• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Lipsa Mohapatra

ଅଭିନେତ୍ରୀ ରାଣୀ ପଣ୍ଡା ତିଆରି କଲେ ନୂଆ ଯାତ୍ରା ପାର୍ଟି । ଆଜି ଏନେଇ ପ୍ରେସ୍ମିଟ୍ କହିଛନ୍ତି ରାଣୀ । ଏହାସହ ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରୁ ବିଦାୟ ନେଉଥିବା ସେ କହିଛନ୍ତି । "ଯାତ୍ରା ପାର୍ଟି କରି ରାଣୀ ପଣ୍ଡା ଅନେକ କଳାକାର ଓ ଟେକ୍ନିସିଆନଙ୍କୁ ପୋଷିବ" ବୋଲି ରୋକ୍ ଠୋକ୍ ଜଣାଇଛନ୍ତି ରାଣୀ । 

ରାଣୀ କହିଛନ୍ତି, "ମୋର କିଛି ବ୍ୟକ୍ତିଗତ କାରଣ ପାଇଁ ସ୍ୱର୍ଣ୍ଣ ମନ୍ଦିରରୁ ଓହରି ଯାଉଛି । ସ୍ୱର୍ଣ୍ଣ ମନ୍ଦିରର ପ୍ରଯୋଜକ ପିଣ୍ଟୁ ବାବୁଙ୍କୁ ବି କହିରଖୁଛି,ଆପଣଙ୍କ ଅନୁଷ୍ଠାନକୁ ଆଗକୁ ନେଉନାହିଁ । ସେଥିପାଇଁ କ୍ଷମା ପ୍ରାର୍ଥନା ଚାହିଁବି । ଆପଣଙ୍କ ଅନୁଷ୍ଠାନର ଉନ୍ନତି କାମନା କରୁଛି । ବହୁ ବାଧାବିଘ୍ନ ଆସିବାରୁ ପଛଘୁଞ୍ଚା ଦେଉଛି । ରାଣୀ ପଣ୍ଡା ହାରିବା ଲୋକ ନୁହେଁ । ସେଥିପାଇଁ ମୁଁ ସିଦ୍ଧାନ୍ତ ନେଲି ନିଜେ ଯାତ୍ରା ପାର୍ଟି ଗଠନ କରିବି । ଆସନ୍ତା ଜୁଲାଇ ୭ ତାରିଖରେ ମୋର ଯାତ୍ରା ମହୁରତ ଓ ଆଖଡ଼ା ପୂଜା ହେବାକୁ ଯାଉଛି ।"


ରାଣୀ ଆହୁରି କହିଛନ୍ତି,"ଯେଉଁ କଳାକାର ବୁକ୍ ହୋଇଥିଲେ, ସେମାନେ ସ୍ୱର୍ଣ୍ଣ ମନ୍ଦିର ପାଇଁ ନୁହେଁ ମୋ ପାଇଁ ବୁକ୍ ହୋଇଥିଲେ । ସେମାନେ ମୋ ପାର୍ଟିରେ କାମ କରିବେ । ଆଉ ଯଦି ସେମାନେ ସ୍ୱର୍ଣ୍ଣ ମନ୍ଦିରରେ ରହିବାକୁ ଚାହୁଁଛନ୍ତି ସେମାନଙ୍କ ବଦଳରେ ମୁଁ ଅନ୍ୟମାନଙ୍କୁ ନେବି ।" 'ନାଟ୍ୟମଣ୍ଡପ' ନାଁରେ ଯାତ୍ରା ପାର୍ଟି କରିବା ନେଇ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ଏହା ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ ବୋଲି ସେ କହିଛନ୍ତି । 

ଅଧିକ ପଢନ୍ତୁ: ଭୁଲ୍ ମାଗିଲେ ଯାତ୍ରା ଅଭିନେତା ସଞ୍ଜୟ ଭୋଳ