Advertisment

Indians Abducted by Al-Qaeda: ଅଲକାଏଦା କବଜାରେ ଓଡ଼ିଆ ଯୁବକ; ବାହୁନି ବାହୁନି ମା’ ଆଖିରୁ ଶୁଖୁନି ଲୁହ...

ଆତଙ୍କବାଦୀ ସଂଗଠନ ଅଲକାଏଦା କବଜାରେ ଓଡ଼ିଆ ଯୁବକ। ପଶ୍ଚିମ ଆଫ୍ରିକାର ମାଲିରେ ଅପହୃତ ତିନି ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଯୁବକ ପି. ଭେଙ୍କଟରମଣ । ତାଙ୍କ ଘର ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁରେ ବୋଲି ଜଣାପଡ଼ିଛି ।

author-image
Sujit kumar Swain
Odia Youth Among Indians Abducted by Al-Qaeda in West Africa

Odia Youth Among Indians Abducted by Al-Qaeda in West Africa

କୁଆଡେ ଗଲୁ...ମୋ ଧନକୁ କିଏ ନେଇଗଲା...ବାହୁନି ବାହୁନି ମା’ ଆଖିରୁ ଶୁଖୁନି ଲୁହ । ପୁଅକୁ ଝୁରି ଝୁରି କାନ୍ଦୁଛି ମାଆ। ଫଟୋକୁ ହାତରେ ଧରି ପୁଅକୁ ଅଣ୍ଡାଳି ହେଉଛି । ବିଦେଶକୁ ଯାଇଥିଲା ପୁଅ ରୋଜଗାର କରିବାକୁ । ଭଲ ଦି ପଇସା ଆଣିବ । ଘର ଚଳିବ । ହେଲେ ଏବେ ସବୁ କିଛି ଓଲଟି ଗଲା । ପୁଅକୁ ଉଠାଇ ନେଇଗଲେ ଆତଙ୍କବାଦୀ । ଏହି ଖବର ପାଇବା ପରେ ଘର ଲୋକଙ୍କ ହୋସ୍‌ ଉଡ଼ି ଯାଇଛି । ତାଙ୍କ ପାଦ ତଳୁ ମାଟି ଖସି ଯାଇଛି । ତାଙ୍କ ପୁଅ ଆତଙ୍କବାଦୀଙ୍କ କବଳରୁ କିଭଳି ଫେରିବ ସେଥିପାଇଁ ଚିନ୍ତାର ପୂରା ପରିବାର ।

Advertisment

ପଶ୍ଚିମ ଆଫ୍ରିକାର ମାଲିରେ ତିନି ଭାରତୀୟଙ୍କ କିଡନାପ୍‌ କରିଛି ଆତଙ୍କବାଦୀ ସଂଗଠନ ଅଲକଏଦା । ଆଉ ଏହି ୩ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ପି. ଭେଙ୍କଟରମଣ । ସେ ମାଲିରେ ବ୍ଲୁ-ଷ୍ଟାର ନାମକ ଏକ ଘରୋଇ କମ୍ପାନୀରେ କରୁଥିଲେ କାମ । ତେବେ ଗତ ୧ ତାରିଖରେ ଡାଏମଣ୍ଡ ସିମେଣ୍ଟ କାରଖାନା ଉପରେ ହମଲା କରିଥିଲା ଅଲକାଏଦା ଅନୁବନ୍ଧିତ ଆତଙ୍କବାଦୀ ସଂଗଠନ JNIM । ଆଉ ତିନି ଜଣ ଭାରତୀୟଙ୍କୁ କରି ନେଇଥିଲା ଅପହରଣ । ଯେଉଁମାନଙ୍କ ମଧ୍ୟରେ ଥିଲେ ଗଞ୍ଜାମର ପି.ଭେଙ୍କଟରମଣ ।

ଅଧିକ ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଫାୟାରିଂ କରି ହତ୍ୟା, ଆଗରୁ ପୁଅକୁ ବି ମାରିଥିଲେ ଦୁର୍ବୃତ୍ତ

Advertisment

ଅନ୍ୟପଟେ ପୁଅର ଅପହରଣ ଖବର ପାଇବା ପରେ ହିଞ୍ଜିଳିକାଟୁ ଥାନାରେ ଅଭିଯୋଗ କରିଛନ୍ତି ପି. ଭେଙ୍କଟରମଣଙ୍କ ମାଆ । ଏହା ସହ ସହଯୋଗ ପାଇଁ ଜିଲ୍ଲାପାଳଙ୍କ ସହ ମଧ୍ୟ କରିଛନ୍ତି ଆଲୋଚନା । ସେପଟେ ଏହି ଘଟଣାକୁ ଭାରତୀୟ ବିଦେଶ ମନ୍ତ୍ରଣାଳୟ ନିନ୍ଦା କରିବା ସହ ତିନି ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ମାଲି ସରକାରଙ୍କୁ କହିଛନ୍ତି । 

ତେବେ କେବେ ଆତଙ୍କବାଦୀଙ୍କ କବଳରୁ ପି.ଭେଙ୍କଟରମଣ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ବିଦେଶ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର କିଏ ପଦକ୍ଷେପ ଗ୍ରହଣ କରୁଛନ୍ତି ତାକୁ ଅପେକ୍ଷା ।

Odia Youth
Advertisment
Advertisment