Advertisment

Live-In Partner Killed: ଅଳିଆ ଭର୍ତ୍ତି ଟ୍ରକରୁ ମିଳିଲା ମହିଳାଙ୍କ ମୃତଦେହ, ୨୦ ଘଣ୍ଟାରେ ଗିରଫ ହେଲା ପ୍ରେମିକ

ବେଙ୍ଗାଲୁରୁର ଜଣେ ବ୍ୟକ୍ତି ନିଜ ଲିଭ୍ ଇନ ରିଲେସନସିପରେ ରହୁଥିବା ପ୍ରେମିକାଙ୍କୁ ହତ୍ୟା କରି ୨୦ କିମି ଦୂରରେ ଥିବା ଏକ ଅଳିଆ ଭର୍ତ୍ତି ଗାଡିରେ ଫିଙ୍ଗି ଦେବା ପରେ ୨୦ ଘଣ୍ଟା ପରେ ଗିରଫ ହୋଇଛି । ସିସିଟିଭି ଫୁଟେଜକୁ ଆଧାର କରି ଗିରଫ କରିଛି ପୋଲିସ୍ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
live in

live in

ଅସୁରକ୍ଷିତ ହୋଇ ପଡିଛି ଲିଭ୍‌-ଇନ୍‌-ରିଲେସନସିପ୍ । ପ୍ରଥମେ ପ୍ରେମ କରୁଛନ୍ତି, ଏକାଠି ରହୁଛନ୍ତି ଓ ତାପରେ କୌଣସି କାରଣବଶତଃ ଉଭୟ ପାର୍ଟନରଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଉଛି, ତାହାଲେ ଜୀବନରୁ ମାରିଦେବାକୁ ମଧ୍ୟ ପଛାଉ ନାହାନ୍ତି । ବେଙ୍ଗାଲୁରରେ ଏକ ଅଳିଆ ଭର୍ତ୍ତି ଟ୍ରକରେ ଜଣେ ମହିଳାଙ୍କ ଗଳିତ ମୃତଦେହ ମିଳିବା ପରେ ଏଭଳି ଏକ ଘଟଣା ସାମନାକୁ ଆସିଛି ।

Advertisment

ଅଧିକ ପଢନ୍ତୁ: ନାବାଳକ ପୁଅକୁ ଛୁରୀ ଭୁଷି ହତ୍ୟା କଲା ବାପା, ବାସ୍ ଭୁଲ ଥିଲା ଏତିକି...

ବେଙ୍ଗାଲୁରୁର ଦକ୍ଷିଣ ଡିଭିଜନର ଡିସିପି ଲୋକେଶ ବି ଜଗଲସରଙ୍କ କହିବା ମୁତାବକ, କୋରମଙ୍ଗଳାର ସେଣ୍ଟ ବେଡ୍ ଲେଆଉଟ ଅଞ୍ଚଳରେ ରାତି ପ୍ରାୟ ୨ଟା ସମୟରେ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ଏହା ପରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ତଦନ୍ତ ପରେ ଉକ୍ତ ମୃତଦେହ ଦକ୍ଷିଣ ବେଙ୍ଗାଲୁରୁର ହଲିମାବୁ ଅଞ୍ଚଳରେ ରହୁଥିବା ଆଶାଙ୍କର ବୋଲି ଜଣା ପଡିଥିଲା । 

