/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750482965.jpg)
Drunk Man Riding Camel
ଆଜିକାଲି ସୋସିଆଲ ମିଡିଆରେ ଆମେ ଅନେକ ଅଜବ ଗଜବ ଦୃଶ୍ୟ ଦେଖିବାକୁ ପାଉ, ଏବେ ସେମିତି ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଏଥିରେ ଜଣେ ମାତାଲ୍ ବ୍ୟକ୍ତି ହାଇଦ୍ରାବାଦ ଏକ୍ସପ୍ରେସୱେ ଫ୍ଲାଏଓଭରରେ ଓଟ ସବାରି କରୁଥିବାର ନଜର ଆସୁଛି । ଲୋକଟି ଏତେ ମାତ୍ରାରେ ନିଶାସକ୍ତ ଅଛି ଯେ, ସେ ଓଟ ଉପରେ ହିଁ ଶୋଇପଡିଛି ଏବଂ ଓଟ ବେକାବୁ ହୋଇ ଫ୍ଲାଏଓଭରରେ ଧାଉଁଛି । ଏମିତି ଲାଗୁଛି ଯେମିତି ଓଟ ନିୟନ୍ତ୍ରଣ ହରାଇବସିବ ଓ କେଉଁ ମୁହୂର୍ତ୍ତରେ କିଛି ଦୁର୍ଘଟଣା ଘଟିଯିବ । ଏହି ଦୃଶ୍ୟ କେବଳ ଅଜବ ନଥିଲା, ବରଂ ସେହି ରାସ୍ତାରେ ଯାଉଥିବା ଅନ୍ୟ ଗାଡିଗୁଡିକ ପାଇଁ ଖୁବ୍ ବିପଦଜନକ ଥିଲା ।
ଇନଷ୍ଟାଗ୍ରାମରେ ୟୁଜର ଇକରମ ଉଲ୍ଲା ଶାହଙ୍କ ଦ୍ୱାରା ଏହି ଭିଡିଓ କ୍ଲିପ୍ ପୋଷ୍ଟ କରାଯାଇଛି । ଏ ଦୃଶ୍ୟ ହାଇଦ୍ରାବାଦ ପି.ଭି. ନରସିଂହାରାଓ ଏକ୍ସପ୍ରେସୱେର । ଓଟ ଉପରେ ବସିଥିବା ଲୋକଟି ନିଶାରେ ପୂରା ଚୁର୍ ଥିଲା । ସେ ଓଟ ଉପରେ ହିଁ ଶୋଇ ପଡିଥିବାରୁ ଓଟକୁ ନିୟନ୍ତ୍ରଣ କରିବାକୁ କେହି ନଥିଲେ । ଯେଉଁଥିପାଇଁ ଓଟ ମାଳ ମାଳ ଗାଡି ଭିତରେ ଏକ୍ସପ୍ରେସୱରେ ବେକାବୁ ହୋଇ ଧାଇଁଥିଲା ।
ସେହି ରାସ୍ତାରେ କାର୍ରେ ଯାଉଥିବା ଦୁଇ ଯୁବକ ଇକରମ ଶାହ ଏବଂ ତାଙ୍କର ବନ୍ଧୁ ଏ ଘଟଣା ଦେଖିଥିଲେ । ଓଟକୁ ନ ରୋକିଲେ କୌଣସି ବଡ଼ ଦୁର୍ଘଟଣା ହୋଇପାରେ ଭାବି ସେମାନେ ଓଟରେ ବସିଥିବା ଲୋକ ଉପରେ ପାଣି ଢାଳି ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ଲୋକଟି ନିଶାରେ କିଛି ଜାଣି ନପାରିବାରୁ ଦୁହେଁ କାର୍ରୁ ଓହ୍ଲାଇ ଓଟକୁ ଧୀରେ ଧୀରେ କାବୁ କରିନେଇଥିଲେ ।
ଇକରମ ପୋଷ୍ଟ କ୍ୟାପସନରେ ଲେଖିଛନ୍ତି, ସେ ହାଇୱେରେ ଓଟର ପିଛା କରିଥିଲେ ଏବଂ କାହାର କିଛି କ୍ଷତି ହେବା ପୂର୍ବରୁ ଓଟକୁ ରୋକି ଦେଇଥିଲେ ।
ଭିଡିଓରେ ଦେଖାଯାଇଥିବା ଯୁବକ ଦ୍ୱୟଙ୍କ ଏପରି କାର୍ଯ୍ୟକୁ ୟୁଜର୍ସ ଖୁବ୍ ପ୍ରଶଂସା କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, 'ବାକି ଲୋକେ ତାମସା ଦେଖୁଥିଲେ । ଏହି ଦୁଇ ଯୁବକ ପ୍ରକୃତ କାମ ଦେଖାଇଛନ୍ତି ।' ଆଉ ଜଣେ ୟୁଜର ଲେଖିଛନ୍ତି, 'ଯଦି ଠିକ୍ ସମୟରେ ସେମାନେ ଓଟକୁ ରୋକିନଥାନ୍ତେ ହୁଏତ ବଡ଼ ଅଘଟଣ ଘଟି ଯାଇଥାନ୍ତା ।'
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)