• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିନା ଦେୟରେ ଟ୍ୱିଟରର ବ୍ଲୁ ଟିକ୍ ଫେରି ପାଇଲେ ବିଶିଷ୍ଟ ବ୍ୟକ୍ତିତ୍ୱ । କମ୍ପାନୀକୁ କୌଣସି ଟଙ୍କା ପେମେଣ୍ଟ କରିନଥିଲେ ସୁଦ୍ଧା ବ୍ଲୁ ଟିକ୍ ଫେରିବା ପରେ ୟୁଜର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କିଛି ଦିନ ପୂର୍ବରୁ ଟ୍ୱିଟର ଅଧିକାଂଶ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦେଇଥିଲା । ଯେଉଁମାନେ ଟ୍ୱିଟର୍‌ ବ୍ଲୁରେ ସବସ୍କ୍ରିପସନ୍‌ କରିନଥିବେ କିମ୍ବା ବ୍ଲୁ ଟିକ୍‌ ପାଇଁ ଟଙ୍କା ପଇଠ କରିନଥିବେ, ତାଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟିଯିବ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ଏବେ ଏହି ମାମଲାରେ ଆରବପତି ଏଲନ୍‌ ମସ୍କ ୟୁ ଟର୍ଣ୍ଣ ନେଇଛନ୍ତି ।

ଅଧିକ ପଢ଼ନ୍ତୁ: ଆପଣଙ୍କର ଟ୍ୱିଟର ଆକାଉଣ୍ଟ ଅଛି କି ? କେମିତି ପାଇବେ ବ୍ଳୁ-ଟିକ୍‌...ଜାଣନ୍ତୁ

ଯେଉଁ ୟୁଜରଙ୍କର ଏକ ମିଲିୟନ୍‌ ତଥା ୧୦ ଲକ୍ଷ ଫଲୋଅର୍ସ ଅଛନ୍ତି, ସେମାନଙ୍କୁ ପୁଣି ଫେରାଇ ଦିଆଯାଇଛି ବ୍ଲୁ ଟିକ୍ । ବିଭିନ୍ନ ଡୋମେନରେ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ବ୍ଲୁ ଟିକ୍‌ ହରାଇବା ପରେ ଏହି ପରିବର୍ତ୍ତନ ହୋଇଥିବା କୁହାଯାଉଛି । ଏପ୍ରିଲ ୨୦ ମଧ୍ୟରାତ୍ରୀରୁ ‌ଲକ୍ଷ ଲକ୍ଷ ୟୁଜରଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଥିଲା । ବଡ଼ ବଡ଼ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିଙ୍କ ଆକାଉଣ୍ଟରୁ ହଟିଯାଇଥିଲା ବ୍ଲୁ-ଟିକ୍। ପ୍ରତି ମାସରେ ଧାର୍ଯ୍ୟ ଦେୟ ନଦେଲେ ପୂର୍ବରୁ ମିଳିଥିବା ବ୍ଲୁ ଟିକ୍ ହଟିଯିବ ବୋଲି ଟ୍ୱିଟରର ନୂଆ ମାଲିକ ଏଲନ୍‌ ମସ୍କ ପୂର୍ବରୁ ଘୋଷଣା କରିଥ‌ିଲେ ।

ସୂଚନାଥାଉ କି, ଟ୍ୱିଟରରେ ବ୍ଲୁ-ଟିକ୍‌ ପାଇଥିବା ୟୁଜର୍ସଙ୍କୁ ଫି’ ଦେବାକୁ ପଡ଼ିବ ବୋଲି ପୂର୍ବରୁ ଏଲନ୍‌ ମସ୍କ ଘୋଷଣା କରିଥିଲେ । ସିରିଜ୍‌ ଅଫ୍‌ ଟ୍ୱିଟ୍‌ ଅର୍ଥାତ୍‌ ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ କରି ମସ୍କ ଏସମ୍ପର୍କରେ ସ୍ପଷ୍ଟ କରିଥିଲେ । ଏହାସହ ବ୍ଲୁ ଟିକ୍‌ ୟୁଜର୍ସଙ୍କୁ ଆହୁରି ଅନେକ ସୁବିଧା ମିଳିବ ବୋଲି ମଧ୍ୟ ସେ କହିଥିଲେ । ଏହାଦ୍ୱାରା ଏହି ୟୁଜର୍ସମାନେ ବିଜ୍ଞାପନ କମ୍‌ ଦେଖିବାକୁ ପାଇବେ ବୋଲି ଏଲନ୍ କହିଥିଲେ।