• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପ୍ରଥମେ ଗାଡ଼ି ବୁକ୍ କରୁଥିଲେ । ତାପରେ ଅପହଣ କରି ହତ୍ୟା କରୁଥିଲେ । ଗାଡ଼ିକୁ ନେଇକି ନେପାଳରେ ବିକିଦେଉଥିଲେ । ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ଆରକେପୁରମ ଟିମ ଏଭଳି ଜଣେ ସିରିୟଲ କିଲରକୁ ଧରିଛନ୍ତି । ସିରିୟଲ କିଲର ଜଣକ ନିଜର ୩ଜଣ ସାଥୀଙ୍କ ସହ ମିଶି ଚାରି ଜଣ ଗାଡ଼ି ଡ୍ରାଇଭରଙ୍କୁ ହତ୍ୟା କରିଛି । ସେମାନଙ୍କ ମୃତଦେହକୁ ଉତ୍ତରାଖଣ୍ଡରେ ପାହାଡ ତଳକୁ ପକେଇ ଦେଇଥିବା ଅଭିଯୋଗ ହୋଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ ହେଲେ ଅଜୟ ଲାମ୍ବା । ସେ ଦିଲ୍ଲୀର ଇଣ୍ଡିଆ ଗେଟ୍ ଅଞ୍ଚଳରୁ ଗିରଫ ହୋଇଛି । ପୋଲିସର ସୁଚନା ଅନୁସାରେ ଏହି ଗ୍ୟାଙ୍ଗ ଅନେକ ବର୍ଷ ହେବ ସକ୍ରିୟ ଥିଲା ।

ପୋଲିସର ଯାଞ୍ଚରୁ ଜଣାପଡିଛି ଏହି ଗ୍ୟାଙ୍ଗ ଭଡ଼ାରେ ଗାଡ଼ି ବୁକ୍ କରୁଥିଲା । ଡ୍ରାଇଭରକୁ ଉତ୍ତରାଖଣ୍ଡ ନେଇଯାଉଥିଲା । ସେଠାରେ ଡ୍ରାଇଭରକୁ ନିଶା ଦେଇ ବେହୋସ କରିବା ପରେ ତଣ୍ଟି ଚିପି ହତ୍ୟା କରୁଥିଲେ । ମୃତଦେହ ଗୁଡିକୁ ଗଭୀର ଖାଲରେ ପକାଇ ଦେଉଥିଲେ ଯେଭଳି କାହା ନଜରରେ ନଆସିବ । ହତ୍ୟା ପରେ ଅଭିଯୁକ୍ତ ମାନେ ଗାଡ଼ିକୁ ନେପାଳ ନେଇ ସେଠାରେ ଅଧିକ ଦାମରେ ବିକି ଦେଉଥିଲେ । ଏଭଳି ଅନେକ ବର୍ଷ ହେବ ସେମାନେ ଲୁଟ୍ ସହ ହତ୍ୟା କରୁଥିଲେ ।

ଅଧିକ ପଢନ୍ତୁ: ବେଲଣା କାଠିରେ ପିଟି ହତ୍ୟା, ଶବ ବ୍ୟବଚ୍ଛେଦ ରିପୋର୍ଟ ଧରାଇଦେଲା

ଏହି ମାମଲାରେ ଏବେ ଯାଏ ୪ଜଣ ଡ୍ରାଇଭରଙ୍କ ହତ୍ୟା ହୋଇଥିବା ସ୍ପଷ୍ଟ ହୋଇଛି । ଜଣଙ୍କ ମୃତଦେହ ଜବତ ହୋଇଛି । ବାକି ୩ଜଣକ ମୃତଦେହର ସନ୍ଧାନ ମିଳିପାରି ନାହିଁ ।

ଗିରଫ ଅଜୟ ଲାମ୍ବା ନେପାଳରେ ପାଖାପାଖି ୧୦ବର୍ଷ ହେବ ଲୁଚିକି ଥିଲା । ସେଠାରେ ସେ ବିବାହ ବି କରିଛି । ତା ବିରୋଧରେ ଦିଲ୍ଲୀରେ ଡ୍ରଗ୍ସ କାରବାର କରିବା ନେଇ ମାମଲା ରହିଛି । ଓଡ଼ିଶାରେ ଡକାୟତି ଭଳି ମାମଲାରେ ପୂର୍ବରୁ ଜେଲ ଯାଇସାରିଛି ଅଜୟ ।

ଗ୍ୟାଙ୍ଗର ୨ଜଣ ସଦସ୍ୟ ଧିରେନ୍ଦ୍ର ଓ ଦିଲିପ ପାଣ୍ଡେ ଗିରଫ ହୋଇଛନ୍ତି । ଅନ୍ୟ ଜଣେ ସଦସ୍ୟ ଧୀରଜ ଏବେ ବି ଫେରାର ଅଛି । ଯାହାକୁ ଏବେବି ପୋଲିସ ଖୋଜୁଛି । ପୋଲିସ ସିରିୟଲ କିଲରଙ୍କୁ ପଚରାଉଚରା କରୁଛି ।

ଅଧିକ ପଢନ୍ତୁ: ଘରେ ପଶି ଦୁଷ୍କର୍ମ କଲା ଡେଲିଭରୀ ବଏ, ସେଲ୍ଫି ନେଇ ଲେଖିଲା 'ମୁଁ ପୁଣି ଆସିବି'