• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଫ୍ୟାନଙ୍କ ପ୍ରତି ପୁଷ୍ପା ଟୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମବେଦନା । ହାଇଦ୍ରାବଦର ଏକ ସିନେମା ହଲରେ ପୁଷ୍ପା-ଟୁ ଦେଖିବାକୁ ଯାଇଥିବା ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଅଲ୍ଲୁ । ସେ ତାଙ୍କ ସୋସିଆଲ ମିଡିଆ ହାଣ୍ଡେଲରେ ଏକ ସମବେଦନାପୂର୍ଣ୍ଣ ବାର୍ତ୍ତା ରଖିବା ସହ ମୃତକଙ୍କ ପରିବାର ସହିତ ଏହି ଅସମୟରେ ଛିଡା ହେବେ ବୋଲି କହିଛନ୍ତି ।

ଏପରିକି ମୃତ ମହିଳାଙ୍କ ପରିବାର ଲୋକଙ୍କୁ ସେ ବ୍ୟକ୍ତିଗତ ଭାବେ ଯାଇ ଭେଟିବେ ବୋଲି ଜଣାଇଛନ୍ତି । ଏହାସହ ସେହି ପରିବାରକୁ ସେ ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ଲାଗି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଦୁଇଦିନ ତଳେ ରାତିରେ ହାଇଦ୍ରାବାଦ ସଂଧ୍ୟା ଥିଏଟର୍ ବାହାରେ ପୁଷ୍ପା ଟୁ ଶୋ’ ବେଳେ ଦଳାଚକଟା ପରିସ୍ଥିତି ଉପୁଜୁଥିଲା । ଭିଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ସହ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ ।

ସେପଟେ ପୁଷ୍ପା-ଟୁ ପାଇଁ ଅଡୁଆରେ ପଡିଛନ୍ତି ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ । ଏହି ଦଳାଚକଟାକୁ ନେଇ ପୁଷ୍ପା ନାଁରେ ରୁଜୁ ହୋଇଛି ମାମଲା । ଭିଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ସହ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ନେଇ ଅଲ୍ଲୁ ଅର୍ଜୁନ୍, କାର୍ଯ୍ୟକ୍ରମର ଆୟୋଜକ, ସିନେମା ହଲ୍ ମାଲିକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ ବିନା ଅନୁମତି ଓ ଆନୁସଙ୍ଗିକ ବ୍ୟବସ୍ଥା ନଥାଇ ପ୍ରିମିୟର୍ ଶୋ’ ଏଠି ହୋଇଥିବା ଅଭିଯୋଗ ରହିଛି । ଫଳରେ ହଠାତ୍ ଏତେ ପରିମାଣର ଭିଡ଼ ଜମିଥିଲା ।

ଅଧିକ ପଢ଼ନ୍ତୁ: ପୁଷ୍ପା-୨ ଖୁସିରେ ଲାଗିଲା ଗ୍ରହଣ ! ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ରୁଜୁ ହେଲା ମାମଲା

ଏଥିରେ ଶ୍ୱାସରୁଦ୍ଧ ହୋଇ ୩୫ ବର୍ଷିୟା ରେବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୧୩ ବର୍ଷର ପୁଅ ଆହତ ହୋଇଛନ୍ତି । ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଥିଏଟରରେ ସ୍କ୍ରିନିଂ ସମୟରେ ଯଦି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ତେବେ ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ କାହିଁକି ମାମଲା ରୁଜୁ ହୋଇଛି? ପୋଲିସର ସୂଚନାନୁସାରେ, ଅଲ୍ଲୁ ଅର୍ଜୁନ ସୂଚନା ନଦେଇ ଥିଏଟରରେ ପହଞ୍ଚିଥିଲେ । ଏହି କାରଣରୁ ଦଳାଚକଟା ଘଟିଥିଲା ​​।

ତାଙ୍କ ଆସିବା ନେଇ କୌଣସି ପୂର୍ବ ସୂଚନା ଦିଆଯାଇ ନଥିଲା। ଏହା ସତ୍ତ୍ୱେ, ତାଙ୍କ ବାଟକୁ ଅପେକ୍ଷା କରି ଏତେ ସଂଖ୍ୟକ ଜନସମାଗମ ହୋଇଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଗଲା । କୁହାଯାଉଛି ଯେ ଅଲ୍ଲୁ ଅର୍ଜୁନଙ୍କ ଆସିବା ନେଇ କେବଳ ଥିଏଟର ମ୍ୟାନେଜମେଣ୍ଟ ଜାଣିଥିଲା, ତଥାପି ସେମାନେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିନଥିଲେ କିମ୍ବା ପୃଥକ ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ମଧ୍ୟ କରିନଥିଲେ ।

