Advertisment

Shaktimaan Returns Teaser: ଖୁବଶୀଘ୍ର ଫେରୁଛି ନବେ ଦଶକର ସୁପରହିରୋ 'ଶକ୍ତିମାନ', ସାମନାକୁ ଆସିଲା ଟିଜର

‘ଶକ୍ତିମାନ’, ତାଙ୍କୁ କିଏ ବା ନ ଜାଣେ ? ୯୦ଦଶକର ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଧାରାବାହିକ ‘ଶକ୍ତିମାନ’ ଘରେ ଘରେ ପରିଚିତ। ଭାରତରେ ବ୍ୟାଟ୍‌ମ୍ୟାନ୍‌ କିମ୍ବା ସ୍ପାଇଡରମ୍ୟାନ ନୁହେଁ, ଶକ୍ତିମାନ ଥିଲା ୯୦ ଦଶକର ସୁପରହିରୋ।

author-image
Sonali Ojha
ଅଦ୍ୟତନ ହୋଇଛି
shaktimaan returns teaser

Shaktimaan

‘ଶକ୍ତିମାନ’, ତାଙ୍କୁ କିଏ ବା ନ ଜାଣେ ? ୯୦ଦଶକର ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଧାରାବାହିକ ‘ଶକ୍ତିମାନ’ ଘରେ ଘରେ ପରିଚିତ। ଭାରତରେ ବ୍ୟାଟ୍‌ମ୍ୟାନ୍‌ କିମ୍ବା ସ୍ପାଇଡରମ୍ୟାନ ନୁହେଁ ଶକ୍ତିମାନ ଥିଲା ୯୦ ଦଶକର ସୁପରହିରୋ। ଏହାକୁ ଦେଖିବାକୁ ସେତେବେଳେ ମନରେ ଯେତିକି ଉତ୍କଣ୍ଠା ଥିଲା ଏହା ସେତିକି ରୋମାଞ୍ଚକର ବି ଥିଲା। ଏହାରି ଭିତରେ ‘ଶକ୍ତିମାନ୍‌’କୁ ନେଇ ଆସିଛି ବଡ଼ ଖବର। ପୁଣି ଫେରୁଛି ଲୋକପ୍ରିୟ ଟିଭି ଧାରାବାହିକ ‘ଶକ୍ତିମାନ୍‌’।

Advertisment

ଅଧିକ ପଢ଼ନ୍ତୁ: Kanguva 2nd Trailer: ସାମ୍ନାକୁ ଆସିଲା ‘କଙ୍ଗୁଭା’ର ଦ୍ୱିତୀୟ ଟ୍ରେଲର୍‌; ଥରେଇଲା ସୂର୍ଯ୍ୟାଙ୍କ ଗର୍ଜନ

ଦର୍ଶକଙ୍କ ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ପୁଣି ଥରେ ୯୦ଦଶକର ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଧାରାବାହିକ ‘ଶକ୍ତିମାନ’ ପରଦାକୁ ଆସୁଛି। ବରିଷ୍ଠ ଅଭିନେତା ମୁଖେଶ ଖାନ୍ନା କିଛିଦିନ ପୂର୍ବରୁ ତାଙ୍କ ଫ୍ୟାନ୍ସମାନଙ୍କୁ ଦେଇଥିବା କଥା ପୁରା କରିଛନ୍ତି। ଶକ୍ତିମାନ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ମୁକେଶ ଖାନ୍ନା ନିଜ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ପେଜ୍‌ରେ ଏକ ଟିଜର ଓ ପୋଷ୍ଟର ଶେୟାର କରିଛନ୍ତି। ଏଥିରେ ସେ ତାଙ୍କ ଶୋ’ର ପୁନଃ ଆରମ୍ଭ ଓ ସୁପରହିରୋର ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଛନ୍ତି।

