Advertisment

Dramatic Escape: ସାତ ଫେରା ପୂର୍ବରୁ ଇଡିର ରେଡ୍‌; ଗିରଫ ଭୟରେ କନିଆଁକୁ ଛାଡ଼ି ବର ଛୁ...

ବେଶ ଜାକଜମକ ଭିତରେ ପଞ୍ଚ ତାରକା ହୋଟେଲରେ ଚାଲିଥିଲା ହାଇଫାଇ ବାହାଘର। କୋଉ ସେଲେବ୍ରଟି ୱେଡିଂ ଠୁ କମ୍‌ ନୁହେଁ ସାଜ ସଜ୍ଜା। ସରିଥିଲା ବରଣମାଲା। ପଡି ଯାଥିଲା ହାତଗଣ୍ଠି। ବାକି ଥିଲା ସାତ ଫେରା। ଆଉ ଏତିକି କେବଳେ ବର କାନରେ ପଡିଲା ଇଡି ଆସୁଛି। ବାସ୍‌ ଏତିକିରେ ଉଡି ଯାଇଥିଲା ହୋସ୍‌।

author-image
Sujit kumar Swain
Dramatic Escape

Dramatic Escape

ବାହା ବେଦିରୁ ଚମ୍ପଟ ମାରିଲା ବର...ସାତ ଫେରା ପୂର୍ବରୁ ଇଡିର ରେଡ୍‌...ଗିରଫ ଭୟରେ କନିଆଁକୁ ଛାଡ଼ି ବର ଛୁ...ବାଜୁଛି ଗୀତ, ଚାଲିଛି ଡ୍ୟାନ୍ସ । ଆଉ ଉପରୁ ବର୍ଷୁଛି ଫୁଲ। ରଙ୍ଗୀନ୍ ଆଲୋକମାଳାରେ ସଜେଇ ହୋଇଥିଲା ମଣ୍ଡପ। ମନ୍ତ୍ର ପଢ଼ୁଛନ୍ତି ପୁରୋହିତ। ବେଶ ଜାକଜମକ ଭିତରେ ପଞ୍ଚ ତାରକା ହୋଟେଲରେ ଚାଲିଥିଲା ହାଇଫାଇ ବାହାଘର। କୋଉ ସେଲେବ୍ରଟି ୱେଡିଂ ଠୁ କମ୍‌ ନୁହେଁ ସାଜ ସଜ୍ଜା। ସରିଥିଲା ବରଣମାଲା। ପଡି ଯାଥିଲା ହାତଗଣ୍ଠି। ବାକି ଥିଲା ସାତ ଫେରା। ଆଉ ଏତିକି କେବଳେ ବର କାନରେ ପଡିଲା ଇଡି ଆସୁଛି। ବାସ୍‌ ଏତିକିରେ ଉଡି ଯାଇଥିଲା ହୋସ୍‌। ଗିରଫ ଭୟରେ କନିଆଁକୁ ମଣ୍ଡପରେ ଛାଡି ଛୁ ମାରିଥିଲା ବର। 

Advertisment

ଆଉ ଏପଟେ ବରର କାରନାମା ଦେଖି କାବା ହୋଇଗଲା କନିଆଁ। ଫିଲ୍ମ ଷ୍ଟାଇଲ୍‌ରେ ଚାଲିଥିବା ବହାଘରର କାହାଣୀରେ ହଠାତ୍‌ ଆସିଥିଲା କ୍ଲାଇମେକ୍ସ ମୋଡ୍‌। ଲାଭିସ୍‌ ବାହାଘରରେ ଲାଗିଯାଇଥିଲା ବ୍ରେକ୍‌।

ଅଧିକ ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଫାୟାରିଂ କରି ହତ୍ୟା, ଆଗରୁ ପୁଅକୁ ବି ମାରିଥିଲେ ଦୁର୍ବୃତ୍ତ