ଡିସେମ୍ବର ୪ରେ, ରାତି ପ୍ରାୟ ୯ଟା ୩୦ରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ସଙ୍ଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦଙ୍କ ସହ ଥିଏଟରର ପ୍ରିମିୟର୍ ସୋ ପାଇଁ ପହଞ୍ଚିଥିଲେ । କୁହାଯାଉଛି ଯେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀମାନେ ଭିଡ଼ ଏଡାଇବା ପାଇଁ ଠେଲାପେଲା ଆରମ୍ଭ କରିଥିଲେ । ଏହି କାରଣରୁ ପୂର୍ବର ପରିସ୍ଥିତି ଆହୁରି ଖରାପ ହୋଇଯାଇଥିଲା । ଫ୍ୟାନ୍ସମାନେ ଅଲ୍ଲୁ ଅର୍ଜୁନଙ୍କ ସହ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ । ଏହି କାରଣରୁ, ଥିଏଟରର ତଳ ବାଲକୋନୀରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଦଳାଚକଟା ଘଟିଲା ।

ଏହି ଦଳାଚକଟାରେ ରେବତୀ ଏବଂ ତାଙ୍କ ପୁଅ ଭିଡ଼ ଭିତରେ ଫସି ଯାଇଥିଲେ । ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ସେମାନଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲେ । ବହୁ ପରିଶ୍ରମ ପରେ ଉଭୟଙ୍କୁ ବାହାରକୁ ନିଆଯାଇଥିଲା । ମାତ୍ର ସେତେବେଳକୁ ସେମାନେ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ମହିଳାଙ୍କୁ ସିପିଆର୍ ଦିଆଯିବା ପରେ ତୁରନ୍ତ ଡାକ୍ତରଖାନା ପଠାଯାଇଥିଲା । ଶେଷରେ ରେବତୀଙ୍କୁ ଦୁର୍ଗାବାଇ ଦେଶମୁଖ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା ।

ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାର ଚିକଦପାଲି ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଭାରତୀୟ ନ୍ୟାୟ ସଂହିତା ଧାରା ୧୦୫ ଏବଂ ୧୧୮ (୧) ଏବଂ ଧାରା ୩ (୫) ଅନୁଯାୟୀ ମାମଲା ରୁଜୁ ହୋଇଛି । ସେଣ୍ଟ୍ରାଲ୍ ଜୋନ୍ ଡିସିପି ଅକ୍ଷୟ ଯାଦବ କହିଛନ୍ତି ଯେ ଅଭିଯୋଗ ଅନୁଯାୟୀ ଅଭିନେତା ଅଲ୍ଲୁ ଅର୍ଜୁନ, ଥିଏଟର ମ୍ୟାନେଜମେଣ୍ଟ ଏବଂ ତାଙ୍କ ସୁରକ୍ଷା ଦଳ ଏହି ମାମଲାରେ ଅଭିଯୁକ୍ତ ହୋଇଛନ୍ତି । ସେଦିନ ରାତିରେ ସେମାନଙ୍କ ସୁରକ୍ଷା ଟିମ୍‌ରେ କିଏ ଉପସ୍ଥିତ ଥିଲେ ଏବଂ କିଏ ଲୋକଙ୍କୁ ଠେଲି ଦେଇ ଏହି ପରିସ୍ଥିତିକୁ ଆଣିଥିଲେ ସେନେଇ ତଦନ୍ତ ଜାରି ରହିଛି । ସମସ୍ତ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଧାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ପୁଷ୍ପା ୨: ଦ ରୁଲ୍’ ହେଉଛି ୨୦୨୧ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ପୁଷ୍ପା: ଦି ରାଇଜ୍’ର ସିକ୍ୱେଲ । ସୁକୁମାର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ଚନ୍ଦନକାଠ ମାଫିଆ ଷ୍ଟାଇଲ୍‌ରେ ପୁଷ୍ପା ରାଜଙ୍କ କାହାଣୀକୁ ଆଗକୁ ନେଇଛି । ଯେଉଁଠି କାହାଣୀ ସରିଥିଲା ସେଠୁ ପୁଣି ଆରମ୍ଭ ହେଉଛି ଫିଲ୍ମ । ଷ୍ଟାଇଲିସ୍ ଷ୍ଟାର ଅଲ୍ଲୁ ଅର୍ଜୁନ ପୁଷ୍ପରାଜ୍ ଭାବେ ହଠାତ୍ ଗାଏବ ହେଇ ଯିବା ଆଉ ପରେ ଏକ ମାସ୍ ଏଣ୍ଟ୍ରି ନେଇ ଫେରିବାକୁ ଅପେକ୍ଷା କରିଥିଲେ ଫ୍ୟାନ । ଏଠି ହିରୋ ବି ଅଲ୍ଲୁ ଆଉ ଭିଲେନ୍ ବି । ସିନେମାରେ ରଶ୍ମିକା ମନ୍ଧାନା ଆଉ ଫାହାଦ୍ ଫସିଲ୍ ବି ମୁଖ୍ୟ ଭୂମିକାରେ ରିପିଟ୍ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ‘ପୁଷ୍ପା ୨’ର ପ୍ରଥମ ଦିନର ରୋଜଗାର ୧୦୦ କି ୨୦୦ କୋଟି ନୁହେଁ; ଜାଣିଲେ ପାଦ ତଳେ ଲାଗିବନି

OTV is now on Whatsapp

Join and get latest news update delivered to you via whatsapp

Join Now