• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଶିକ୍ଷା ହେଉଛି ଦୁନିଆର ସବୁଠୁ ବଡ଼ ଶକ୍ତିଶାଳୀ ଅସ୍ତ୍ର । ଯାହାର ଉପଯୋଗ ବିଶ୍ୱର ପରିବର୍ତ୍ତନ ପାଇଁ କରାଯାଇପାରେ । UPSC ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସମସ୍ତଙ୍କ ପାଇଁ ସହଜ ହୋଇନଥାଏ । କିଛି ପରୀକ୍ଷାର୍ଥୀ ଦୁଇ କିମ୍ବା ତିନୋଟି ପ୍ରୟାସ ପରେ ମଧ୍ୟ ପରୀକ୍ଷାରେ ପାସ୍ କରିବାକୁ ସଂଘର୍ଷ କରିଥାନ୍ତି । ଅନେକ ଚୟନ ପ୍ରକ୍ରିୟା ମଧ୍ୟରେ ଉତ୍ତୀର୍ଣ୍ଣ ହେବାକୁ ବିଫଳ ହୋଇଥାନ୍ତି । ତେବେ ନିଜର ଦ୍ୱିତୀୟ ପ୍ରୟାସରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଏଏସ ଅଫିସର ବନିଥିବା କିଛି ପରୀକ୍ଷାର୍ଥୀଙ୍କ ମଧ୍ୟରେ ରହିଛନ୍ତି ସ୍ମିତା ସଭରୱାଲ । ତାଙ୍କର ଆଇଏଏସ ବନିବାର ଯାତ୍ରା କୌଣସି ପ୍ରେରଣାଦାୟୀ କାହାଣୀ ଠାରୁ କମ୍ ନୁହେଁ ।

ଆଇଏଏସ ସ୍ମିତା ସଭରୱାଲଙ୍କର ୧୯୯୭ ଜୁନ ୧୭ରେ ଜନ୍ମ । ପଶ୍ଚିମବଙ୍ଗର ଦାର୍ଜିଲିଂରେ ଏକ ବେଙ୍ଗଲି ପରିବାରରେ ତାଙ୍କର ଜନ୍ମ । ସେନା ଅଧିକାରୀ କର୍ନଲ ପ୍ରଣବ ଦାସ ଓ ପୂରବୀ ଦାସଙ୍କ ଝିଅ ହେଉଛନ୍ତି ସ୍ମିତା । କୁହାଯାଏ ବହୁତ କମ ବୟସରେ ଅର୍ଥାତ ମାତ୍ର ୨୩ ବର୍ଷ ବୟସରେ ସେ ୟୁପିଏଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏଥିସହ ବନିଥିଲେ ଭାରତର ସର୍ବକନିଷ୍ଠ ମହିଳା ଆଇଏଏସ୍ ଅଧିକାରୀ ।

ସିକନ୍ଦରାବାଦର ସେଣ୍ଟ୍ ଏନ୍ ହାଇସ୍କୁଲରେ ସ୍କୁଲ୍ ଶିକ୍ଷା ଶେଷ କରିଥିଲେ ସ୍ମିତା ସଭରୱାଲ । ହାଇଦ୍ରାବାଦର ବେଗମପେଟରେ ଥିବା ସେଣ୍ଟ୍ ଫ୍ରାନସିସ୍ ମହିଳା କଲେଜରେ ବାଣିଜ୍ୟରେ ସ୍ନାତ୍ତକ ହାସଲ କରିଛନ୍ତି । ICSE ପରୀକ୍ଷାରେ ସେ ସର୍ବଭାରତୀୟ ଟପ୍ପର ରହିଥିଲେ । ଆଇଏଏସ ସ୍ମିତା ସଭରୱାଲ-ଲୋକଙ୍କ ଅଫିସର (People’s Officer) ଭାବେ ଲୋକପ୍ରିୟ । ଚିଟ୍ଟୁର, ବିଶାଖାପାଟନାମ୍, କରିମନଗର, ୱାରାଙ୍ଗାଲ ସମେତ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ସେ କାର୍ଯ୍ୟ କରିସାରିଛନ୍ତି । ସର୍ବକନିଷ୍ଠ ଅଧିକାରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟ କରିଛନ୍ତି । 

୨୦୦୧ ବ୍ୟାଚର ଆଇଏଏସ ଅଧିକାରୀ ସ୍ମିତା ସଭରୱାଲ UPSC ପରୀକ୍ଷାରେ ସର୍ବଭାରତୀୟ ରାଙ୍କ ୪ ରହିଥିଲା । ଜାନୁଆରୀ ୨୦୨୪ରେ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଫାଇନାନ୍ସ କର୍ପୋରେସନର ସଚିବ ଭାବେ କାର୍ଯ୍ୟ କରିଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ସେ ନିଜର ଏକ ମାର୍କସିଟ ସେୟାର କରିଥିଲେ । ଯେଉଁଥିରେ ସେ ଅର୍ଥନୀତିରେ ୧୦୦ରୁ ୯୦ ମାର୍କ ରଖିଥିଲେ । ଏହା ତାଙ୍କର CISCE ପରୀକ୍ଷାର ମାର୍କସିଟ୍ ଥିଲା । ଏକାଗ୍ରତା ଓ କଠିନ ପରିଶ୍ରମ ଦ୍ୱାରା ସଫଳତା ସହଜ ହୋଇଯାଏ । ଯାହା ସ୍ମିତା ସଭରୱାଲଙ୍କ କ୍ଷେତ୍ରରେ ହୋଇଛି । ନିଜ ନିୟମର ସଠିକ୍ ବିନିଯୋଗ ସହ ସେ ଦେଶର ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।

OTV is now on Whatsapp

Join and get latest news update delivered to you via whatsapp

Join Now