/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750945971.jpg)
Rajkummar Rao
ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନୀ ଦେଖିବାକୁ ମିଳିବ ବଡ ପରଦାରେ । ଗାଙ୍ଗୁଲିଙ୍କ ଫ୍ୟାନ୍ସ ପାଇଁ ଏହା ଏକ ବଡ଼ ଖବର । ବଲିଉଡରେ ଏବେ ଚାଲିଛି ବାୟୋପିକ ନିର୍ମାଣର ଟ୍ରେଣ୍ଡ । ଆଉ ଏଥିରେ ସାମିଲ ହୋଇଛନ୍ତି ଦାଦା ।
ଫିଲ୍ମର ଲିଡ ରୋଲରେ ଅଭିନୟ କରିବେ ବଲିଉଡ ଅଭିନେତା ରାଜକୁମାର ରାଓ । ଗାଙ୍ଗୁଲି କେବଳ ଭାରତୀୟ କ୍ରିକେଟରେ ନୁହନ୍ତି ବରଂ ବିଶ୍ବ କ୍ରିକେଟରେ ଜଣେ ମହାନ ଖେଳାଳି ଭାବେ ଜଣାଶୁଣା । ବାୟୋପିକରେ ଅଭିନୟ କରୁଥିବା ନେଇ ରାଜକୁମାର ଘୋଷଣା କରିଛନ୍ତି । ବିକ୍ରମାଦିତ୍ୟ ମୋଟୱାନୀ ଫିଲ୍ମର ନିର୍ଦ୍ଦେଶନା ଦେବେ ।
ଅଧିକ ପଢ଼ନ୍ତୁ: ବିଫଳ ନାୟକ, ସଫଳ ବିଜନେସମ୍ୟାନ, ଆମୀରଙ୍କ ଠାରୁ ବି ଧନୀ
ଗାଙ୍ଗୁଲିଙ୍କ ବାୟୋପିକକୁ ନେଇ କିଛି ମାସ ଧରି ଚର୍ଚ୍ଚା ଜାରି ରହିଥିଲା । ଏବେ ଏହି ଚର୍ଚ୍ଚ।ରେ ବିରାମ ଲଗାଇଛନ୍ତି ନିଜେ ରାଜକୁମାର ରାଓ । ନିକଟରେ ଏକ ସାକ୍ଷାତକାରରେ ମଧ୍ୟ ରାଜକୁମାର ଏନେଇ ସ୍ପଷ୍ଟ କରିଥିଲେ ।
ତେବେ ଏହି ଚରିତ୍ରକୁ ନେଇ ସେ ନର୍ଭସ ଅଛନ୍ତି । ଏଥସହିତ ନୂଆ ଚ୍ୟାଲେଞ୍ଜ ପାଇଁ ସେ ବହୁତ ଉତ୍ସାହିତ । ଏହା ଏକ ବଡ଼ ଦାୟିତ୍ବ ହୋଇଥିଲେ ହେଁ ସେଥିରେ ବହୁତ ମଜା ଆସିବ ବୋଲି ରାଜକୁମାର କହିଛନ୍ତି । ଗାଙ୍ଗୁଲିଙ୍କ ଭୂମିକା ଠିକରେ ପରଦାରେ କରିବା ପାଇଁ ରାଜକୁମାର ତାଙ୍କର ସବୁ ଅଙ୍ଗଭଙ୍ଗୀ, ଠାଣି ଶିଖିବା ସହ ବଙ୍ଗାଳି ଭାଷା ଶିଖୁଛନ୍ତି ।
ବଲିଉଡରେ ଏବେ ସଫଳ ନାୟକ ହେଉଛନ୍ତି ରାଜକୁମାର ରାଓ । ସ୍ତ୍ରୀ-ଟୁର ସଫଳତା ପରେ ତାଙ୍କ ଡିମାଣ୍ଡ ଆକାଶଛୁଆଁ ହୋଇଯାଇଛି । ଗାଙ୍ଗୁଲିଙ୍କ ବାୟୋପିକରେ ଅନ୍ୟ କେଉଁ ଅଭିନେତା ଓ ଅଭିନେତ୍ରୀ ଅଭିନୟ କରିବେ ସେନେଇ କୌଣସି ସୂଚନା ମିଳିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)