Advertisment

Kailash Kher Birthday: ଦିନେ ମାସକୁ ୧୫୦ ଟଙ୍କା ରୋଜଗାର , ଆଜି ଘଣ୍ଟାକୁ ନେଉଛନ୍ତି ଲକ୍ଷାଧିକ ଟଙ୍କା

କୈଳାଶ ଖେର ଏବେ ଗୋଟିଏ ଘଣ୍ଟାର ଲାଇଫ ପରଫର୍ମାନ୍ସ ପାଇଁ ଲକ୍ଷାଧିକ ଟଙ୍କା ନେଉଛନ୍ତି । ସମୟ ଏଭଳି ବି ଥିଲା ସେ କାମ ପାଇଁ ବାର ଦୁଆର ବୁଲିଛନ୍ତି ।  ପାଖରେ ରହିବା ପାଇଁ ଘର ନଥିଲା । ଏମିତି ସ୍ଥିତିରେ ନିଜର ପରିଚୟ ତିଆରି କରିବା ସହଜ ନଥିଲା ।

author-image
Manasranjan Mohanty
Kailash Kher Birthday

Kailash Kher Birthday

୨ହଜାରରୁ ଅଧିକ ଗୀତ ଗାଇଥିବା ଏହି ବଲିଉଡ ସିଙ୍ଗର ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ଗୀତ ଗାଇବା ପୂର୍ବରୁ ସେ ଅନେକ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । କିନ୍ତୁ ତାଙ୍କୁ ମିଳିଥିଲା ବିଫଳତା । ସେଥିପାଇଁ ସେ ଆତ୍ମହତ୍ୟା କରିବାକୁ ବି ଭାବିଥିଲେ ।

Advertisment
KAILASH KHERKAILASH KHER

କୈଳାଶ ଖେର ନିଜର ସୁଫି ଷ୍ଟାଇଲ ପାଇଁ ଖୁବ ଲୋକପ୍ରିୟ । ତାଙ୍କର ଗୀତ ଯିଏ ଥରେ ଶୁଣିଛି ନିଶ୍ଚୟ ସେ ଗୀତ ଗୁଣୁଗୁଣେଇବ । ଆଜିର ଯୁବପିଢି ବି ତାଙ୍କୁ ଖୁବ ପସନ୍ଦ କରନ୍ତି ।

KAILASH KHERKAILASH KHER

କୈଳାଶ ଖେର ଏବେ ଗୋଟିଏ ଘଣ୍ଟାର ଲାଇଫ ପରଫର୍ମାନ୍ସ ପାଇଁ ଲକ୍ଷାଧିକ ଟଙ୍କା ନେଉଛନ୍ତି । ସମୟ ଏଭଳି ବି ଥିଲା ସେ କାମ ପାଇଁ ବାର ଦୁଆର ବୁଲିଛନ୍ତି ।  ପାଖରେ ରହିବା ପାଇଁ ଘର ନଥିଲା । ଏମିତି ସ୍ଥିତିରେ ନିଜର ପରିଚୟ ତିଆରି କରିବା ସହଜ ନଥିଲା ।

Advertisment
KAILASH KHERKAILASH KHER

ମାତ୍ର ୧୨ବର୍ଷ ବୟସରେ ସେ ଘର ଛାଡ଼ିଥିଲେ । ଦିଲ୍ଲୀରେ ରହିବା ସମୟରେ ଅନେକ ଚାକିରି କରିଥିଲେ । କେବେ ସିଲେଇ କଲେ ତ ଆଉ କେବେ ଟ୍ରକ୍ ଚଳାଇଥିଲେ ।

KAILASH KHERKAILASH KHER

ଏହାପରେ ସେ ଛୋଟ ପିଲାଙ୍କୁ ଟ୍ୟୁସନ ପଢାଇବା ଆରମ୍ଭ କରିଦେଇଥିଲେ । ଏଥିରୁ ମାସକୁ ତାଙ୍କୁ ୧୫୦ ଟଙ୍କା ମିଳୁଥିଲା । କୈଳାଶ ଏକ ପ୍ରିଟିଂ ପ୍ରେସରେ ବି କାମ କରିଛନ୍ତି । ଗୋଟିଏ ବର୍ଷ କାମ କରିବା ପରେ ତାଙ୍କୁ ଦରମା ବି ମିଳିଲାନି ।

KAILASH KHERKAILASH KHER

୨୦ବର୍ଷ ବୟସରେ ହେଣ୍ଡିକ୍ରାଫ୍ଟ ବ୍ୟବସାୟ ଆରମ୍ଭ କରିଥିଲେ । କିନ୍ତୁ ତାହା ଚାଲିନଥିଲା । ଏହାପରେ ସେ ଋଷିକେସ ଚାଲିଯାଇଥିଲେ । ସେଠି ସେ ଜୀବନରୁ ଥକିଯାଉ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଜଣେ ସିନିୟର ତାଙ୍କୁ ବଞ୍ଚାଇଦେଇଥିଲେ । ଏହାପରେ କୈଳାଶ ନିଷ୍ପତ୍ତି ନେଇଥିଲେ ଜୀବନରେ କିଛି କରିବେ ବୋଲି

KAILASH KHERKAILASH KHER

ଏହାପରେ କୈଳାଶ ଖେର ଋଷିକେସର ଘାଟରେ ଗୀତ ଗାଇବା ଆରମ୍ଭ କରିଦେଇଥିଲେ । ଗୀତ ଗାଇ ସେଠାରେ ଖୁବ ଲୋକପ୍ରିୟ ହୋଇଥିଲେ । ଏହାପରେ ମୁମ୍ବାଇ ଆସିବାକୁ ସ୍ଥିର କଲେ । ମୁମ୍ବାଇରେ କୈଳାଶଙ୍କୁ ବହୁତ ଷ୍ଟ୍ରଗଲ କରିବାକୁ ପଡ଼ିଲା ।

KAILASH KHERKAILASH KHER

କୈଳାଶ ଖେର ଏବେ ବଲିଉଡରେ ଏତେ ସଫଳ ଯେ ଘଣ୍ଟାକ ପାଇଁ ଲାଇଭ ପରଫର୍ମାନ୍ସ କଲେ ନେଉଛନ୍ତି ୨୦ଲକ୍ଷ ଟଙ୍କା । ଆଜି ତାଙ୍କ ଭାଗ୍ୟ ବଦଳିଯାଇଛି । ଆଜି ତାଙ୍କ ଜନ୍ମ ଦିନ । ତାଙ୍କୁ ଢ଼େରସାରା ଶୁଭେଚ୍ଛା । 

Bollywood Singers Kailash Kher
Advertisment
Related Articles
Advertisment