Advertisment

Serial Killer Arrested In Punjab: ଧରାପଡ଼ିଲା ପିଶାଚ ସିରିଏଲ କିଲର୍; ବାଇକ୍‌ରେ ଲିଫଟ ଦେଇ ପୁରୁଷଙ୍କୁ କରୁଥିଲା ହତ୍ୟା

୧୮ ମାସରେ ୧୧ଜଣଙ୍କୁ ହତ୍ୟା କରିଥିବା ମାନିଲା ସିରିଏଲ୍ କିଲର୍ । ଖାଲି ଏତିକି ନୁହେଁ। ସିରିଏଲ୍ କିଲିଂର ପୂରା କାହାଣୀ ଶୁଣିଲେ ରୁମ ଟାଙ୍କୁରି ଉଠିବ।

author-image
Sujit kumar Swain
Serial Killer Arrested In Punjab

Serial Killer Arrested In Punjab

ପଞ୍ଜାବରେ ଧରାପଡ଼ିଲା ପିଶାଚ ସିରିଏଲ କିଲର୍। ବାଇକ୍‌ରେ ଲିଫଟ ଦେଇ ପୁରୁଷଙ୍କୁ କରୁଥିଲା ହତ୍ୟା। ୧୮ ମାସରେ ୧୧ଜଣଙ୍କୁ ହତ୍ୟା କରିଥିବା ମାନିଲା ସିରିଏଲ୍ କିଲର୍ । ଖାଲି ଏତିକି ନୁହେଁ। ସିରିଏଲ୍ କିଲିଂର ପୂରା କାହାଣୀ ଶୁଣିଲେ ରୁମ ଟାଙ୍କୁରି ଉଠିବ। 

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଅଭିଯୁକ୍ତ ୩୩ ବର୍ଷୀୟ ରାମ ସରୂପ ପୋଲିସ ଆଗରେ ସ୍ବୀକାର କରିଛି ଯେ, ସେ ସାଧାରଣତଃ ଲୋକଙ୍କୁ ଲିଫ୍ଟ ଦେଇ ଲୁଟ୍ କରୁଥିଲା। କିଛି ଜଣଙ୍କ ସହ ସମଲିଙ୍ଗୀ ସଂପର୍କ ରଖିଥିଲା। କେହି ଟଙ୍କା ଦେବାକୁ କିମ୍ବା ଶାରିରୀକ ସଂପର୍କ ରଖିବାକୁ ମନା କଲେ ସେମାନଙ୍କୁ ତଣ୍ଟିଚିପି କିମ୍ବା ଇଟା ଛେଚି ହତ୍ୟା କରୁଥିଲା। ଏହାପରେ ସେମାନଙ୍କ ପାଦକୁ ଛୁଇଁ ଅନୁତାପ କରୁଥିଲା ଓ କ୍ଷମା ମାଗୁଥିଲା ବୋଲି କହିଛି ରାମସରୂପ । 

ଅଧିକ ପଢନ୍ତୁ: ସ୍ତ୍ରୀକୁ ହତ୍ୟା କରି ଯାଇଥିଲା ଜେଲ୍, ଏବେ ହାତୁଡ଼ିରେ ପିଟି ପିଟି ସାଙ୍ଗକୁ ମାରିଦେଲା

Advertisment

ଜଣଙ୍କୁ ହତ୍ୟା କରିବା ପରେ ମୃତଦେହ ପିଠିରେ ଧୋକେବାଜ୍ ଲେଖିଥିଲା । ରୂପନଗର, ହୋସିଆରପୁର, ଫତେଗଡ଼ ଆଦି ସ୍ଥାନରେ ସେ ନୃଶଂସ ହତ୍ୟାକାଣ୍ଡ ଭିଆଉଥିବା ବେଳେ, ସିକ୍ୟୁରିଟି ଗାର୍ଡ, ଟୋଲ୍ ପ୍ଲାଜାରେ ଚା ବିକାଳି, ଶ୍ରମିକ, ଟ୍ରାକ୍ଟର ମେକାନିକ୍ ଆଦି ତାର ଶିକାର ବନିଛନ୍ତି। ରାମସରୂପ ବିବାହିତ ଏବଂ ୨ ବର୍ଷ ତଳେ ସମଲିଙ୍ଗୀ ସଂପର୍କ ସାମ୍ନାକୁ ଆସିବା ପରେ ପରିବାରଲୋକେ ତାକୁ ଘରୁ ତଡ଼ିଦେଇଥିଲେ ବୋଲି ସୂଚନା ମିଳିଛି।

ଅନ୍ୟପଟେ ପଞ୍ଜାବରେ ପୋଲିସ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ ଖଲିସ୍ତାନୀ ଆତଙ୍କବାଦୀ । ଉତ୍ତର ପ୍ରଦେଶରେ 3 ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ହତ୍ୟା କରିଥିଲା ପୋଲିସ୍ । ଏହି 3 ଆତଙ୍କବାଦୀ ଖଲିସ୍ତାନୀ କମାଣ୍ଡୋ ଫୋର୍ସର ସଦସ୍ୟ । ସେମାନଙ୍କଠାରୁ ଦୁଇଟି AK-47 ରାଇଫଲ୍ ଓ ଦୁଇଟି ପିସ୍ତଲ ଜବତ କରାଯାଇଥିଲା । ପଞ୍ଜାବର ଗୁରୁଦାସପୁରରେ ପୋଲିସ ପୋଷ୍ଟ ଉପରେ ଆକ୍ରମଣ ଘଟଣାରେ ଏମାନେ ୱାଣ୍ଟେଡ୍ ଥିଲେ । ପୋଲିସ ଏମାନଙ୍କୁ ଖୋଜୁଥିଲା ।

ଅଧିକ ପଢନ୍ତୁ: ପଞ୍ଜାବରେ ଆକ୍ରମଣ କରିଥିବା ଆତଙ୍କବାଦୀ ଉତ୍ତର ପ୍ରଦେଶ ଏନକାଉଣ୍ଟରରେ ମୃତ, ରହିଛି ISI ଲିଙ୍କ୍

Serial Killer Arrested Murder Punjab Serial Killer
Advertisment
Advertisment