Advertisment

Father Stabbed Son: ନାବାଳକ ପୁଅକୁ ଛୁରୀ ଭୁଷି ହତ୍ୟା କଲା ବାପା, ବାସ୍ ଭୁଲ ଥିଲା ଏତିକି...

ଦିଲ୍ଲୀର ସାଗରପୁର ଅଞ୍ଚଳରେ ପୁଅ ବାହାରେ ବର୍ଷା ହେଉଥିବା ସମୟରେ ଖେଳିବାକୁ ଯିବା ପାଇଁ ଜିଦି କରିବାରୁ ପୁଅକୁ ଛୁରୀ ଭୁଷି ହତ୍ୟା କରିଛି ବାପା । ହତ୍ୟା କରିବା ପରେ ପୁଅକୁ ଡାକ୍ତରଖାନା ନେଇଥିଲା, ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
father stabbed

father stabbed

ପୁଅ ବାହାରକୁ ଖେଳିବାକୁ ଯିବାକୁ ଜିଦି କଲା ବୋଲି ବାପାର ଆକ୍ରମଣର ଶିକାର ହେଲା । ବାହାରେ ବର୍ଷା ହେଉଥିବା ବେଳେ ପୁଅକୁ ଖେଳିବାକୁ ଯିବାକୁ ମନା କରିଥିଲେ ବାପା । ହେଲେ ପୁଅ ନ ଶୁଣିବାରୁ ପୁଅକୁ ଛୁରୀ ଭୁଷି ହତ୍ୟା କରିଛି ବାପା । ପୋଲିସ୍ ଅଭିଯୁକ୍ତ ବାପାକୁ ଗିରଫ କରିବା ସହ ମାରଣାସ୍ତ୍ରକୁ ଜବତ କରିଛି । 

Advertisment

ଅଧିକ ପଢନ୍ତୁ: ଅଳିଆ ଭର୍ତ୍ତି ଟ୍ରକରୁ ମିଳିଲା ମହିଳାଙ୍କ ମୃତଦେହ, ୨୦ ଘଣ୍ଟାରେ ଗିରଫ ହେଲା ପ୍ରେମିକ

ଗତ ଶନିବାର ସକାଳେ, ଦିଲ୍ଲୀର ଦାଦା ଦେବ ହସ୍ପିଟାଲରୁ ପୋଲିସକୁ ଏକ ନାବାଳକକୁ ଛୁରୀ ଭୁଷା ଯାଇଛି ଏବଂ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସମ୍ପର୍କରେ ଏକ ଫୋନ୍ ଆସିଥିଲା । କିନ୍ତୁ ତଦନ୍ତକାରୀ ଟିମ୍ ହସ୍ପିଟାଲରେ ପହଞ୍ଚିବା ବେଳକୁ ପିଲାଟିକୁ ମୃତ ଘୋଷଣା କରି ସାରିଥିଲେ ଡାକ୍ତର । 

Advertisment

ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ, ପିଲାଟିକୁ ତାର ବାପା ହିଁ ଛୁରୀ ଭୁଷି ହତ୍ୟା କରିଛି । ଅଭିଯୁକ୍ତ ଏ ରୟ (୪୦) ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି । ସେ ଦିଲ୍ଲୀର ସାଗରପୁର ଅଞ୍ଚଳରେ ରୁହନ୍ତି । ବାହାରେ ବର୍ଷା ହେଉଥିବା ବେଳେ ପିଲାଟି ବାହାରକୁ ଖେଳିବା ପାଇଁ ଯିବାକୁ ଜିଦି କରିଥିଲା । ହେଲେ, ରୟ ତାଙ୍କୁ ମନା କରିଥିଲେ ।

ଯେତେବେଳେ ପିଲାଟି ତାଙ୍କ ବାପାଙ୍କ କଥା ଶୁଣିନଥିଲେ, ସେତେବେଳେ ତାଙ୍କ ବାପା ନିଜ ରାଗ ଉପରେ ନିୟନ୍ତ୍ରଣ ହରାଇ ବସିଥିଲେ । ରୋଷେଇ ଘରୁ ଏକ ଛୁରୀ ଆଣି ପିଲାଟିର ବାମ ପଟ ଛାତିରେ ଭୁଷି ଦେଇଥିଲେ । ଏହା ପରେ ଅଭିଯୁକ୍ତ ବାପା ତାଙ୍କ ପୁଅଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ହେଲେ ଦୁର୍ଭାଗ୍ୟବଶତଃ ପିଲାଟିର ଜୀବନ ବଞ୍ଚି ପାରି ନଥିଲା । 

ପୋଲିସ୍ କହିଛି ଯେ, ଅଭିଯୁକ୍ତ ଜଣଙ୍କ ଏକ ଭଡା ଘରେ ତାଙ୍କର ୪ ଜଣ ପିଲାଙ୍କୁ ନେଇ ରୁହନ୍ତି । କିଛି ବର୍ଷ ପୂର୍ବରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁହୋଇ ଯାଇଛି । ମୃତ ନାବାଳକ ଜଣକ ୪ ଜଣଙ୍କ ମଧ୍ୟରୁ ତୃତୀୟ ଥିଲା । ହତ୍ୟାକାରୀ ବାପାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।

ଅଧିକ ପଢନ୍ତୁ: ସିକ୍ୟୁରିଟି ଗାର୍ଡଙ୍କ ଉପସ୍ଥିତିରେ ହୋଇଥିଲା ଗଣଦୁଷ୍କର୍ମ ! ୪କୁ ବଢିଲା ଗିରଫଦାରୀ ସଂଖ୍ୟା

Murder Delhi Crime News Stabbed
Advertisment
Advertisment