Advertisment

Ankit Gupta: ପ୍ରିୟଙ୍କା ସହ ବ୍ରେକଅପ ! କହିଲେ ଏବେ ମୁଁ ସିଙ୍ଗଲ୍

ଉଡ଼ାରିୟା ପରେ ଅଙ୍କିତ ଗୁପ୍ତା ବିଗବସ ୧୬ରେ ନଜର ଆସିଥିଲେ । ଶୋରେ ତାଙ୍କ ସହ ପ୍ରିୟଙ୍କା ଚୌଧୁରୀଙ୍କ ଖୁବ ଚର୍ଚ୍ଚ। ହୋଇଥିଲା । ଦୁହେଁ ଦୁହିଁଙ୍କର ଧ୍ୟାନ ରଖୁଥିଲେ । ସେମାନଙ୍କ ଭିତରେ ପ୍ରେମ ସଂପର୍କ ଥିବା ବି ଲୋକମାନେ କହିଥିଲେ

author-image
Manasranjan Mohanty
Ankit Gupta

Ankit Gupta

ଉଡ଼ାରିୟା ଫେମ ଅଙ୍କିତ ଗୁପ୍ତା । ଦିନକୁ ଦିନ ତାଙ୍କ ଫ୍ୟାନ୍ସ ସଂଖ୍ୟା ବଢ଼ିବାରେ ଲାଗିଛି । ଅଙ୍କିତ ଏଭଳି ଜଣେ ଅଭିନେତା ଯିଏ କମ୍ କଥା ହୁଅନ୍ତି । ନିକଟରେ ଫରାହ ଖାନ୍ ତାଙ୍କ ଘରକୁ ବୁଲିବାକୁ ଯାଇଥିଲେ ନିଜର ବ୍ଲଗ ସୁଟିଂ ପାଇଁ । ସେସମୟରେ ଏଭଳି କଥାର ଖୁଲାସା ହୋଇଛି ଯାହା ଶୁଣିଲେ ଆପଣ ଆଶ୍ଚଯ୍ୟ ହେବେ । ଏବେ ସିଙ୍ଗଲ୍ ଅଛନ୍ତି , କିଛି ଦିନ ତଳେ ତାଙ୍କୁ ପାନିକ ଆଟାକ୍ ହୋଇଥିବା ଅଙ୍କିତ କହିଛନ୍ତି ।

Advertisment

ଫରାହ ଖାନଙ୍କ ସହ କଥା ହେବା ବେଳେ ଅଙ୍କିତ କହିଥିଲେ ମୁଁ ଆମିଷ ଖାଇବା ଛାଡିଦେଇଛି । କିଛି ଦିନ ପୂର୍ବରୁ ମତେ ଗ୍ୟାଷ୍ଟିକ ସମସ୍ୟା ଥିଲା । ପାନିକ୍ ଆଟାକ୍ ବି ହୋଇଥିଲା । ମୁଁ ହସପିଟାଲରେ ଆଡମିଟ୍ ହୋଇଥିଲି ।

ଅଧିକ ପଢନ୍ତୁ: ପ୍ରଥମ ଥର ଏକାଠି ଜାହ୍ନବୀ-ସିଦ୍ଧାର୍ଥ , ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ

Advertisment

ଫରାହ ଖାନ କହିଥିଲେ ଏସବୁ କେବେ ହେଲା । ଆମକୁ କାହିଁକି କହିଲନି । ତୁମକୁ କହିବାର ଥିଲା

ଉଡ଼ାରିୟା ପରେ ଅଙ୍କିତ ଗୁପ୍ତା ବିଗବସ ୧୬ରେ ନଜର ଆସିଥିଲେ । ଶୋରେ ତାଙ୍କ ସହ ପ୍ରିୟଙ୍କା ଚୌଧୁରୀଙ୍କ ଖୁବ ଚର୍ଚ୍ଚ। ହୋଇଥିଲା । ଦୁହେଁ ଦୁହିଁଙ୍କର ଧ୍ୟାନ ରଖୁଥିଲେ । ସେମାନଙ୍କ ଭିତରେ ପ୍ରେମ ସଂପର୍କ ଥିବା ବି ଲୋକମାନେ କହିଥିଲେ

ବିଗବସ ପରେ ଦୁହେଁ ଅନେକ ସମୟରେ ଏକାଠି ନଜର ଆସିଥିଲେ । କିନ୍ତୁ ଏବେ ସେମାନଙ୍କର ବ୍ରେକଅପ୍ ହୋଇଥିବା ଚର୍ଚ୍ଚ। ହେଉଛି । କିନ୍ତୁ କେହି ବି ଏବିଷୟରେ ଖୋଲିକି କହିନାହାନ୍ତି ।

ଫରାହ ଖାନ ଅଙ୍କିତଙ୍କୁ ପଚାରିଥିଲେ ତୁମେ ଏବେ ସିଙ୍ଗଲ୍ ଅଛ କି ନାହିଁ । କାରଣ ବିଗବସ ସମୟରେ ସମସ୍ତେ କନଫ୍ୟୁଜ ହୋଇଥିଲେ । ଅଙ୍କିତ ଜବାବରେ କହିଥିଲେ ବିଗବସ ଯାଇଥିଲି ସେତେବେଳେ ସିଙ୍ଗଲ୍ ଥିଲି । ମୁଁ ଏବେ ବି ସିଙ୍ଗଲ୍ ଅଛି । କିନ୍ତୁ ମିଙ୍ଗଲ୍ ପାଇଁ ପ୍ରସ୍ତୁତ ଅଛି ।

ଅଧିକ ପଢନ୍ତୁ: ଅଗଷ୍ଟ ୧ରେ ରିଲିଜ୍ , ସାଧାରଣ ପ୍ରେମ କାହାଣୀଠୁ ଅଲଗା

Bigg Boss Farah Khan
Advertisment
Related Articles
Advertisment