Advertisment

ମୁକେଶ ଖାନ୍ନା ତାଙ୍କ ଇନଷ୍ଟାଗ୍ରାମରେ ‘ଶକ୍ତିମାନ’ର ବହୁପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ଘୋଷଣା କରି ପ୍ରଥମ ପୋଷ୍ଟର ଓ ଟିଜର ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘‘ବର୍ତ୍ତମାନ ଫେରିବାର ସମୟ ଆସିଛି । ଆମର ପ୍ରଥମ ଭାରତୀୟ ସୁପରଶିକ୍ଷକ-ସୁପରହିରୋ । ହଁ ! ଆଜିକାଲିର ପିଲାଙ୍କୁ ଅନ୍ଧକାର ଏବଂ ଆଶୁରିକ ଶକ୍ତି କବଳିତ କରିଛି। ତେଣୁ ମୋ ଫେରିବାର ସମୟ ଆସିଛି । ମୁଁ ଏକ ବର୍ତ୍ତା ନେଇ ଫେରୁଛି। ଏକ ଶିକ୍ଷା ସହ ଫେରୁଛନ୍ତି। ଆଜିର ପିଢି ପାଇଁ। ମୋତେ ସ୍ୱାଗତ କରନ୍ତୁ !

ମୁକେଶ ଖାନ୍ନା ସେୟାର କରିଥିବା ‘ଶକ୍ତିମାନ’ ଟିଜରରେ,‘ମୁକେଶ ଖାନ୍ନା ଏକ ସ୍କୁଲରେ ଉଡୁଥିବା ଦେଖିବାକୁ ମିଳୁଛନ୍ତି। ଏହାପରେ ସେ ଚନ୍ଦ୍ରଶେଖର ଆଜାଦ, ଭଗତ ସିଂହ, ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋ ସାମ୍ନାରେ ଛିଡ଼ା ହୋଇ ଗୀତ ଗାଉଥିବାର ନଜର ଆସୁଛନ୍ତି। ପୋଷ୍ଟ ସେୟାର କରିବା ମାତ୍ରେ ପ୍ରଶଂସକମାନେ ନିଜ ଉତ୍ସାହ କମେଣ୍ଟ ଜରିଆରେ ପ୍ରକାଶ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୁଁ ଏହାକୁ ଦେଖିବାକୁ ଅନେକ ଥର ସ୍କୁଲ ବନ୍ଦ କରିଛି। ଅନ୍ୟ ଜଣେ ଲେଖିଛନ୍ତି, ଅପେକ୍ଷା କରିଛୁ, ସବୁଠାରୁ ଶକ୍ତିଶାଳୀ ପ୍ରଥମ ସୁପରହିରୋ ଆମ ‘ଶକ୍ତିମାନ’।

ସୂଚନାଯୋଗ୍ୟ, ଛୋଟବେଳର ଧାରାବାହିକକୁ ଫେରୁଥିବା ଦେଖି ଦର୍ଶକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଭରି ଯାଇଛି। ୯୦ଦଶକର ସବୁଠାରୁ ଚର୍ଚ୍ଚିତ ଧାରାବାହିକ କୁହାଯାଉଥିବା ‘ଶକ୍ତିମାନ’ ଡିଡି ନ୍ୟାସନାଲରେ ୧୯୯୭ ମସିହାରେ ଆରମ୍ଭ ହୋଇଥିଲା। ଏହି ଧାରାବାହିକ ୨୦୦୫ ମସିହାରେ ବନ୍ଦ ହୋଇଯାଇଥିଲା। ତେବେ ‘ଶକ୍ତିମାନ’ ସିନେମା, ଧାରାବାହିକ କି ୱେବ ସିରିଜ ଜରିଆରେ ଫେରୁଛି ତାହା ସ୍ପଷ୍ଟ ହୋଇନାହିଁ।

ଅଧିକ ପଢ଼ନ୍ତୁ: Viral Photo: ୧୧ ବର୍ଷ ବଡ଼ ବାବା ଭେନୁଗୋପାଲଙ୍କୁ ବିବାହ କଲେ ଅଭିନେତ୍ରୀ ଦିବ୍ୟା ଶ୍ରୀଧର

Mukesh Khanna Shaktimaan
Advertisment
Advertisment