Advertisment

Saif Ali Khan Attack: ସୈଫ ଅଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ, ଘରେ ପଶି କରିଥିଲା ଛୁରାମାଡ଼

ସୈଫ ଅଲୀ ଖାନଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ। ବୁଧବାର ବିଳମ୍ବିତ ରାତିରେ ସୈଫଙ୍କ ଘରେ ପଶି ଅଭିଯୁକ୍ତ ଜଣକ ଛୁରା ମାଡ କରି ଫେରାର ହୋଇ ଯାଇଥିଲା। ବାନ୍ଦ୍ରା ପୋଲିସ ତଦନ୍ତ କରି ଶୁକ୍ରବାର ଦିନ ଅଭିଯୁକ୍ତକୁ ଗିରଫ କରିଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
Saif ali Khan

Saif ali Khan

ବଲିଉଡର ଲୋକପ୍ରିୟ ଅଭିନେତା ସୈଫ ଅଲୀ ଖାନଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ। ବୁଧବାର ବିଳମ୍ବିତ ରାତିରେ ସୈଫଙ୍କ ଘରେ ପଶି ଅଭିଯୁକ୍ତ ଜଣକ ଛୁରା ମାଡ କରି ଫେରାର ହୋଇ ଯାଇଥିଲା। ବାନ୍ଦ୍ରା ପୋଲିସ ମାମଲାର ତଦନ୍ତ କରିଥିବା ବେଳେ ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରିଛି। ଶୁକ୍ରବାର ସକାଳେ ସିସିଟିଭି ଫୁଟେଜରେ ଅଭିଯୁକ୍ତର ଚେହେରା ଦେଖିବାକୁ ମିଳିଥିଲା। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି।

Advertisment

ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କୁ ବୁଧବାର ବିଳମ୍ବିତ ରାତିରେ ଛୁରାମାଡ ହୋଇଥିଲା। ବାନ୍ଦ୍ରା ସ୍ଥିତ ଘରେ ପ୍ରବେଶ କରି ଅଭିଯୁକ୍ତ ଘରୋଇ ସହାୟିକାଙ୍କ ସହ ଯୁକ୍ତିତର୍କ କରିଥିଲା। ସୈଫ ଆସି ଯୁବକଙ୍କୁ ବୁଝାଇବାକୁ ପ୍ରୟାସ କରିଥିବା ବେଳେ ଯୁବକ ଜଣକ ତାଙ୍କୁ ଛୁରାମାଡ କରିଥିଲା। ସୈଫଙ୍କୁ ୬ ଥର ଛୁରାରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ପୋଲିସ ମାମଲାର ତଦନ୍ତ ଜାରି ରହିଛି। ସୈଫ ନିଜ ଘରେ ସ୍ତ୍ରୀ କରୀନା କପୁର ଖାନ, ପୁଅ ତୈମୁର ଓ ଜେହ ସହିତ ଶୋଇଥିଲେ। ଘରୋଇ ସହାୟିକାଙ୍କ ସହ ଯୁବକ ଜଣକ ଯୁକ୍ତିତର୍କ କରୁଥିବା ବେଳେ ସୈଫ ଉଠି ପଡିଥିଲେ। ଯୁବକ ଓ ସୈଫଙ୍କ ମଧ୍ୟରେ ଝଗଡା ହେବା ପରେ ଯୁବକ ଜଣଙ୍କ ସୈଫଙ୍କୁ ଛୁରା ମାଡ କରି ଫେରାର ହୋଇ ଯାଇଥିଲା। ସୈଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

Advertisment

ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

ରାତି ପ୍ରାୟ ୩.୩୦ରେ ସୈଫଙ୍କୁ ହସ୍ପିଟାଲ ଅଣା ଯାଇଥିଲା। ନ୍ୟୁରୋ ସର୍ଜନ ନୀତିନ ଡାଙ୍ଗେ, କସମେଟିକ ସର୍ଜନ ଲୀନା ଜୈନ ଓ ଆନାସ୍ଥେସିଓଲୋଜିଷ୍ଟ ନିଶା ଗାନ୍ଧୀ ସୈଫଙ୍କ ଚିକିତ୍ସା କରିଥିଲେ। ଲୀଳାବତୀ ହସ୍ପିଟାଲରେ ପ୍ରାୟ ଅଢେଇ ଘଣ୍ଟା ଧରି ସୈଫଙ୍କ ସର୍ଜରୀ ହୋଇଥିଲ। । ସୈଫ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଛି ।

ମୁମ୍ବାଇ ପୋଲିସ ପକ୍ଷରୁ ଅଭିଯୁକ୍ତକୁ ଧରିବା ପାଇଁ ୭ଟି ଟିମ ଗଠନ କରାଯାଇଥିଲା। ଏହା ମଧ୍ୟରୁ ୩ଟି ଟିମ ମୁମ୍ବାଇରେ ଓ ଗୋଟିଏ ଟିମ୍ ମୁମ୍ବାଇ ବାହାରେ ଅଭିଯୁକ୍ତର ସନ୍ଧାନ କରିଥିଲେ। ସୁରାକ ପାଇଁ ସିସିଟିଭି ଫୁଟେଜ ଯାଞ୍ଚ ସହିତ ୩ ଜଣ ଘରୋଇ ସହାୟକଙ୍କୁ ପଚରାଉଚରା କରାଯାଇଥିଲା।

ନିକଟରେ ସୈଫ ଅଲୀ ଖାନ ପରିବାର ସହିତ ସ୍ବିଜରଲାଣ୍ଡରେ ନୂଆବର୍ଷ ଛୁଟି କାଟି ଗତ ସପ୍ତାହରେ ଫେରିଥିଲେ। ସୈଫ ନିକଟରେ ତେଲୁଗୁ ଫିଲ୍ମ ଦେବରା ପାର୍ଟ-୧ରେ ନଜର ଆସିଥିଲେ। ସୈଫଙ୍କ ବ୍ୟତୀତ ଜୁନିୟର ଏନଟିଆର, ଜାହ୍ନବୀ କପୁର, ପ୍ରକାଶ ରାଜ, ଶ୍ରୀକାନ୍ତ ମେକା, ଟମ ସାଇନ ଚାକୋ ଓ ନାରାୟଣ ଏହି ଫିଲ୍ମରେ ନଜର ଆସିଥିଲେ। ଫିଲ୍ମଟି ତେଲୁଗୁ, ତାମିଲ, ମାଲାୟାଲମ, କନ୍ନଡ ଓ ହିନ୍ଦି ଭାଷାରେ ଏକା ସାଙ୍ଗରେ ରିଲିଜ ହୋଇଥିଲା। ଏହି ଫିଲ୍ମଟି ୫୨୧ କୋଟି ଟଙ୍କା ଆୟ କରିଥିଲା।

ଅଧିକ ପଢ଼ନ୍ତୁ: ‘ଧୁମ୍-୪’ ରେ ହେବ ରଣବୀର କପୁରଙ୍କ ଏଣ୍ଟ୍ରୀ! ହେବ ଡବଲ ଧମାକା

Saif Ali Khan Attack
Advertisment
Advertisment