• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏଲନଙ୍କୁ ଛିଗୁଲେଇଲେ ବିଗ୍‌ ବି ଅମିତାଭ ବଚ୍ଚନ । କହିଲେ ‘ମୋ ପଇସା ଫେରାଇ ଦିଅ’ଟ୍ୱିଟର ଆକାଉଣ୍ଟରୁ ବ୍ଲୁ-ଟିକ୍‌ ହଟିବା ପରଠାରୁ ଅମିତାଭ ବଚ୍ଚନ (Amitabh Bachchan) ଲଗାତର ଏଲନ୍‌ ମସ୍କ (Elon Musk)ଙ୍କୁ ଛିଗୁଲେଇବାରେ ଲାଗିଛନ୍ତି । ସେ ଭୋଜପୁରୀ ଷ୍ଟାଇଲ୍‌ରେ ଏଲନ୍‌ଙ୍କୁ ବାରମ୍ବାର ଛିଗୁଲୋଉଥିବା ଦେଖାଯାଇଛି । ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ନିଜର ଫ୍ୟାନ୍‌ମାନଙ୍କୁ ଏଣ୍ଟରଟେନ୍‌ କରୁଛନ୍ତି ଅମିତାଭ ।

ପୂର୍ବରୁ ସେ ଯାହା ବି ଟ୍ୱିଟ୍‌ କରିଥିଲେ ଆମେ ଆପଣଙ୍କୁ ଜଣାଇଥିଲୁ । ହେଲେ ଏବେ ତାଙ୍କର ନୂଆ ଟ୍ୱିଟ୍‌ (Tweet) ହେଲା, ‘ବ୍ଲୁ-ଟିକ୍‌ ପାଇଁ ମୋଠାରୁ ଯେଉଁ ପଇସା ନେଇଛ ତାହା ଫେରାଇ ଦିଅ’ । ତେବେ ଅମିତାଭଙ୍କ ଏଭଳି ମଜାଳିଆ ଟ୍ୱିଟ୍‌ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି । ତାଙ୍କ ଫ୍ୟାନ୍‌ ମାନେ ଏଥିରେ ଧୁମ୍ କମେଣ୍ଟ କରୁଥିବା ବେଳେ ଏହାକୁ ରିଟ୍ୱିଟ୍ କରି ଖୁବ୍‌ ଭାଇରାଲ କରିବା ସହ ଏଲନ୍‌ଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି । ଅମିତାଭଙ୍କ ଏହି ପୋଷ୍ଟରେ କିଛି ନକରାତ୍ମକ କମେଣ୍ଟ ମଧ୍ୟ ରହିଥିବା ଦେଖାଯାଇଛି ।

 ତେବେ ଆପଣ ଭାବୁଥିବେ ଅଚାନକ ଅମିତାଭ ଏଲନ୍‌ଙ୍କୁ ବ୍ଲୁ-ଟିକ୍‌ ପାଇଁ ଦେଇଥିବା ଟଙ୍କା କାହିଁକି ଫେରସ୍ତ ମାଗୁଛନ୍ତି । ତାଙ୍କ ପାଖରେ କ’ଣ ଟଙ୍କାର ଅଭାବ ରହିଛି କି ? କାରଣ ସେହି ଟ୍ୱିଟ୍‌ର (Twitter)ରେ ଅମିତାଭ ପୂର୍ବରୁ ଏଲନ୍‌ଙ୍କୁ କହିଥିଲେ ଯେ, ‘ମୁଁ ଟଙ୍କା ଡିପୋଜିଟ୍‌ କରିଦେଇଛି ଦୟାକରି ମୋର ବ୍ଲୁ-ଟିକ୍‌ ମୋତେ ଫେରାଇ ଦିଅ । ଏଥିପାଇଁ ମୁଁ ହାତ ଯୋଡ଼ୁଛି ।’ ଏହି ଟ୍ୱିଟ୍‌ କରିବାର କିଛି ସମୟ ମଧ୍ୟରେ ଅମିତାଭଙ୍କ ବ୍ଲୁ-ଟିକ୍‌ ଫେରି ଆସିଥିଲା । ଆଉ ଏହା ପରେ ଅମିତାଭ ପୁଣି ଟ୍ୱିଟ୍‌ କରି କହିଥିଲେ ଯେ, ‘ବ୍ଲୁ-ଟିକ୍‌ ଫେରାଇଥିବାରୁ ବୁହୁତ ବହୁତ ଧନ୍ୟବାଦ ଏଲନ୍‌ ଜି’ । ବ୍ଲୁ-ଟିକ୍‌ ପାଇବା ପରେ ଅମିତାଭ ଏତେ ଖୁସି ହୋଇଥିଲେ ଯେ, ସେ ଏଲନ୍‌ଙ୍କ ପାଇଁ ଗୀତ ମଧ୍ୟ ବୋଲିଥିଲେ । ତୁ ଚିଜ୍‌.. ବଡ଼ି ହେ. ମସ୍କ .. ମସ୍କ... । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ୟୁଜର୍ସମାନେ ମଧ୍ୟ ଏହାର ଖୁବ୍‌ ମଜା ନେଇଥିଲେ ।