Advertisment

ଆଶା ଜଣେ ବିଧବା ଥିଲେ । ସେ ଗତ ଦେଢ ବର୍ଷ ଧରି ଶାମସୁଦ୍ଦିନଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ଶାମସୁଦ୍ଦିନ ଆସାମର ବାସିନ୍ଦା ହୋଇଥିବା ବେଳେ ସେ ମଧ୍ୟ ବିବାହିତ ଓ ତାଙ୍କର ପିଲା ଅଛନ୍ତି । ଗତ ଚାରି ମାସ ହେବ ସେମାନେ ବିବାହିତ ବୋଲି ପରିଚୟ ଦେଇ ଏକ ଘର ଭଡା ନେଇ ଏକାଠି ରହି ଆସୁଥିଲେ । ଉଭୟ ହଲିମାବୁରେ ଥିବା ଏକ ହାଉସକିପିଂ ମ୍ୟାଟେରିଆଲ କମ୍ପାନୀରେ ଚାକିରି କରୁଥିଲେ, ଯେଉଁଠାରେ ଉଭୟଙ୍କର ପ୍ରଥମ ଦେଖା ହୋଇଥିଲା ।

ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଉଭୟଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହୁଏ । ଆଶା ଅନେକ ସମୟରେ ମଦ ପିଇ ନିଶାରେ ଚୁର୍ ରହୁଥିଲେ । ଯାହା ଉଭୟଙ୍କ ମଧ୍ୟରେ ଝଗଡା ଲାଗିବାର ଏକ ମୁଖ୍ୟ କାରଣ । ଏହା ସହିତ ଆଶା ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନରେ କଥା ହେଉଥିବାରୁ ତାଙ୍କ ସହ ଶାମସୁଦ୍ଦିନଙ୍କର ଝଗଡା ହେଉଥିଲା ।

ଘଟଣା ଘଟିବା ଦିନ ରାତିରେ ମଧ୍ୟ ଶାମସୁଦ୍ଦିନ ମଦ୍ୟପାନ କରି ଘରକୁ ଆସିଥିବା ଅନୁମାନ କରାଯାଉଛି । ଯାହାଫଳରେ ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା ଏବଂ ରାଗରେ ଶାମସୁଦ୍ଦିନ ଆଶାଙ୍କୁ ଗଳାକାଟି ହତ୍ୟା କରିଥିଲା । ହତ୍ୟା କରିବା ପରେ ସେ ମୃତଦେହକୁ ଏକ ବ୍ୟାଗରେ ପୂରାଇ ନିଜ ବାଇକରେ ୨୦ କିମି ପର୍ଯ୍ୟନ୍ତ ନେଇଥିଲା ଏବଂ ସ୍କେଟିଂ ଏରେନା ଅଞ୍ଚଳରେ ଥିବା ଏକ ଅଳିଆ ଭର୍ତ୍ତି ଗାଡି ଭିତରେ ପକାଇ ପଳାଇଥିଲା ।

ଏହା ପରେ ମୁଣ୍ଡ ଓ ବେକରେ ବନ୍ଧା ଯାଇଥିବା ଅବସ୍ଥାରେ ମୃତଦେହକୁ ଟ୍ରକର ପଛ ଭାଗରେ ଉଦ୍ଧାର କରାଯାଇଥିଲା । ମହିଳାଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ଏହା ପରେ ଆଖାପାଖର ସିସିଟିଭି ଫୁଟେଜ ଦ୍ୱାରା ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ପୋଲିସ୍ । ସିସିଟିଭି ଫୁଟେଜରେ ଦେଖା ଯାଉଥିବା ବାଇକକୁ ଟ୍ରାକ କରି ୨୦ ଘଣ୍ଟା ଭିତରେ ପୋଲିସ ଅଭିଯୁକ୍ତ ନିକଟରେ ପହଞ୍ଚି ପାରିଥିଲା । ଶାମସୁଦ୍ଦିନଙ୍କୁ ନିଜ କଷ୍ଟଡିକୁ ନେଇ ପଚରାଉଚରା ଆରମ୍ଭ କରିଛି ପୋଲିସ୍ । 

ଅଧିକ ପଢନ୍ତୁ: ପତ୍ନୀକୁ ଆଣିବାକୁ ଯାଇଥିଲେ...ଶ୍ୱରୁର ଘର ଲୋକେ ପିଟି ପିଟି ମାରିଦେଲେ

Murder Bengaluru
Advertisment
Advertisment