Advertisment

Chhaava Teaser: ଆସିଲା ଭିକି କୌଶଲଙ୍କ 'ଛାଭା’ର ଦମଦାର ଟିଜର୍; ଦେଖିଲେ କହିବେ ବାଃ… କି ଆକ୍ସନ୍ !

ଭିକି କୌଶଲଙ୍କ 'ଛାଭା'ର ଦମଦାର ଟିଜର୍‌ ରିଲିଜ ହୋଇଛି, ଯେଉଁଥିରେ ଭିକି କୌଶଲ ଛତ୍ରପତି ସାମ୍ବାଜୀ ମହାରାଜ ଭୂମିକାରେ ତାଙ୍କ ଶତ୍ରୁମାନଙ୍କ ସହ ଲଢୁଥିବାର ନଜର ଆସିଛନ୍ତି। ଲମ୍ବା କେଶ ସହିତ ଭିକି କୌଶଲଙ୍କ ଦମଦାର୍ ଲୁକ୍‌ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Vicky kaushal rashmika mandanna chhaava teaser out

Vicky kaushal rashmika mandanna chhaava teaser out

ବଲିଉଡ୍‌ ଅଭିନେତା ଭିକି କୌଶଲ ଆଜିକାଲି ତାଙ୍କର ଆଗାମୀ ପିରିୟଡ୍ ଆକ୍ସନ୍ ଫିଲ୍ମ 'ଛାଭା'(Chhaava) କୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହାରି ଭିତରେ ନିର୍ମାତା 'ଛାଭା'ର ଦମଦାର ଟିଜର୍‌ ରିଲିଜ କରିଛନ୍ତି ଯେଉଁଥିରେ ଭିକି କୌଶଲ ଛତ୍ରପତି ସାମ୍ବାଜୀ ମହାରାଜ ଭୂମିକାରେ ତାଙ୍କ ଶତ୍ରୁମାନଙ୍କ ସହ ଲଢୁଥିବାର ନଜର ଆସିଛନ୍ତି। ଲମ୍ବା କେଶ ସହିତ ଭିକି କୌଶଲଙ୍କ ଦମଦାର୍ ଲୁକ୍‌ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରୁଛି।

Advertisment

'ଛାଭା'ର ଟିଜରରେ ଏହା ଦେଖିବାକୁ ମିଳେ ଯେ ଭିକି ଛତ୍ରପତି ସାମ୍ୱାଜୀ ମହାରାଜଙ୍କ ଭୂମିକାରେ ନଜର ଆସିଛନ୍ତି। ସେ ଶହ ଶହ ଶତ୍ରୁଙ୍କ ବିରୁଦ୍ଧରେ ଏକାକୀ ଲଢୁଛନ୍ତି। ସେ ଏକା ହିଁ ନିଜ ଶତ୍ରୁମାନଙ୍କ ଉପରେ ଭାରି ପଡିଯାଉଛନ୍ତି। ଏହି ୧.୧୨ ମିନିଟର ଟିଜର୍‌ଟି ପୂରା ଆକ୍ସନରେ ଭରପୂର ହୋଇଛି। ଭିକି କୌଶଲଙ୍କ ଲୁକ୍ ଖୁବ୍ ଚମତ୍କାର ଦେଖାଯାଉଛି। 'ଛାଭା'ର ଟିଜର ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଏହାପୂର୍ବରୁ ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ 'ସ୍ତ୍ରୀ ୨' ଫିଲ୍ମ ସହିତ 'ଛାଭା'ର ଆଉ ଏକ ଟିଜର୍ ଲଞ୍ଚ୍‌ କରାଯାଇଥିଲା।

Advertisment

ଛତ୍ରପତି ସାମ୍ୱାଜୀଙ୍କ ଭୂମିକାରେ ଭିକି:

ଭିକି କୌଶଲଙ୍କ 'ଛାଭା' ଏକ ଐତିହାସିକ ଡ୍ରାମା ଫିଲ୍ମ, ଯେଉଁଥିରେ ମରାଠା ଯୋଦ୍ଧା ଛତ୍ରପତି ଶିବାଜୀଙ୍କ ବଡ ପୁଅ ସାମ୍ୱାଜୀ ମହାରାଜଙ୍କ ଜୀବନ କଥା କୁହାଯାଇଛି। ଏହି ଫିଲ୍ମରେ ରସ୍ମିକା ମନ୍ଦାନା ୟସୁବାଇ ଭୋଁସ୍‌ଲେ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଅକ୍ଷୟ ଖାନ୍ନା, ଆଶୁତୋଷ ରାଣା ଏବଂ ଦିବ୍ୟା ଦତ୍ତ ମଧ୍ୟ ଏହି ଫିଲ୍ମର ଏକ ଅଂଶ। 'ଛାଭା'ର ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉତେକର।

