ସନ୍ନି ଦେଓଲ ଏବଂ ରଣଦୀପ ହୁଡାଙ୍କ ଫିଲ୍ମ ‘ଜାଟ୍’ ବିରୋଧରେ ପଞ୍ଜାବରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ସନ୍ନି ଦେଓଲ, ରଣଦୀପ ହୁଡାଙ୍କ ସହିତ ପ୍ରଯୋଜକଙ୍କ ବିରୋଧରେ ଜଳନ୍ଧରର ସଦର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି।
ସନ୍ନି ଦେଓଲଙ୍କ ‘ଜାଟ୍’କୁ ତୀବ୍ର ବିରୋଧ। ଏକ ନିର୍ଦ୍ଦିଷ୍ଟ ଦୃଶ୍ୟକୁ ନେଇ ବିରୋଧ ହେଉଛି। ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ଅନୁଯାୟୀ, ଏହି ଦୃଶ୍ୟ ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। କେଉଁ ଦୃଶ୍ୟ ଆସନ୍ତୁ ଜାଣିବା।
ଦିନ ଯେତେ ଯାଉଛି, ‘ଜାଟ୍’ର ରୋଜଗାର ସେତେ ବୃଦ୍ଧି ପାଉଛି। ପ୍ରଥମ ସପ୍ତାହନ୍ତରେ ଏମିତି କିଛି ଦେଖିବାକୁ ମିଳିଛି। ରବିବାର ଅର୍ଥାତ୍ ଚତୁର୍ଥ ଦିନରେ ଫିଲ୍ମଟି ପ୍ରଥମ ଦିନ ଏବଂ ତୃତୀୟ ଦିନ ଅପେକ୍ଷା ଅଧିକ ରୋଜଗାର କରିଛି। ପଣାସଂକ୍ରନ୍ତି ୧୪ ଏପ୍ରିଲରେ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶା କରାଯାଇପାରେ।
ଫିଲ୍ମ 'ଜାଟ୍'ରେ ସନ୍ନି ଦେଓଲ ଏକ ଉପକୂଳବର୍ତ୍ତୀ ଗାଁକୁ ଯାଆନ୍ତି ଯେଉଁଠାରେ ରାଣା ତୁଙ୍ଗା (ରଣଦୀପ ହୁଡା)ର ରାଜ୍ ଚାଲେ। ଏହା ପରେ ସନ୍ନି ଦେଓଲ ତାଙ୍କର ଚିରାଚରିତ ଢଙ୍ଗରେ(କ୍ରୋଧର ଭୂମିକା) ଗାଁରେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ଲଢ଼ନ୍ତି। ତେବେ ସେ ଫିଲ୍ମରେ କାହିଁକି ରାଗନ୍ତି ସେ କଥା କହିଛନ୍ତି।
ସମଗ୍ର ଭାରତରେ 'ଜାଟ୍' ଭଲ ଓପନିଂ କରିଛି। କେବଳ ଏତିକି ନୁହେଁ, ସମାଲୋଚକମାନେ ଏହାକୁ ଭଲ ସମୀକ୍ଷା ମଧ୍ୟ ଦେଉଛନ୍ତି। ସନ୍ନି ଦେଓଲ 'ଜାଟ୍' ସହିତ ପୁଣିଥରେ ଆକ୍ସନ ଅବତାରରେ ଫେରିଛନ୍ତି ଏବଂ ଏଥର ସେ ଉତ୍ତର ଏବଂ ଦକ୍ଷିଣ ଭାରତରେ ଚହଳ ସୃଷ୍ଟି କରୁଛନ୍ତି।
‘ଗଦର ୨’ ପରେ ସନ୍ନି ଦେଓଲଙ୍କ ଚାହିଦା ବହୁତ ବଢ଼ିଯାଇଛି। ଅଭିନେତା ତୁରନ୍ତ ତାଙ୍କର ଫିସ୍ ବଢେଇ ଡବଲ କରିଦେଇଛନ୍ତି। ତେବେ ୨୦୦ କୋଟି ବଜେଟ୍ରେ ତିଆରି ହୋଇଥିବା ଏହି ଫିଲ୍ମ ପାଇଁ କିଏ କେତେ ନେଇଛନ୍ତି ଆସନ୍ତୁ ଜାଣିବା।
