Advertisment

Dhoom 4: ‘ଧୁମ୍-୪’ ରେ ହେବ ରଣବୀର କପୁରଙ୍କ ଏଣ୍ଟ୍ରୀ! ହେବ ଡବଲ ଧମାକା

ରଣବୀର କପୁର ‘ଧୁମ୍-୪’ ର ଏକ ଅଂଶ ହୋଇପାରନ୍ତି। ଏନେଇ ସେ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଚଳଚ୍ଚିତ୍ର ରଣବୀର କପୁରଙ୍କ ପାଇଁ ଏକ ଗେମ୍ ଚେଞ୍ଚର୍ ହେବାର ସାମର୍ଥ୍ୟ ରଖେ।

author-image
Pramod Behera
ଅଦ୍ୟତନ ହୋଇଛି
Ranbir kapoor is gearing up for dhoom 4

Ranbir kapoor is gearing up for dhoom 4

‘ଆନିମଲ୍’ ଫେମ୍ ରଣବୀର କପୁର ୨୦୨୫ ଏବଂ ୨୦୨୬ରେ ଅନେକ ହାଇ-ପ୍ରୋଫାଇଲ୍ ଚଳଚ୍ଚିତ୍ର ସହିତ ଆଗାମୀ ସମୟରେ ଅନେକ ମନୋରଞ୍ଜନ ଯୋଗାଇବାକୁ ପ୍ରସ୍ତୁତ। ଏହି ଅଭିନେତା ବର୍ତ୍ତମାନ ତାଙ୍କର ମୁଖ୍ୟ ପ୍ରୋଜେକ୍ଟ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। ପିରିୟଡ୍ ଚଳଚ୍ଚିତ୍ର ‘ରାମାୟଣ’, ‘ଲଭ୍ ଆଣ୍ଡ୍ ୱାର୍’ ଏବଂ ଆକ୍ସନ୍-ପ୍ୟାକ୍ ‘ଆନିମଲ୍ ପାର୍କ’ ତାଙ୍କ ରୋମାଞ୍ଚକର ତାଲିକାରେ ରହିଥିବା ବେଳେ ବର୍ତ୍ତମାନ ତାଙ୍କ ନାଁ ଏକ ହିଟ୍ ଫ୍ରାଞ୍ଚାଇଜ୍ ସହିତ ଜଡିତ।

Advertisment

ରିପୋର୍ଟ ଅନୁସାରେ ରଣବୀର କପୁର ‘ଧୁମ୍-୪’ ର ଏକ ଅଂଶ ହୋଇପାରନ୍ତି। ଏନେଇ ସେ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଚଳଚ୍ଚିତ୍ର ରଣବୀର କପୁରଙ୍କ ପାଇଁ ଏକ ଗେମ୍ ଚେଞ୍ଚର୍ ହେବାର ସାମର୍ଥ୍ୟ ରଖେ।

ଅଧିକ ପଢ଼ନ୍ତୁ: ନିର୍ମାତାଙ୍କ ବଡ଼ ଘୋଷଣା; ୨୦ ମିନିଟ୍ ଅଧିକ ଯୋଡ଼ାଯିବ, ଏହି ଦିନ ରିଲୋଡ୍

Advertisment

କୁହାଯାଉଛି ଯେ, ରଣବୀର ଏହି ଚଳଚ୍ଚିତ୍ରରେ ତାଙ୍କ ଚରିତ୍ର ପାଇଁ ଶରୀରରେ ଅନେକ ପରିବର୍ତ୍ତନ ପାଇଁ ଲାଗିପଡିଛନ୍ତି। ଫିଲ୍ମକୁ ନେଇ ଆଉ ଏକ ଅପଡେଟ୍ ଫିଲ୍ମ ପ୍ରତି ଉତ୍ସାହକୁ ବଢାଇଦେଇଛି। ଶୁଣିବାକୁ ମିଳୁଛି ଯେ ‘ଧୁମ୍ ୪’ରେ ଦୁଇଜଣ ମୁଖ୍ୟ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ।

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଫିଲ୍ମର ନିକଟ ସୂତ୍ରରୁ ଜଣାପଡିଛି ଯେ, ନିର୍ମାତା ବହୁ ପ୍ରତୀକ୍ଷିତ ଏହି ଆକ୍ସନ୍ ଫିଲ୍ମର ସୁଟିଂ ଆସନ୍ତା ଏପ୍ରିଲରେ ଆରମ୍ଭ କରିବେ।

‘ଧୁମ୍ ୪’ରେ ରଣବୀର କପୁରଙ୍କ ଲୁକ୍:

