Advertisment

Dowry Torture: ୭୦ ଲକ୍ଷର ଗାଡ଼ି , ୮୦୦ଗ୍ରାମ ସୁନା...ତଥାପି ଯୌତୁକ ନିର୍ଯାତନା

ବିବାହ ସମୟରେ ୮୦୦ଗ୍ରାମ ସୁନାର ଅଳଙ୍କାର ଓ ୭୦ ଲକ୍ଷର ଭଲଭୋ କାର ପୁଅ ଘରକୁ ଯୌତୁକ ଆକାରରେ ଦିଆଯାଇଥିଲା । ଏହା ସହ ଝିଅ ଘର ବିବାହରେ ୨.୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଏସବୁ ରିଧାନ୍ୟାଙ୍କ ଶାଶୂଘର ଲୋକଙ୍କୁ ଯଥେଷ୍ଟ ହୋଇନଥିଲା ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Dowry Torture

Dowry Torture

ସୋନମ ରଘୁବଂଶୀ ଓ ମୁସ୍କାନ ରସ୍ତୋଗୀଙ୍କ ମାମଲା ଏବେ ଚର୍ଚ୍ଚ। ରେ ରହିଛି । ସେମାନଙ୍କ କାହାଣୀ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହି ଖବର ଭିତରେ ସେହି ମହିଳାଙ୍କୁ ଭୁଲି ଗଲେ ଯେଉଁମାନେ ଆଜି ବି ଯୌତୁକ ନିର୍ଯାତନାର ଶିକାର ହେଉଛନ୍ତି । ସେମାନେ ନିଜେ ମରି ଯାଆନ୍ତି ନହେଲେ ସେମାନଙ୍କୁ ମାରି ଦିଆଯାଏ । ଗୋଟିଏ ବାପା ଧୁମଧାମରେ ନିଜ ଝିଅର ବିବାହ କରିଥାଏ । ଜୀବନର ସବୁ ପୁଞ୍ଜି ବିବାହରେ ଖର୍ଚ୍ଚ କରିଦିଏ କେବଳ ଝିଅର ଖୁସି ପାଇଁ । କିନ୍ତୁ ଆମରି ସମାଜରେ ଏବେବି ଏଭଳି ଲୋକ ଅଛନ୍ତି ଯେଉଁମାନେ ଯୌତୁକ ପାଇଁ ନିର୍ଯାତନା ଦିଅନ୍ତି ବୋହୂଙ୍କୁ ।

Advertisment

ତାମିଲନାଡୁର ତିରୁପୁରରୁ ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି । ଯୌତୁକ ନିର୍ଯାତନା ସହି ନପାରି ୨୭ ବର୍ଷୀୟ ରିଧାନ୍ୟା କୀଟନାଶକ ଖାଇ ଆତ୍ମହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି । ମୃତ ରିଧାନ୍ୟାଙ୍କ ପିତା ଗୋଟିଏ ଗାରମେଣ୍ଟ କଂପାନୀ ଚଳାନ୍ତି । ରିଧାନ୍ୟାଙ୍କ ବିବାହ ଏପ୍ରିଲ ୨୮ରେ ହୋଇଥିଲା ।

ଅଧିକ ପଢନ୍ତୁ: ଅଳିଆ ଭର୍ତ୍ତି ଟ୍ରକରୁ ମିଳିଲା ମହିଳାଙ୍କ ମୃତଦେହ, ୨୦ ଘଣ୍ଟାରେ ଗିରଫ ହେଲା ପ୍ରେମିକ

Advertisment

ରିପୋର୍ଟ ଅନୁସାରେ ବିବାହ ସମୟରେ ୮୦୦ଗ୍ରାମ ସୁନାର ଅଳଙ୍କାର ଓ ୭୦ ଲକ୍ଷର ଭଲଭୋ କାର ପୁଅ ଘରକୁ ଯୌତୁକ ଆକାରରେ ଦିଆଯାଇଥିଲା । ଏହା ସହ ଝିଅ ଘର ବିବାହରେ ୨.୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଏସବୁ ରିଧାନ୍ୟାଙ୍କ ଶାଶୂଘର ଲୋକଙ୍କୁ ଯଥେଷ୍ଟ ହୋଇନଥିଲା ।