ଏବେ ଅମିତାଭ ବଚ୍ଚନ ପୁଣି ଏଲ୍‌ନ୍‌ଙ୍କୁ କହିଛନ୍ତି ଯେ, ‘ମୁଁ ପଇସା ଦେବା ପରେ ପୁଣି ନିୟମ ବଦଳାଇଦେଲ । କହିଲ ଏକ ମିଲିୟନ୍‌ରୁ ଅଧିକ ଫଲୋଅର୍ସ ଥିଲେ ବ୍ଲୁ-ଟିକ୍‌ ମାଗଣା । କିନ୍ତୁ ମୋର ୪୮ ମିଲଅନ୍‌ରୁ ଅଧିକ ଫଲୋଅର୍ସ ରହିଛନ୍ତି । ତାହାଲେ ମୋ ବ୍ଲୁ-ଟିକ୍‌ ପାଇଁ କାହିଁକି ଅର୍ଥ ନେଲ । ମୋ ଟଙ୍କା ମୋତେ ଫେରାଅ । ମୁଁ ଟଙ୍କା ଡିପୋଜିଟ୍‌ କରିବା ପରେ, ସଙ୍ଗେ ସଙ୍ଗେ ନୂଆ ନିୟମ ବଦଳାଇଦେଲ’ । 

Amitabh Bachchan TweetAmitabh Bachchan Tweet

ସୂଚନାଯୋଗ୍ୟ, ବିନା ଦେୟରେ ଟ୍ୱିଟର ବ୍ଲୁ ଟିକ୍ ଫେରି ପାଇଛନ୍ତି ବିଶିଷ୍ଟ ବ୍ୟକ୍ତିତ୍ୱ । କମ୍ପାନୀକୁ କୌଣସି ଟଙ୍କା ପେମେଣ୍ଟ କରିନଥିଲେ ସୁଦ୍ଧା ବ୍ଲୁ-ଟିକ୍ ଫେରିବା ପରେ ୟୁଜର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କିଛି ଦିନ ପୂର୍ବରୁ ଟ୍ୱିଟର ଅଧିକାଂଶ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦେଇଥିଲା । ଯେଉଁମାନେ ଟ୍ୱିଟର୍‌ ବ୍ଲୁରେ ସବସ୍କ୍ରିପସନ୍‌ କରିନଥିବେ କିମ୍ବା ବ୍ଲୁ ଟିକ୍‌ ପାଇଁ ଟଙ୍କା ପଇଠ କରିନଥିବେ, ତାଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟି ଯାଇଥିଲା । ହେଲେ ଏବେ ଏହି ମାମଲାରେ ଆରବପତି ଏଲନ୍‌ ମସ୍କ ୟୁ ଟର୍ଣ୍ଣ ନେଇଛନ୍ତି ।

ଯେଉଁ ୟୁଜରଙ୍କର ଏକ ମିଲିୟନ୍‌ ତଥା ୧୦ ଲକ୍ଷ ଫଲୋଅର୍ସ ଅଛନ୍ତି, ସେମାନଙ୍କୁ ପୁଣି ଫେରାଇ ଦିଆଯାଇଛି ବ୍ଲୁ ଟିକ୍ । ବିଭିନ୍ନ ଡୋମେନରେ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ବ୍ଲୁ ଟିକ୍‌ ହରାଇବା ପରେ ଏହି ପରିବର୍ତ୍ତନ ହୋଇଥିବା କୁହାଯାଉଛି । ଏପ୍ରିଲ ୨୦ ମଧ୍ୟରାତ୍ରୀରୁ ‌ଲକ୍ଷ ଲକ୍ଷ ୟୁଜରଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଥିଲା । ବଡ଼ ବଡ଼ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିଙ୍କ ଆକାଉଣ୍ଟରୁ ହଟିଯାଇଥିଲା ବ୍ଲୁ-ଟିକ୍। ପ୍ରତି ମାସରେ ଧାର୍ଯ୍ୟ ଦେୟ ନଦେଲେ ପୂର୍ବରୁ ମିଳିଥିବା ବ୍ଲୁ ଟିକ୍ ହଟିଯିବ ବୋଲି ଟ୍ୱିଟରର ନୂଆ ମାଲିକ ଏଲନ୍‌ ମସ୍କ ପୂର୍ବରୁ ଘୋଷଣା କରିଥ‌ିଲେ ।

ସୂଚନାଥାଉ କି, ସିରିଜ୍‌ ଅଫ୍‌ ଟ୍ୱିଟ୍‌ ଅର୍ଥାତ୍‌ ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ କରି ମସ୍କ ଏସମ୍ପର୍କରେ ସ୍ପଷ୍ଟ କରିଥିଲେ । ଏହାସହ ବ୍ଲୁ ଟିକ୍‌ ୟୁଜର୍ସଙ୍କୁ ଆହୁରି ଅନେକ ସୁବିଧା ମିଳିବ ବୋଲି ମଧ୍ୟ ସେ କହିଥିଲେ । ଏହାଦ୍ୱାରା ଏହି ୟୁଜର୍ସମାନେ ବିଜ୍ଞାପନ କମ୍‌ ଦେଖିବାକୁ ପାଇବେ ବୋଲି ଏଲନ୍ କହିଥିଲେ।