Advertisment

Jatra Controversy: ଯାତ୍ରା ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ କଳାକାର, କହିଲେ...

ଯାତ୍ରା ବିବାଦରେ ଲାଗୁନି ବ୍ରେକ୍ । ଦୀର୍ଘ ଦିନ ଧରି ବିଭିନ୍ନ ଯାତ୍ରା ପାର୍ଟିରେ ବିବାଦ ଦେଖିବାକୁ ମିଳିଛି । ଏବେ ପୁଣି ଯାତ୍ରା ମାଲିକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି କଳାକାର । ଯାତ୍ରା ସିଂହବାହିନୀ ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଳାକାର ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Jatra Controversy

Jatra Controversy

ଥମିବାର ନାଁ ଧରୁନି ଯାତ୍ରା ବିବାଦ। ଯାତ୍ରା ସିଂହବାହିନୀ ମାଲିକ ସଞ୍ଜୀବ ପାଢୀଙ୍କ ବିରୋଧରେ କଳାକାର କାହ୍ନାଙ୍କ ବିସ୍ଫୋରକ ବୟାନ । ସଞ୍ଜୀବ ପାଢୀ ମୋତେ ମାରିଦେଇଥାନ୍ତେ ବୋଲି ଅଭିଯୋଗ କରିଛନ୍ତି କାହ୍ନା । ଆହୁରି ସଂଗୀନ ଅଭିଯୋଗ ଆଣି କାହ୍ନା କହିଛନ୍ତି, "ବିଭିନ୍ନ ପାର୍ଟିକୁ ଭାଙ୍ଗିଦେବାକୁ ଏବଂ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ସଞ୍ଜୀବ ପାଢୀ ।" ତେବେ ଏନେଇ ସଞ୍ଜୀବ ପାଢୀଙ୍କ ପ୍ରତିକ୍ରିୟା ମିଳିପାରିନି । 

Advertisment

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବିବାଦରେ ରହିଆସିଛି ଯାତ୍ରା ସିଂହବାହିନୀ । ଯାତ୍ରା ସିଂହବାହିନୀ ମାଲିକଙ୍କଠୁ ଅଗ୍ରୀମ ଟଙ୍କା ସହ ଦାମୀଗାଡି ନେଇଥିବା ନେଇ ଅଭିନେତା ପୀୟୂଷଙ୍କ ନାଁରେ ଅଭିଯୋଗ ଆସିଥିଲା । ଏସବୁ ପ୍ରଶ୍ନର ଉତ୍ତର ରଖିଥିଲେ ପୀୟୂଷ । ଓଟିଭିକୁ ପ୍ରତିକ୍ରିୟା ଦେଇ ପୀୟୁଷ କହିଥିଲେ,"ଯାତ୍ରା ସିଂହବାହିନୀ ମାଲିକଙ୍କ ସହିତ ଚୁକ୍ତି ହୋଇଥିଲା। ତାଙ୍କଠୁ ଟଙ୍କା ନେଇଥିବା କଥା ସତ, କିନ୍ତୁ ତାଙ୍କ ପାର୍ଟିକୁ ଯିବି ବୋଲି ଜଗନ୍ନାଥଙ୍କ ନାଁରେ ଜମାରୁ ରାଣ ଖାଇନି ।"

ଅଧିକ ପଢନ୍ତୁ: ସ୍ୱର୍ଣ୍ଣ ମନ୍ଦିର ଛାଡ଼ି ନୂଆ ଯାତ୍ରା ପାର୍ଟି କଲେ ରାଣୀ ପଣ୍ଡା, ଡ୍ରିମ୍ ପ୍ରୋଜେକ୍ଟର ନାଁ କ'ଣ ରଖିଲେ? ଜାଣନ୍ତୁ...

Advertisment
Jatra Party Jollywood
Advertisment
Related Articles
Advertisment