ବିବାହର ମାତ୍ର ୧୦ ଦିନ ପରେ ରିଧାନ୍ୟାଙ୍କୁ ଯୌତୁକ ନିର୍ଯାତନା ଦେଇଥିଲେ ଶାଶୂଘର ଲୋକ । ରିଧାନ୍ୟା ନିଜ ଜୀବନ ଦେବା ପୂର୍ବରୁ ପିତାଙ୍କୁ ୭ଟି ଅଡିଓ ମେସେଜ ପଠାଇଥିଲେ । ରବିବାର ୨୯ ଜୁନରେ ରିଧାନ୍ୟା ମନ୍ଦିର ଯାଉଛନ୍ତି କହି ଘରୁ ବାହାରିଥିଲେ । ରାସ୍ତାରେ କାରକୁ ଅଟକାଇଥିଲେ ଓ କୀଟନାଶକ ଖାଇ ନିଜ ଜୀବନ ହାରିଦେଇଥିଲେ ।

ସ୍ଥାନୀୟ ଲୋକ ବହୁ ସମୟ ଧରି କାରଟିକୁ ରାସ୍ତାରେ ଛିଡ଼ା ହୋଇଥିବାର ଦେଖିବାକୁ ପାଇଥିଲେ । ସଂଦେହ ହେବାରୁ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଭିତରେ ଜଣେ ମହିଳାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲା ।

ରିପୋର୍ଟ ଅନୁସାରେ ରିଧାନ୍ୟା ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପିତାଙ୍କୁ ସାତଟି ଅଡିଓ ମେସେଜ ପଠାଇଥିଲେ । ଯେଉଁଥିରେ ସେ ନିଜର ଏହି ନିଷ୍ପତ୍ତି ପାଇଁ କ୍ଷମା ମାଗିଥିଲେ । ନିର୍ଯାତନା ଆଉ ସହି ପାରୁନାହାନ୍ତି ବୋଲି କହିଥିଲେ ।

ମେସେଜରେ ଲେଖିଛନ୍ତି ସେମାନେ ମତେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି । ମୁଁ ଆଉ ବଞ୍ଚିପାରୁନି । ତୁମେ ଓ ମାଆ ମୋର ଦୁନିଆ । ମୋର ଶେଷ ନିଶ୍ବାସ ଯାଏ ଆପଣମାନେ ମୋ ଆଶା । କିନ୍ତୁ ମୁଁ ଆପଣଙ୍କୁ ବହୁତ ଦୁଃଖ ଦେଇଛି । ଆପଣ ଏସବୁ ଖୋଲିକି କହି ପାରୁନାହିଁ । ତଥାପି ମୁଁ ଜାଣିଛି ଆପଣ ମତେ ଏଭଳି ଅବସ୍ଥାରେ ଦେଖିପାରୁ ନାହାନ୍ତି । ମୁଁ ଆପଣଙ୍କ କଷ୍ଟକୁ ବୁଝିପାରୁଛି । ମତେ କ୍ଷମା କରିଦେବେ । ସବୁ କିଛି ଶେଷ ହୋଇଯାଇଛି । ମୁଁ ଯାଉଛି ।

ରିଧାନ୍ୟାଙ୍କ ପରିବାର ଲୋକ ଓ ସଂପର୍କୀୟ ନ୍ୟାୟ ପାଇଁ ଦାବି କରୁଛନ୍ତି । ପୋଲିସ ମାମଲା ରୁଜୁ କରି ରିଧାନ୍ୟାଙ୍କ ସ୍ବାମୀ, ଶ୍ୱଶୁର ଓ ଶାଶୂଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

ଅଧିକ ପଢନ୍ତୁ: ନାବାଳକ ପୁଅକୁ ଛୁରୀ ଭୁଷି ହତ୍ୟା କଲା ବାପା, ବାସ୍ ଭୁଲ ଥିଲା ଏତିକି...

Dowry Torture Dowry Death Tamilnadu Dowry Cases
Advertisment
Related Articles
Advertisment