/odishatv-khabar/media/media_files/2025/11/11/odisha-2025-11-11-18-43-49.jpg)
odisha Photograph: (OTV)
ପୁଣି ଓଡ଼ିଶା ଟିମର ଲଜ୍ଜାଜନକ ପ୍ରଦର୍ଶନ । ଚଳିତ ରଣଜୀ ଋତୁରେ ଓଡ଼ିଶା ଟିମର ଖରାପ ପ୍ରଦର୍ଶନ ଜାରି ରହିଛି। ଘରୋଇ ମାଟିରେ ଡବଲ ପରାଜୟ ପରେ ଏବେ ନାଗପୁରରେ ମଧ୍ୟ ସମାନ ସ୍ଥିତି । ଓଡ଼ିଶାକୁ ଏକତରଫା ଭାବେ ୧୦୦ ରନରେ ହରାଇ ଦେଇଛି ବିଦର୍ଭ। ନାଗପୁରରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ନିରାଶ କରିଛନ୍ତି ବ୍ୟାଟରମାନେ । ଓଡ଼ିଶାକୁ ୧୦୦ ରନରେ ହରାଇଛି ବିଦର୍ଭ ।
ରଣଜୀ ଚାମ୍ପିୟନ ବିଦର୍ଭ ବିପକ୍ଷରେ ବିଜୟୀ ହେବାକୁ ଓଡ଼ିଶାକୁ ୩୪୫ ରନ୍ର ଲକ୍ଷ୍ୟ ମିଳିଥିଲା। ଏହାକୁ ପିଛା କରି ଓଡ଼ିଶା ଟିମ ୨୪୪ ରନରେ ଅଲଆଉଟ ହୋଇ ଯାଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା କୌଣସି ୱିକେଟ୍ ନ ହରାଇ ୪୪ ରନ୍ କରିଥିଲା। ଦଳ ବିଜୟ ଠାରୁ ୩୦୧ ରନ ଦୂରରେ ଥିବା ବେଳେ ହାତରେ ୧୦ ୱିକେଟ ରହିଥିଲା।
ଦଳ ପାଇଁ ସ୍ୱସ୍ତିକ ସାମଲ (୬୫ ରନ) ଓ ଗୌରବ ଚୌଧୁରୀ (୪୭ ରନ) ପ୍ରଥମ ୱିକେଟ ପାଇଁ ୧୦୦ ରନ ମଧ୍ୟ ଯୋଡ଼ିଥିଲେ। ହେଲେ ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଗୋବିନ୍ଦ ପୋଦ୍ଦାର କିଛି ସମୟ ପାଇଁ ଲଢ଼େଇ କରି ୪୬ ରନ କରିଥିଲେ ହେଁ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। ଶେଷରେ ପୂରା ଟିମ ୨୪୪ ରନରେ ଅଲଆଉଟ ହୋଇ ଯାଇଥିଲା।
Drunk Drivers Caught: ମଦ ବୋତଲ ସହ କରୁଥିଲେ ଲଙ୍ଗ୍ ଡ୍ରାଇଭ୍, ରାଜଧାନୀରେ ହେଲା ଚେକିଂ

CCTV Footage: ସିସିଟିଭିରେ ଲାଲକିଲ୍ଲା ସୈତାନ, ସାମ୍ନାକୁ ଆସିଲା ବିସ୍ଫୋରଣ ପୂର୍ବର ଫୁଟେଜ୍ ... ଡ୍ରାଇଭିଂ ସିଟ୍ରେ ମାସ୍କ ପିନ୍ଧି ବସିଥିଲା ଆତଙ୍କୀ

Delhi Blast Mastermind Traced: ଦିଲ୍ଲୀ ବିସ୍ଫୋରଣର ମାଷ୍ଟର ପ୍ଲାନ୍ , i20ରେ କ୍ରାଇମ୍ ହିଷ୍ଟ୍ରୀ

Rahas Jatra: ଦୁଲୁକୁଛି ହରିପୁର , ଏକାଠି ଖେଳୁଛନ୍ତି ୯ ଅପେରା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)