Advertisment

Shahrukh Khan: ଏହି ୯ ବ୍ଲକବଷ୍ଟର ସିନେମାକୁ ରିଜେକ୍ଟ କରିଥିଲେ ଶାହରୁଖ ଖାନ

ସାଧାରଣ ବ୍ୟାକଗ୍ରାଉଣ୍ଡରୁ ଆସି ବଲିଉଡର ଏକ ନମ୍ବର ତାରକା ହେବାର ସୌଭାଗ୍ୟ କମ୍ କଳାକାରଙ୍କ ଭାଗ୍ୟରେ ଥାଏ। ଏହା ମଧ୍ୟରେ ଅନ୍ୟତମ ଶାହରୁଖ ଖାନ। ଫିଲ୍ମ ଚୟନ କରିବାରେ ତାଙ୍କର ଦକ୍ଷତା ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର।

author-image
Saroj Kumar Jena
ଅଦ୍ୟତନ ହୋଇଛି
shahrukh khan

shahrukh khan

ବଲିଉଡର କିଙ୍ଗ ଭାବରେ ପରିଚିତ ଶାହରୁଖ ଖାନ। ଏକ ସାଧାରଣ ବ୍ୟାକଗ୍ରାଉଣ୍ଡରୁ ଆସି ବଲିଉଡର ଏକ ନମ୍ବର ତାରକା ହେବାର ସୌଭାଗ୍ୟ କମ କଳାକାରଙ୍କ ଭାଗ୍ୟରେ ଥାଏ।  ଏହା ମଧ୍ୟରେ ଅନ୍ୟତମ ଶାହରୁଖ ଖାନ। ଫିଲ୍ମ ଚୟନ କରିବାରେ ତାଙ୍କର ଦକ୍ଷତା ଅନ୍ୟ ମାନଙ୍କ ଠାରୁ ସ୍ବତନ୍ତ୍ର। ତେବେ ଏମିତି ୯ଟି ଫିଲ୍ମ ଅଛି ଯାହାକୁ ଶାହରୁଖ ଖାନ ରିଜେକ୍ଟ କରିଥିବା ବେଳେ ଏହା ବ୍ଲକବଷ୍ଟର ସାବ୍ୟସ୍ତ ହୋଇଛି। ଏମିତି ୯ ଫିଲ୍ମ ଉପର ଏକ ନଜର..

Advertisment

କହୋ ନା ପ୍ୟାର ହେ:ହ୍ରିତିକ ରୋଶନ ଓ ଅମୀଷା ପଟେଲ ଅଭିନୀତ ଏହି ଫିଲ୍ମଟି ବଲିଉଡ ରୋମାନ୍ସର ଏକ ନୂଆ ପରିଭାଷା ଲେଖିଥିଲା। ଏହି ଫିଲ୍ମରେ ହ୍ରିତିକଙ୍କ ରୋଲ ପ୍ରଥମେ ଶାହରୁଖଙ୍କୁ ଅଫର କରାଯାଇଥିଲା। ତେବେ ଶାହରୁଖ ଏହାକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଏହା ବ୍ଲକ ବଷ୍ଟର ସାବ୍ୟସ୍ତ ହୋଇଥିଲା।

ମୁନ୍ନା ଭାଇ ଏମବିବିଏସ: ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ମୁନ୍ନା ଭାଇ ଏମବିବିଏସ ସଞ୍ଜୟ ଦତ୍ତଙ୍କ କ୍ୟାରିୟରର ଶ୍ରେଷ୍ଠ ଫିଲ୍ମ। ତେବେ ଏହି ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ପାଇଁ ଶାହରୁଖ ହିଁ ପ୍ରଥମ ପସନ୍ଦ ରହିଥିଲେ। ଶାହରୁଖଙ୍କ ମେରୁଦଣ୍ଡ ଅପରେସନ କାରଣରୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ।

Advertisment

ଲଗାନ:ଅମୀର ଖାନଙ୍କ ଅଭିନୀତ ଲଗାନକୁ ଉଭୟ ବକ୍ସ ଅଫିସ ସଫଳତା ସହିତ କ୍ରିଟିକଙ୍କ ପ୍ରଶଂସା ମିଳିଥିଲା। ଏହା ଭାରତର ଅଫିସିଆଲ ଓସ୍କାର ଏଣ୍ଟ୍ରି ମଧ୍ୟ ରହିଥିଲା। ଆଶୁତୋଷ ଗୋୱାରିକରଙ୍କ ଏହି ପିରିୟଡ ଡ୍ରାମା ପାଇଁ ପ୍ରଥମେ ଶାହରୁଖଙ୍କୁ ରୋଲ ଅଫର କରାଯାଇଥିଲା। ତେବେ ଡେଟ୍ସର ସମସ୍ୟା କାରଣରୁ ଶାହରୁଖ ଏହି ଭୂମିକାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ରଙ୍ଗ ଦେ ବସନ୍ତୀ: ଶାହରୁଖ ଖାନଙ୍କ ଆଉ ଏକ ସିନେମା ଅମୀର ଖାନଙ୍କ ହାତକୁ ଯାଇଥିଲା। ରାକେଶ ଓମପ୍ରକାଶ ମେହରାଙ୍କ ନିର୍ଦ୍ଦେଶିତ ରଙ୍ଗ ଦେ ବସନ୍ତୀ ପାଇଁ ଶାହରୁଖ ପ୍ରଥମ ପସନ୍ଦର ଅଭିନେତା ରହିଥିଲେ। ତେବେ ଏହି ମଲ୍ଟିଷ୍ଟାରର ସିନେମାରେ ଶାହରୁଖଙ୍କ ଭୂମିକାରେ ନଜର ଆସିଥିଲେ ଆର. ମାଧବନ। ଏହି ଫିଲ୍ମଟି ବକ୍ସ ଅଫିସ ସଫଳତା ପାଇବା ସହିତ ମାଧବନଙ୍କ ଭୂମିକାକୁ ସମସ୍ତେ ପସନ୍ଦ ମଧ୍ୟ କରିଥିଲେ।

