Advertisment

Elephant Struggles in Brahmani River: ବ୍ରାହ୍ମଣୀ ନଦୀରେ ଫସିଲା ଗୋଠଛଡା ଦନ୍ତା...

ଆଜି ଭୋର ସମୟରୁ ଏକ ୪୦ ଟିକିଆ ହାତୀପଲ ପରଜଙ୍ଗ ଅଞ୍ଚଳରୁ ନଦୀପାର ହୋଇ ହିନ୍ଦୋଳ ଅଞ୍ଚଳକୁ ଯାଉଥିଲେ l ସେହି ସମୟରେ ବ୍ରାହ୍ମଣୀ ନଦୀରେ ହଠାତ ଜଳସ୍ତର ବୃଦ୍ଧି ପାଇବା ସହ ପ୍ରଖର ସୁଅ ଆସିବାରୁ ଗୋଠରୁ ଦନ୍ତାଟି ଅଲଗା ହୋଇ ନଦୀ ସୂଅରେ ଫସି ଯାଇଥିଲା l

author-image
Sujit kumar Swain
Elephant Struggles in Brahmani River

Elephant Struggles in Brahmani River

ନଦୀରେ ଫସିଗଲା ହାତୀ। ଢେଙ୍କାନାଳ ଡିହଡୋଳ ଫରେଷ୍ଟ ସେକ୍ସନ ବ୍ରାହ୍ମଣୀ ନଦୀରେ ଫସିଲା ଗୋଠଛଡା ଦନ୍ତା l ହଠାତ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ପ୍ରଖର ସୁଅ ଆସିବାରୁ ଦନ୍ତାଟି ନଦୀରେ ଫସି ରହିଥିଲା l ଆଜି ଭୋର ସମୟରୁ ଏକ ୪୦ ଟିକିଆ ହାତୀପଲ ପରଜଙ୍ଗ ଅଞ୍ଚଳରୁ ନଦୀପାର ହୋଇ ହିନ୍ଦୋଳ ଅଞ୍ଚଳକୁ ଯାଉଥିଲେ l ସେହି ସମୟରେ ବ୍ରାହ୍ମଣୀ ନଦୀରେ ହଠାତ ଜଳସ୍ତର ବୃଦ୍ଧି ପାଇବା ସହ ପ୍ରଖର ସୁଅ ଆସିବାରୁ ଗୋଠରୁ ଦନ୍ତାଟି ଅଲଗା ହୋଇ ନଦୀ ସୂଅରେ ଫସି ଯାଇଥିଲା l 

Advertisment

ହାତୀଟି କୁଳକୁ ଆସିବା ପାଇଁ ଚେଷ୍ଟା କରୁଥିବା ବେଳେ ସୁଅ ମୁହଁରେ ଥିବାରୁ ନଦୀର ଗଭୀର ଜଳରେ ଅଟକି ରହିଥିଲା l ତେବେ ହାତୀଟି ସୁରକ୍ଷିତ ବାହାରିକୁ ଚାଲିଆସିଥିଲା ।

ଏପଟେ ମାତିଲେ ହାତୀ, ଭାଙ୍ଗିଲେ ଘର। କେନ୍ଦୁଝର ଜିଲ୍ଲା ଚଂପୁଆ ରେଂଜରେ ହାତୀପଲଙ୍କ ଉପଦ୍ରବରେ ଭୟଭୀତ ଲୋକେ। ବାଲିବନ୍ଧ ସେକ୍ସନରେ ୫୦, ଯୋଡ଼ାରେ ୨୦, ଚମ୍ପୁଆରେ ୨୬ ଏବଂ ବାମେବାରୀ ସେକ୍ସନରେ ୪ଟି ହାତୀ ଥିବା ସୂଚନା ମିଳିଛି। ବିଭିନ୍ନ ସମୟରେ ହାତୀ ଗାଁଗଣ୍ଡାରେ ପଶି ଘର ଭାଙ୍ଗୁଛନ୍ତି। ପୁଣି କେତେବେଳେ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ୨୦ ଟିକିଆ ହାତୀପଲ ବିଚାକୁଣ୍ଡି ଜଙ୍ଗଲରୁ ଆସି ଯୋଡ଼ା ପୌରାଞ୍ଚଳର ୯ ନମ୍ବର୍ ୱାର୍ଡ଼ ବୁଲା ସାହିରେ ପଶି ୩ ଜଣଙ୍କ ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। 

Advertisment

ଏହାସହ ଘରେ ଥିବା ଚାଉଳ, ଡାଲି ଆଦିବି ହାତୀ ଖାଇ ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି। ବିଚାକୁଣ୍ଡି ଜଙ୍ଗଲରୁ ଆସିଥିବା ହାତୀପଲରେ ୪ ଦନ୍ତା, ୯ ମାଈ ଓ ୭ଟି ଛୁଆ ହାତୀ ରହିଛନ୍ତି। ତେଣେ ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। 

Elephant
Advertisment
Advertisment