Advertisment

Sisters Dance in Devotional Ecstasy: କମ୍ପି ଉଠୁଛି ବଡ଼ ଦାଣ୍ଡ; ନାଚୁଛନ୍ତି ଜଗନ୍ନାଥ-କୃଷ୍ଣ-ଚୈତନ୍ୟ...

ଜୟ ଜଗନ୍ନାଥ, ହରିବୋଲେର କମ୍ପି ଉଠୁଛି ବଡ଼ ଦାଣ୍ଡ। ନାଚୁଛନ୍ତି ଜଗନ୍ନାଥ। ନାଚୁଛନ୍ତି କୃଷ୍ଣ ଆଉ ଚୈତନ୍ୟ। ଦୁଇ ଭଉଣୀ ଏକାଠି ହୋଇ ବଡ଼ ଦାଣ୍ଡରେ ମୃଦଙ୍ଗର ତଳେ ତଳେ ଜଗାକୁ ସୁମରି ସୁମରି ନାଚୁଛନ୍ତି।

author-image
Sujit kumar Swain
Sisters Dance in Devotional Ecstasy Before Jagannath’s Chariots

Sisters Dance in Devotional Ecstasy Before Jagannath’s Chariots

କାଳିଆ ଆମ ଦୁଇ ଭଉଣୀକୁ ଟିକେ ଦେଖ... ଆଡ ଆଖିରେ ଟିକେ ଚାହିଁଦେ...ତୋ ପାଇଁ ଆମେ ଧାଇଁ ଆସିଛୁ... ତୁ ଟିକେ ଦେଖିବୁ ବୋଲି... ତୋ ଖୁସିରେ ଖିସି ହେବା ପାଇଁ... ତୋ ପାଇଁ ସେଜଇ ମଧ୍ୟ ହୋଇଛୁ...ଜଗା, କୃଷ୍ଣ ଓ ଚୈତନ୍ୟ ବେଶରେ ତୋର ୩ ରଥ ଆଗରେ ନୃତ୍ୟ କରୁଛୁ...ଏଥିପାଇଁ  ଭାରି ଖୁସି ଲାଗୁଛି...ତୋ ବଡ଼ ଦାଣ୍ଡରେ ମନଭରି ନୃତ୍ୟ କରି ଅପୂର୍ବ ଆନନ୍ଦ ମିଳୁଛିରେ ଜଗା...

Advertisment

ଜୟ ଜଗନ୍ନାଥ, ହରିବୋଲେର କମ୍ପି ଉଠୁଛି ବଡ଼ ଦାଣ୍ଡ। ନାଚୁଛନ୍ତି ଜଗନ୍ନାଥ। ନାଚୁଛନ୍ତି କୃଷ୍ଣ ଆଉ ଚୈତନ୍ୟ। ଦୁଇ ଭଉଣୀ ଏକାଠି ହୋଇ ବଡ଼ ଦାଣ୍ଡରେ ମୃଦଙ୍ଗର ତଳେ ତଳେ ଜଗାକୁ ସୁମରି ସୁମରି ନାଚୁଛନ୍ତି। ଜଗା, କୃଷ୍ଣ ଓ ଚୈତନ୍ୟ ବେଶରେ ବଡ଼ଦାଣ୍ଡରେ ନୃତ୍ୟ କରୁଛନ୍ତି । ସାନ ଭଉଣୀ ଅପର୍ଣ୍ଣା ପଣ୍ଡା  ଅଧା ଜଗା, ଅଧା କୃଷ୍ଣ ବେଶ ହୋଇଥିବା ବେଳେ ବଡ଼ ଭଉଣୀ  ଚୈତନ୍ୟ ବେଶରେ ଆସିଛନ୍ତି। 

ଅଧିକ ପଢନ୍ତୁ: ଆଜି ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷା କରିଛି ସିଂହଦ୍ୱାର

Advertisment

ତେବେ ଦୁଇ ଭଉଣୀ ୩ ରଥ ଆଗରେ ନୃତ୍ୟ କରୁଛନ୍ତି। ପ୍ରତିବର୍ଷ ଏହି ଦୁଇ ଭଉଣୀ ବିଭିନ୍ନ ବେଶର ଆସି ମନଭରି ବଡ଼ଦାଣ୍ଡରେ ନାଚନ୍ତି। ବର୍ଷ ମଧ୍ୟ ବଡ଼ ଦାଣ୍ଡର ନୃତ୍ୟ କରୁଛନ୍ତି।  ଉଭୟଙ୍କ ଘର ପୁରୀରେ। ଶ୍ରୀଜିଉଙ୍କ ଆଗରେ ନାଚି ଏମାନେ ବେଶ୍‌ ଖୁସି ଥିବା କହିଛନ୍ତି।

ଅନ୍ୟପକ୍ଷରେ ଅପେକ୍ଷାରେ ଅନ୍ତ ଘଟିଛି। ୯ ଦିନ ପରେ ଶ୍ରୀମନ୍ଦିରକୁ ଫେରୁଛନ୍ତି ମହାପ୍ରଭୁ। ଉଛୁଳୁଛି ବଡ଼ଦାଣ୍ଡ, ଭାବବିହ୍ବଳ ଅଛନ୍ତି ଭକ୍ତ। ଘଣ୍ଟ, ହୁଳହୁଳିରେ କମ୍ପୁଛି ଶରଧାବାଲି।  ଆଧ୍ୟାତ୍ମିକ ଆଡମ୍ବର  ଆବେଗର କୋଳାହରରେ ଶ୍ରୀକ୍ଷେତ୍ର ପାଲଟିଛି ସ୍ୱର୍ଗପୁର। ନାଚୁଛନ୍ତି ଭକ୍ତ, ନାଚୁଛନ୍ତି ଦେବଦାସୀ। ଗୀତର ତାଳେ ତାଳେ  ତିନ ରଥ  ଆଗରେ କରୁଛନ୍ତି ନୃତ୍ୟ ପରିବେଷଣ। ୯ ଦିନ ପରେ ମହାପଭ୍ରୁ ବାହୁଡୁଛନ୍ତି। 

Ratha Jatra
Advertisment
Advertisment