Advertisment

ବାହାଘରକୁ ଦେଖିଲେ ଆପଣଙ୍କୁ ଲାଗିବ କୌଣସି ବଲିଉଡ ସେଲିବ୍ରିଟିଙ୍କ ବହାଘର ଚାଲିଛି । ହେଲେ ପ୍ରକୃତରେ ବାହାଘର ଥିଲା ବହୁଚର୍ଚ୍ଚିତ ମହାଦେବ ବଟିଂ ଆପ୍‌ ମାମଲାର ମଖ୍ୟ ଅଭିଯୁକ୍ତର ଘନିଷ୍ଠ ସୌରଭ ଅହୁଜାର। ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ଆଖିରେ ଧୂଳି ଦେଇ ରାଜସ୍ଥାନରେ ଚାଲିଥିଲା ରୟାଲ ୱେଡିଂ। ଲୁଚିଛପି ଫାଇଭ ଷ୍ଟାର୍‌ ହୋଟେଲରେ ସୌରଭ କରୁଥିଲା ଲଗ୍‌ଜୁରୀ ବିବାହ। ଜୁଲାଇ ୨ ତାରିଖ। ଜୟପୁରର ପାରାମାଉଣ୍ଟ ହୋଟେଲରେ ବିବାହ କରୁଥିଲା ସୌରଭ। ବାସ୍‌ ଏତିକି ବେଳେ ଖବର ପାଇ ପହଞ୍ଚିଥିଲା ଇଡି। ଯୋଜନା ଥିଲା ସାତ ଫେରା ପରେ ସୌରଭଙ୍କୁ ଗିରଫ କରିବାକୁ । କିନ୍ତୁ ତା’ପୂର୍ବରୁ ଇଡିକୁ ଚକମା ଦେଇ ମଣ୍ଡପରେ ନବବଧୂକୁ ଛାଡି ଫେରାର ହୋଇଯାଇଥିଲା ବର। ଆପ ଏପଟେ ବରର କାରନାମା ଦେଖି ଆଶ୍ଚର୍ଯ୍ୟ ହୋଯାଇଥିଲେ ଝିଅଘର ଲୋକ।

ଭାରତର ସବୁଠାରୁ ବଡ଼ ଅନଲାଇନ୍ ବେଟିଂ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ ହେଉଛି ମହାଦେବ ବେଟିଂ ଆପ୍। ଏହା ମାଧ୍ୟମରେ କୋଟି କୋଟି ଟଙ୍କାର ବେଆଇନ କାରବାର ମାମଲାରେ ରାୟପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍‌ ବୁଧବାର ଜୟପୁରରେ ପହଞ୍ଚିଥିଲା। ସେମାନେ ଅଭିଯୁକ୍ତ ସୌରଭ ଆହୁଜାଙ୍କୁ ଧରିବା ପାଇଁ ଚଢାଉ କରିଥିଲେ, କିନ୍ତୁ ଇଡି ଅଧିକାରୀମାନଙ୍କୁ ଚକମା ଦେଇ ଅଭିଯୁକ୍ତ ଖସି ପଳାଇ ଯାଇଥିଲା। ଏହି ମାମଲାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ଜାରି ରହିଛି। ଭୋପାଳର ବାସିନ୍ଦା ଅଭିଯୁକ୍ତ ସୌରଭ ଆହୁଜା ମହାଦେବ ବେଟିଂ ଆପ୍‌ ମାମଲା ମୁଖ୍ୟ ଅଭିଯୁକ୍ତଙ୍କ ବିବାହ ପାଇଁ ରାୟପୁରରୁ ଦୁବାଇ ବିମାନ ବୁକିଂ କରିଥିଲା। ଏହା ପରଠାରୁ ଇଡି ଟିମ୍‌ ସୌରଭ ଆହୁଜା ପଛରେ ପଡ଼ିଥିଲା। 

Crime News Weddings
Advertisment
Advertisment