ଚଳଚ୍ଚିତ୍ରକୁ ନେଇ ବଲିଉଡରେ ଉତ୍ସାହର ବାତାବରଣ ରହିଛି, କାରଣ ପ୍ରଶଂସକମାନେ ଉଭୟ ସୁପରଷ୍ଟାରଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି।

ଏମିତିରେ ବଲିଉଡ ଦୀର୍ଘ ଦିନ ଧରି ସଂଘର୍ଷ କରି ଆସୁଛି ଆଉ ସିନେମା ଲଢେଇକୁ ଅପେକ୍ଷା କରିଛି। ଏଭଳି ପରିସ୍ଥିତିରେ ଉଭୟ ଅଭିନେତା ବକ୍ସ ଅଫିସରେ ଟଙ୍କାର ସୁନାମି ଆଣି ପାରିବେ କି ନାହିଁ ତାହା ଦେଖିବା ମଜାଦାର ହେବ।

Advertisment

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

‘ସିକନ୍ଦର’ କେବେ ଆସିବ:

'ସିକନ୍ଦର'ର ନିର୍ଦ୍ଦେଶନା ଏ. ମୁରୁଗାଦାସ୍ ଦେଇଛନ୍ତି ଏବଂ ସାଜିଦ୍ ନାଡିଆଡୱାଲା ଏହାର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ତେବେ ଇଦ୍ ଅବସରରେ ୩୦ ମାର୍ଚ୍ଚ ୨୦୨୫ରେ ‘ସିକନ୍ଦର’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏଥିରେ ସଲମାନ ଖାନଙ୍କ ସହ ରଶ୍ମିକା ମନ୍ଦାନା, କାଜଲ ଅଗ୍ରୱାଲ ଏବଂ ଶର୍‌ମନ ଯୋଶୀଙ୍କ ଭଳି ତାରକା ନଜର ଆସିବେ।

Advertisment

'ସିକନ୍ଦର'ର ଟ୍ରେଲର ରିଲିଜ୍ ହେବା ପରେ ପ୍ରଶଂସକମାନେ ସଲମାନଙ୍କ ଚରିତ୍ର ଏବଂ ଫିଲ୍ମର ଭବ୍ୟତା ବିଷୟରେ ଜାଣିପାରିବେ। ସେଥିପାଇଁ ସେମାନେ ଉତ୍ସାହର ସହ ଚାହିଁ ରହିଛନ୍ତି।

‘ଜାଟ୍‌’ର ଟ୍ରେଲର୍‌ କେବେ ଆସିବ:

ଅନ୍ୟପକ୍ଷରେ ସନ୍ନି ଦେଓଲଙ୍କ'ଜାଟ୍‌'କୁ ଗୋପୀଚାନ୍ଦ ମଲିନେନି ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ୧୦ ଏପ୍ରିଲ ୨୦୨୫ରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ମାର୍ଚ୍ଚ ୨୪ରେ 'ଜାଟ୍‌'ର ଟ୍ରେଲର ରିଲିଜ ହେବାକୁ ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି।

ସଲମାନ ଖାନଙ୍କ ‘ସିକନ୍ଦର’ ଏବଂ ସନ୍ନି ଦେଓଲଙ୍କ ‘ଜାଟ୍‌’ ନିଜ ନିଜ ଧାରାରେ ଧମାଲ କରିବାକୁ ପ୍ରସ୍ତୁତ। ସଲମାନଙ୍କ ପ୍ରଶଂସକଙ୍କ ପାଇଁ 'ସିକନ୍ଦର' ମସଲା ମନୋରଞ୍ଜନ ପାଇଁ ପ୍ରତିଶୃତି ଦେଇଥିବାବେଳେ 'ଜାଟ୍‌' 'ଗଦର ୨'ର ସଫଳତା ପରେ ସନ୍ନି ଦେଓଲଙ୍କ ଦମଦାର ସ୍କ୍ରିନ୍ ପ୍ରେଜେଣ୍ଟ୍‌କୁ ଆଉ ଥରେ ଦେଖିବାକୁ ମିଳିବ। ତେବେ ଏହି ଦୁଇଟି ଚଳଚ୍ଚିତ୍ରର ସଫଳତା ବଲିଉଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଅଧିକ ପଢ଼ନ୍ତୁ: ଭିଲେନ ହେବାକୁ ରଣଦୀପ ହୁଡା ପରିବର୍ତ୍ତନ କରିଦେଲେ ଶରୀର ଆଉ ସ୍ୱର; ଦେଖିଲେ ବିଶ୍ୱାସ କରିପାରିବେନି

Salman Khan Bollywood Sunny Deol Sikandar Jaat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