ଯୋଧା ଆକବର: ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ ଆଶୁତୋଷ ଗୋୱାରିକରଙ୍କ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ ଶାହରୁଖ। ଫ୍ୟାମିଲି କମିଟମେଣ୍ଟ କାରଣରୁ ଶାହରୁଖ ଏହି ଭୂମିକା କରି ପାରି ନଥିବା ବେଳେ ଏହା ମଧ୍ୟ ସୁପରହିଟ ସାବ୍ୟସ୍ତ ହୋଇଥିଲା।

ଏକ ଥା ଟାଇଗର:ସଲମାନ ଖାନ ଏକ ଥା ଟାଇଗର ଫିଲ୍ମରେ ଜବରଦସ୍ତ ଆକ୍ସନ ଜରିଆରେ ସମସ୍ତଙ୍କ ହୃଦୟକୁ ଛୁଇଁଥିଲେ। ତେବେ ଏହି ଫିଲ୍ମ ପାଇଁ ଶାହରୁଖଙ୍କୁ ପ୍ରଥମେ ଅଫର କରିଥିଲେ କବୀର ଖାନ। ତେବେ କ୍ରିଏଟିଭ୍ ଡିଫରେନ୍ସ ଓ ଡେଟ୍ସର ସମସ୍ୟା ପାଇଁ ଶାହରୁଖ ଏହି ଫିଲ୍ମରୁ ଓହରି ଯାଇଥିଲେ।

ଅଧିକ ପଢ଼ନ୍ତୁ: ସୈଫ ଅଲୀ ଖାନଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଥ୍ରୀ ଇଡିଅଟ୍ସ: ଅମୀର ଖାନଙ୍କ ଅଭିନୀତ ଥ୍ରୀ ଇଡିଅଟ୍ସ ପ୍ରଥମେ ଶାହରୁଖଙ୍କୁ ଅଫର ହୋଇଥିଲା। ରାଜକୁମାର ହିରାନୀ ଅମୀରଙ୍କ ଭୂମିକା ଶାହରୁଖଙ୍କୁ ଅଫର କରିଥିଲେ। ତେବେ ଆହତ ଥିବା କାରଣରୁ ଶାହରୁଖଙ୍କୁ ଓହରିବାକୁ ପଡିଥିଲା। ଅମୀରଙ୍କ ହାତକୁ ଏହି ରୋଲ ଯାଇଥିବା ବେଳେ ଏହା ବଲିଉଡର ଅନ୍ୟତମ ହାଇଏଷ୍ଟ ଗ୍ରସର ପାଲଟିଥିଲା।

ସ୍ଲମଡଗ ମିଲେନେୟାର:ଓସ୍କାର ବିଜୟୀ ଚଳଚ୍ଚିତ୍ର ସ୍ଲମଡଗ ମିଲେନେୟାରରେ ପ୍ରଥମେ ଶାହରୁଖଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ ଡାନି ବୋଏଲ। ତେବେ ଶାହରୁଖ ଏହି ଭୂମିକାକୁ ମନା କରିବା ପରେ ଏହା ଅନୀଲ କପୁରଙ୍କୁ ମିଳିଥିଲା।

ରୋବୋଟ: ତାମିଲ ନିର୍ଦ୍ଦେଶକ ଶଙ୍କର ପ୍ରଥମେ ରୋବୋଟ ଫିଲ୍ମରେ ଶାହରୁଖଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ। ତେବେ ଶଙ୍କରଙ୍କ ସହିତ ମତଭେଦ କାରଣରୁ ଶାହରୁଖ ଓହରି ଯାଇଥିଲେ। ଏହି ଫିଲ୍ମଟିରେ ରଜନୀକାନ୍ତ ମୁଖ୍ୟ ଭୂମିକାରେ ଯୋଗ ଦେଇଥିବା ବେଳେ ଏହା ବ୍ଲକବଷ୍ଟର ହୋଇଥିଲା।

ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

Shah Rukh Khan
Advertisment
Advertisment