ରିବେଲ୍ ଷ୍ଟାର୍ ପ୍ରଭାସ, ଗଦର ଷ୍ଟାର୍ ସନ୍ନି ଦେଓଲ୍ଙ୍କୁ ଏକାଠି ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ଟଲିଉଡ୍ ନିର୍ଦ୍ଦେଶକ ଗୋପୀଚାନ୍ଦ ମଲିନେନୀ ଅନେକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ପ୍ରଭାସ ଏବଂ ସନ୍ନିଙ୍କ ସହ ପୋଜ୍ ଦେଉଥିବା ନଜର ଆସିଛନ୍ତି।
ରାମ ନବମୀର ବିଶେଷ ଉତ୍ସବରେ ଫିଲ୍ମ 'ଜାଟ୍'ର ଦ୍ୱିତୀୟ ଗୀତ 'ହେ ରାମା ଶ୍ରୀରାମା' ରିଲିଜ୍ ହୋଇଛି। ଭଗବାନ ଶ୍ରୀରାମଙ୍କ ସ୍ତୁତିରେ ନିର୍ମିତ ଏହି ଗୀତକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି।
'ଜାଟ୍' ହେଉଛି ଏକ ଆକ୍ସନ୍-ପ୍ୟାକ୍ ଫିଲ୍ମ, ଯେଉଁଥିରେ ସନ୍ନି ଦେଓଲ୍ ତାଙ୍କର 'ଢାଇ କିଲୋ କା ହାଥ୍'ର କରାମତି ଦେଖାଉଥିବାର ନଜର ଆସିଛନ୍ତି। ସୋମବାର ମୁକ୍ତିଲାଭ କରିଥିବା ଏହି ଟ୍ରେଲର୍ ୧୫ ମିଲିୟନରୁ ଅଧିକ ଭିୟୁ ପାଇସାରିଛି ଏବଂ ଶୀର୍ଷ ଟ୍ରେଣ୍ଡିଂ ତାଲିକାରେ ପ୍ରଥମ ସ୍ଥାନରେ ରହିଛି।
ସନ୍ନି ଦେଓଲଙ୍କ ଆକ୍ସନ୍ ଫିଲ୍ମ 'ଜାଟ୍'ର ଟ୍ରେଲର୍ ରିଲିଜ ହୋଇଛି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୁଣି ଥରେ ସନ୍ନି ଦେଓଲଙ୍କ ଦମଦାର ଡାଏଲଗ ଶୁଣିବାକୁ ମିଳିଛି।
ଏମିତିରେ ବଲିଉଡ ଦୀର୍ଘ ଦିନ ଧରି ସଂଘର୍ଷ କରି ଆସୁଛି ଆଉ ସିନେମା ଲଢେଇକୁ ଅପେକ୍ଷା କରିଛି। ଏଭଳି ପରିସ୍ଥିତିରେ ସଲମାନ ଖାନ ଏବଂ ସନ୍ନି ଦେଓଲ ବକ୍ସ ଅଫିସରେ ଟଙ୍କାର ସୁନାମି ଆଣି ପାରିବେ କି ନାହିଁ ତାହା ଦେଖିବା ମଜାଦାର ହେବ।
‘ଜାଟ୍’ରେ ସନ୍ନି ଦେଓଲଙ୍କ ନିଦ ହଜାଇବାକୁ ଯାଉଥିବା ରଣଦୀପ ହୁଡାଙ୍କ ଲୁକ୍କୁ ବହୁତ ପ୍ରଶଂସା କରାଯାଉଛି। ଏହି ଚଳଚ୍ଚିତ୍ରରେ ସେ ଏକ ଭୟଙ୍କର ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରୁଛନ୍ତି ଏବଂ ଏହି ଚରିତ୍ରକୁ ପ୍ରକୃତ ରୂପ ଦେବା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଛନ୍ତି।
ଜନ୍ମଦିନ ଅବସରରେ ସନ୍ନି ଦେଓଲ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ପୋଷ୍ଟରକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଶକ୍ତିଶାଳୀ ଅବତାରରେ ଦେଖିବାକୁ ମିଳିଛି।