ଭିକି ସୋମବାର ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ‘ଛାଭା’ର ଟିଜର ଶେୟାର କରି ଲେଖିଛନ୍ତି, "ସ୍ୱରାଜର ରକ୍ଷକ। ଧର୍ମର ରକ୍ଷକ। # ଛାଭା ଜଣେ ସାହସୀ ଯୋଦ୍ଧାଙ୍କର ମହାକାବ୍ୟ ଗାଥା!" ଅଭିନେତା ଟିଜର ଶେୟାର କରିବା ମାତ୍ରେ ଏହା ପୂରା ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି ଏବଂ ଭିକିଙ୍କର ଏହି ଅବତାର ଦେଖି ଲୋକମାନେ ପୂରା ଖୁସି ହୋଇଯାଇଛନ୍ତି।


X ରେ ପ୍ରତିକ୍ରିୟା:

ଜଣେ ମନ୍ତବ୍ୟ ଦେଇଛନ୍ତି, "ଏହା ଦେଖି ଲୋମ ଟାଙ୍କୁରି ଉଠୁଛି। ଜାତୀୟ ପୁରସ୍କାର ଆସିବ। ଭିକି କୌଶଲ ତାଙ୍କ ହକ୍‌ରେ ସମସ୍ତ ପୁରସ୍କାର ଜିତିବାକୁ ଆସିଛନ୍ତି। ସବୁଠାରୁ ଭଲ ପ୍ରତିଭା!"

ସେହିପରି ଅନ୍ୟ ଜଣେ ଲେଖିଛନ୍ତି, 'ଛାଭା’ର ଟିଜର ବହୁତ ଭଲ ହୋଇଛି। ଏହି ମେଗା ସଂଘର୍ଷ ପାଇଁ ଅଲୁ ଅର୍ଜୁନ ପ୍ରସ୍ତୁତ ହେବା ଆବଶ୍ୟକ। ଭିକି କୌଶଲ ଗୋଟିଏ ପରେ ଗୋଟିଏ ଧମାକା କରୁଛନ୍ତି।

ଆଉ ଜଣେ ଲେଖିଛନ୍ତି, 'ଭିକି ଭାଇ, ଗୋଟିଏ ଜୀବନରେ ଆପଣ କେତେ ଜାତୀୟ ପୁରସ୍କାର ଜିତିବେ? X ରେ ଏହିପରି ଅନେକ ଉପଭୋକ୍ତା ଭିକିଙ୍କ ‘ଛାଭା’ର ଟିଜର୍‌କୁ ବହୁତ ପ୍ରଶଂସା କରିଛନ୍ତି।


କେବେ ହେବ ରିଲିଜ୍:

ରଶ୍ମିକା ମନ୍ଦାନା ଏବଂ ଭିକି କୌଶଲଙ୍କ ଫିଲ୍ମ 'ଛାଭା' ୦୬ ଡିସେମ୍ବର ୨୦୨୪ରେ ପ୍ରେକ୍ଷାଳୟକୁ ଆସିବ। ପିରିୟଡ-ଡ୍ରାମା ‘ଛାଭା’ରେ ଅଭିନୟ କରିବା ପୂର୍ବରୁ ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର ଭିକି କୌଶଲଙ୍କ ସହ ‘ଜରା ହଟ୍‌କେ ଜରା ବଚ୍‌କେ’ (୨୦୨୩)ରେ କାମ କରିଛନ୍ତି। ଏହି ସିନେମାରେ ଭିକି କୌଶଲଙ୍କ ବିପକ୍ଷରେ ସାରା ଅଲି ଖାନଙ୍କୁ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସଫଳ ମଧ୍ୟ ହୋଇଥିଲା। ଲକ୍ଷ୍ମଣ ଉତେକର କୃତି ସାନନଙ୍କ 'ମିମି' (୨୦୨୧) ଏବଂ କାର୍ତ୍ତିକ ଆର୍ଯ୍ୟନ-କୃତି ସାନନଙ୍କ 'ଲୁକା ଛୁପି' (୨୦୧୯) ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

Rashmika Mandanna Bollywood Vicky Kaushal Chhaava
Advertisment
Advertisment