Advertisment

Pune Horror: ଘରେ ପଶି ଦୁଷ୍କର୍ମ କଲା ଡେଲିଭରୀ ବଏ, ସେଲ୍ଫି ନେଇ ଲେଖିଲା 'ମୁଁ ପୁଣି ଆସିବି'

ଯୁବତୀଙ୍କୁ ଦୁଷ୍କର୍ମ କଲା ଡେଲିଭରୀ ବଏ । ଘର ଭିତରେ ପଶି, ଦୁଷ୍କର୍ମ କଲା । ପରେ ସେଲ୍ଫି ନେଇ ଲେଖିଲା, 'ମୁଁ ପୁଣି ଆସିବି' । ଘଟଣାକୁ ନେଇ ଖେଳିଯାଇଛି ଚାଞ୍ଚଲ୍ୟ । ପୀଡ଼ିତାଙ୍କ ବୟାନ ଆଧାରରେ ପୋଲିସର ଛାନଭିନ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Pune Rape Case

Pune Rape Case

ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ । ଏପରି ଅଭିଯୋଗ ଆସିଛି ମହାରାଷ୍ଟ୍ରର ପୁଣେରୁ । ସୂଚନା ଅନୁସାରେ, ପୁଣେରେ ଥିବା ପୋଶ୍ ସୋସାଇଟିରେ ଯୁବତୀ ଜଣକ ରହୁଥିବାବେଳେ ଘରେ ପଶି ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଘରକୁ କୋରିଅର ନେଇ ଆସିଥିବା ଡେଲିଭରୀ ବଏ ହିଁ ଅଭିଯୁକ୍ତ ବୋଲି ବୟାନ ଦେଇଛନ୍ତି ପୀଡ଼ିତା । 

Advertisment

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଡେଲିଭର ବଏ ପ୍ରଥମେ ଘରର କଲିଂ ବେଲ୍ ଦେଇଥିଲା । ଯୁବତୀ ଆସି ଦେଖିବା ପରେ ସେ ଓଟିପି (OTP) ଦେବାକୁ କହିଥିଲା । ଯୁବତୀ ଜଣକ ଘର ଭିତରକୁ ଆସି ନିଜ ମୋବାଇଲରେ OTP ଦେଖିବା ଭିତରେ ହିଁ ଅଭିଯୁକ୍ତ ଘର ଭିତରକୁ ପଶି ଆସିଥିଲା । ଆଉ ଦୁଷ୍କର୍ମ କରିବା ପରେ ସେଠାରୁ ଫେରାର ମାରିଥିଲା । 

ପୀଡିତାଙ୍କ ବୟାନ ଅନୁସାରେ , ଅଭିଯୁକ୍ତ ଜଣକ ପେପର୍ ସ୍ପ୍ରେ ମଧ୍ୟ ବ୍ୟବହାର କରିଥିଲା । ଫଳରେ ଯୁବତୀ ଜଣକ ଚେତାଶୂନ୍ୟ ହୋଇପଡ଼ିଥିଲେ । ଆଉ ଏହାର ଫାଇଦା ଉଠାଇଥିଲା ଅଭିଯୁକ୍ତ । ଆଉ କେତେକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଯୁବତୀଙ୍କ ଫୋନରେ ଅଭିଯୁକ୍ତ ନିଜ ସେଲ୍ଫି ନେଇ 'ମୁଁ ପୁଣି ଆସିବି' ବୋଲି ଲେଖିକି ଯାଇଥିବା କୁହାଯାଉଛି । 

Advertisment

ଡେପୁଟୀ ପୋଲିସ କମିଶନର ରାଜକୁମାର ସିନ୍ଦେ କହିଛନ୍ତି, "ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁସାରେ ମାମଲା ରୁଜୁ ହୋଇଛି । ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ ଜଣେ ଡେଲିଭରୀ ବଏ ୨୨ ବର୍ଷୀୟ ଯୁବତୀଙ୍କ ଫ୍ଲାଟରେ ପହଞ୍ଚିଥିଲା । ଏକ ବ୍ୟାଙ୍କ୍‌ ଏନଭେଲପ୍ ଦେବା ପାଇଁ OTP ମାଗିଥିଲା । ଯେତେବେଳେ ଫୋନ୍‌ ଆଣିବାକୁ ଯୁବତୀ ଘର ଭିତରକୁ ଯାଇଥିଲେ, ସେହି ସମୟରେ ଘର ଭିତରକୁ ପଶି ଆସି ଭିତର ପଟୁ କବାଟ ବନ୍ଦ କରିଥିଲା ଅଭିଯୁକ୍ତ । ପରେ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ସେପରି କିଛି ସ୍ପ୍ରେ ବ୍ୟବହାର କରିଥିଲା ନା ନାହିଁ ସେନେଇ ଫରେନ୍ସିକ୍ ଟିମ୍ ଯାଞ୍ଚ କରୁଛନ୍ତି । ଯୁବତୀଙ୍କ ଫୋନ୍‌ରୁ ଏକ ସେଲଫି ମିଳିଛି । ଯାହାକୁ ନେଇ ଆମେ ତଦନ୍ତ ଜାରି ରଖିଛୁ ।"

ଅଧିକ ପଢନ୍ତୁ: ଛେଳି ଚରାଇବାକୁ ଯାଇଥିବାବେଳେ ଗଣଦୁଷ୍କର୍ମ, ୨ ଗିରଫ

Rape Case Pune Delivery Boy
Advertisment
Related Articles
Advertisment