/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731996880.jpg)
Simi Karan Success Story
ଭାରତରେ ପ୍ରତିବର୍ଷ ଲକ୍ଷଲକ୍ଷ ପ୍ରାର୍ଥୀ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଦେଇଥାଆନ୍ତି । ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାଆନ୍ତି ସେମାନେ ନିଜନିଜ ସଂଘର୍ଷର କାହାଣୀ ବଖାଣିଥାଆନ୍ତି । ଆଜି ପର୍ଯ୍ୟନ୍ତ ଯେଉଁ ପ୍ରାର୍ଥୀ ବି ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସମସ୍ତେ କଠିନ ପରିଶ୍ରମ କରିଛନ୍ତି । କାହାକୁ ବି ଏହି ସଫଳତା ସହଜରେ ମିଳି ନାହିଁ ।
ପ୍ରତି ସଫଳତା ପଛରେ ଥାଏ ସଂଘର୍ଷର କାହାଣୀ । ସେହି ସଂଘର୍ଷର ସୋପାନ ଅତିକ୍ରମ କରି, ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷା ୨୦୧୯ରେ ସଫଳତାର ସହ ୩୧ ରାଙ୍କ୍ ହାସଲ କରିଛନ୍ତି ସିମି କରନ । ସିମିଙ୍କର ଏହା ଥିଲା, ପ୍ରଥମ ପ୍ରୟାସ ।
ଅଧିକ ପଢନ୍ତୁ: Success Story: ମାତ୍ର ୨୩ ବର୍ଷରେ ବନିଥିଲେ IAS, ଏବେ ଲୋକଙ୍କ ଅଫିସର
ସବୁଠୁ ବଡ଼ କଥା ହେଲା ରାଜ୍ୟର ସବୁଠୁ କମ୍ ବୟସରେ ଆଇଏଏସ୍ ପାଇବାର ଗୌରବ ହାସଲ କରିଥିଲେ ବାଲେଶ୍ବର ଜିଲ୍ଲାର ଝିଅ ସିମି କରନ । ସେ ପ୍ରଥମ ପ୍ରଚେଷ୍ଟାରେ ହିଁ ସଫଳତା ହାସଲ କରିଥିଲେ । ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୨୦୧୯ର ୩୧ତମ ରାଙ୍କ ପାଇଥିଲେ ସିମି କରନ । ତାଙ୍କୁ ସେତେବେଳେ ବୟସ ମାତ୍ର ୨୨ ବର୍ଷ ହୋଇଥିଲା । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ସନ୍ତୋଷପୁର ଗାଁରେ ସିମିଙ୍କ ଘର । ସିମି କହିଥିଲେ ଯେ, ସଫଳତା ପାଇବା ପାଇଁ ଅନୁଭୂତି ବା ବୟସ ମାପକାଠି ନୁହେଁ । ଏକାଗ୍ରତା ଓ ନିଷ୍ଠା ଥିଲେ ସବୁ କିଛି ସମ୍ଭବ । ମାଆ ବାପାଙ୍କ ଆଶୀର୍ବାଦ ବି ଖୁବ୍ ଜରୁରୀ ।
ସିମିଙ୍କ ବାପା ଦେବେନ୍ଦ୍ର ନାଥ କରନ ଛତିଶଗଡ଼ର ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି । ସିମିଙ୍କ ମାଆ ସୁଜାତା କରନ ଜଣେ ଶିକ୍ଷୟିତ୍ରୀ । ସିମି ଡିପିଏସ୍ ଭିଲାଇରୁ ସ୍କୁଲ ଶିକ୍ଷା ସାରି ଆଇଆଇଟି ମୁମ୍ବାଇରୁ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ଶିକ୍ଷା ସମାପ୍ତ କରିଥିଲେ । ୨୦୧୯ରେ ସିମି ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇଥିଲେ । ସେ ପ୍ରଥମ ପ୍ରଚେଷ୍ଟାରେ ହିଁ ସଫଳତା ହାସଲ କରିଥିଲେ । ତା’ ସହିତ ରାଜ୍ୟର ସର୍ବ କନିଷ୍ଠ IAS ଅଫିସର୍ ହେବାର ଗୌରବ ପାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)