‘ଧୁମ୍ ୪’ରେ ରଣବୀର କପୁରଙ୍କୁ ଏକ ଭିନ୍ନ ଲୁକ୍ ଆବଶ୍ୟକ କରିବ ଏବଂ ଏହାକୁ ଆରମ୍ଭ କରିବା ପୂର୍ବରୁ ସେ ତାଙ୍କର ଦୁଇଟି ପ୍ରୋଜେକ୍ଟ ସଂପୂର୍ଣ୍ଣ କରିବେ। ଆସନ୍ତା ବର୍ଷ ଏହି ଫିଲ୍ମ ଫ୍ଲୋର୍‌କୁ ଆସିବ ବୋଲି ଆଶା କରାଯାଉଛି। ପ୍ରଡକ୍ସନ୍ ଟିମ୍ ବର୍ତ୍ତମାନ ଦୁଇଜଣ ମହିଳା ଲିଡ୍ ଏବଂ ଫିଲ୍ମ ପାଇଁ ଜଣେ ଭିଲେନ୍ ବାଛିବା ପାଇଁ ଚେଷ୍ଟା କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଭିଲେନ ଭୂମିକା ପାଇଁ ସାଉଥ୍‌ କଳାକାରଙ୍କୁ ନେବାର ବିଚାର କରାଯାଉଛି।"

ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

'ଧୁମ୍' ଫ୍ରାଞ୍ଚାଇଜ୍:

ୟଶ୍‌ ରାଜ୍‌ ଫିଲ୍ମସ୍ ବ୍ୟାନରରେ ଆସୁଥିବା ‘ଧୁମ୍’ ଫ୍ରାଞ୍ଚାଇଜ୍ ଏହାର ପରବର୍ତ୍ତୀ କିସ୍ତି ‘ଧୁମ୍ ୪’ ପାଇଁ ପ୍ରସ୍ତୁତ ଆରମ୍ଭ କରିଛି। ଏହି ଫ୍ରାଞ୍ଚାଇଜ୍‌ର ପୂର୍ବ ଚଳଚ୍ଚିତ୍ର ‘ଧୁମ୍ ୩’ ବିଶ୍ୱବ୍ୟାପୀ ୫୫୭ କୋଟି ଟଙ୍କା ରୋଜଗାର କରି ଏକ ବଡ଼ ହିଟ୍ ହୋଇଥିଲା ଏବଂ ‘ଧୁମ୍ ୨’ ଏବଂ ‘ଧୁମ୍’ ମଧ୍ୟ ଭାରତୀୟ ସିନେମାରେ ସର୍ବାଧିକ ଆୟ କରିଥିଲା।

୨୦୦୪ ମସିହାରେ ଆଦିତ୍ୟ ଚୋପ୍ରାଙ୍କ ପ୍ରଡକ୍ସନରେ ଜନ୍ ଆବ୍ରାହମ୍, ଅଭିଷେକ ବଚ୍ଚନ ଏବଂ ଉଦୟ ଚୋପ୍ରାଙ୍କ ଅଭିନୟରେ ଆରମ୍ଭ ହୋଇଥିବା 'ଧୁମ୍' ଫ୍ରାଞ୍ଚାଇଜ୍ ଆକ୍ସନ୍ ସିନେମାରେ ଏକ ନୂଆ ମାନଦଣ୍ଡ ସୃଷ୍ଟି କରିଥିଲା। 'ଧୁମ୍ ୨' (୨୦୦୬) ରେ ହ୍ରିତିକ୍ ରୋଶନ୍ ଏବଂ 'ଧୁମ୍ ୩' (୨୦୧୩) ରେ ଅମୀର ଖାନ୍ ଏହି ଚଳଚ୍ଚିତ୍ର ସହିତ ଦର୍ଶକଙ୍କୁ ବହୁତ ମନୋରଞ୍ଜନ ଦେଇଥିଲେ।

‘ଧୁମ୍ ୪’ ବ୍ୟତୀତ ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶନାରେ ରଣବୀରଙ୍କ ‘ଲଭ୍ ଆଣ୍ଡ୍ ୱାର୍’ରେ ଆଲିଆ ଭଟ୍ଟ ଏବଂ ଭିକି କୌଶଲ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ରୋମାଣ୍ଟିକ୍ ଡ୍ରାମା ୨୦ ମାର୍ଚ୍ଚ ୨୦୨୬ରେ ଏକ ଗ୍ରାଣ୍ଡ୍ ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛି।

ଅଧିକ ପଢ଼ନ୍ତୁ: ପ୍ରେମରେ ପଡିଲେ କରନ୍ ଜୋହର୍; ଜାଣନ୍ତୁ କାହାକୁ କରୁଛନ୍ତି ଡେଟ୍…

Bollywood Ranbir Kapoor
Advertisment
Advertisment