/odishatv-khabar/media/post_attachments/uploadimage/library/16_9/16_9_0/Ramayana_1752583099.jpg)
Ramayana
ଫିଲ୍ମ ରାମାୟଣକୁ ନେଇ ଏବେ ସବୁଠି ଚର୍ଚ୍ଚ। । ସବୁଠୁ ଅଧିକ ଚର୍ଚ୍ଚ। ହେଉଛି ଫିଲ୍ମର ବଜେଟକୁ ନେଇ । ପ୍ରଥମେ କୁହାଗଲା ଫିଲ୍ମର ବଜେଟ ୪୦୦କୋଟି । ତାପରେ କିଛି ରିପୋର୍ଟରେ କୁହାଗଲା ଫିଲ୍ମର ବଜେଟ ୧୬୦୦ କୋଟି , ଯେଉଁଥିରେ ପ୍ରଥମ ଭାଗ ପାଇଁ ୯୦୦ କୋଟି ଏବଂ ଦ୍ବିତୀୟ ଭାଗ ପାଇଁ ୭୦୦ କୋଟି ଖର୍ଚ୍ଚ ହେବ।
କିନ୍ତୁ ଫିଲ୍ମର ପ୍ରଯୋଜକ ନମିତ ମଲହୋତ୍ରା କହିଛନ୍ତି ଫିଲ୍ମର ମୋଟ ବଜେଟ ୪୦୦୦ କୋଟି ଟଙ୍କା (ପ୍ରାୟ ୫୦୦ ମିଲିୟନ ଡଲାର) ହୋଇପାରେ। ଯାହା ଭାରତୀୟ ସିନେମା ଇତିହାସରେ ସବୁଠାରୁ ମହଙ୍ଗା ଫିଲ୍ମ ହେବ। ଏହି ବଜେଟ ଦୁଇ ଭାଗରେ ନିର୍ମିତ ହେଉଥିବା ଏହି ଚଳଚ୍ଚିତ୍ରର ମୋଟ ଖର୍ଚ୍ଚ ପାଇଁ ବ୍ୟବହୃତ ହେବ ।
ଅଧିକ ପଢନ୍ତୁ: ଫିଲ୍ମର ବଜେଟ ୧୫୦୦ କୋଟି, ଏବେବି ଚାଲିଛି ହାଉସଫୁଲ୍
ନମିତ ମଲହୋତ୍ରା ଏହାକୁ ନିଜର ଡ୍ରିମ ପ୍ରୋଜେକ୍ଟ ବୋଲି କହିଛନ୍ତି । ସେ ଏକ ପୋଡକାଷ୍ଟରେ କହିଛନ୍ତି ବଜେଟକୁ ନେଇ ମତେ ଲୋକମାନେ ପାଗଳ ଭାବିଥିଲେ । କାରଣ କୌଣସି ବଲିଉଡ ଫିଲ୍ମର ବଜେଟ ଏତେ ହୋଇନଥାଏ। ଯେତେବେଳେ ୨ଟି ପାର୍ଟର କାମ ସରିଯିବ ମୋଟ ବଜେଟ ୪ହଜାର କୋଟିରୁ ଅଧିକ ହୋଇଯିବ ।
ନମିତ ଆହୁରି କହିଛନ୍ତି ରାମାୟଣ ଖୁବ ବଡ଼ ବଜେଟରେ ହେଉଛି କିନ୍ତୁ ହଲିଉଡ ଫିଲ୍ମ ତୁଳନାରେ କମ ଖର୍ଚ୍ଚ ହେଉଛି । ଏହା ଏକ ବଡ ପ୍ରୋଜେକ୍ଟ କିନ୍ତୁ କମ ଟଙ୍କା ଖର୍ଚ୍ଚ ହେଉଛି ।
ନମିତ କହିଛନ୍ତି ରାମାୟଣ ମାଧ୍ୟମରେ ସେ ସାରା ଦୁନିଆକୁ ଦେଖାଇବାକୁ ଚାହାଁନ୍ତି କି ଭାରତରେ ଅନେକ ସୁନ୍ଦର ସୁନ୍ଦର କାହାଣୀ ରହିଛି । ରାମାୟଣର ପ୍ରଥମ ଭାଗ ୨୦୨୬ ଦୀପାବଳିରେ ଓ ଦ୍ବିତୀୟ ଭାଗ ୨୦୨୭ରେ ରିଲିଜ ହେବ । ଫିଲ୍ମରେ ରଣବୀର କପୁର (ରାମ), ସାଇ ପଲ୍ଲବୀ (ସୀତା), ଏବଂ ୟଶ (ରାବଣ) ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)