/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751793875.jpg)
Genelia Deshmukh
ବଲିଉଡର ପ୍ରେମ ପକ୍ଷୀ ଥିଲେ । ପ୍ରେମରେ ହସୁଥିଲେ, ପ୍ରେମରେ ରୁଷୁଥିଲେ । ଆଉ ପରେ ବିବାହ ବନ୍ଧନରେ ବାନ୍ଧି ହୋଇ ଦର୍ଶକଙ୍କ ପାଇଁ ପାଲଟିଯାଇଥିଲେ ସୁଇଟ୍ କପୁଲ୍ । ବଲିଲଡ୍ ଅଭିନେତା ରିତେଶ ଦେଶମୁଖ ଓ ଅଭିନେତ୍ରୀ ଜେନେଲିଆ ଦେଶମୁଖ ଉଭୟ ବାହାହେବା ପରେ ଅନେକ ଫିଲ୍ମରେ ନଜର ଆସିଛନ୍ତି । ଆଉ ଏହି ସୁନ୍ଦର ଯୋଡିକୁ ଖୁବ୍ ଭଲପାଇବା ଦେଇଛନ୍ତି ଦର୍ଶକ । ପରଦାରେ ଉଭୟଙ୍କ ଝଗଡ଼ା ଓ ରୋମାନ୍ସକୁ ସମସ୍ତେ ପସନ୍ଦ କରିଛନ୍ତି । ଯାହା କି ସୋମନଙ୍କୁ ସବୁବେଳେ ଫ୍ୟାନ୍ସଙ୍କ ମୁହଁରେ ଚର୍ଚ୍ଚା କରାଇଥାଏ । ହେଲେ ଏବେ ଉଭୟଙ୍କ ଫିଲ୍ମ ନଆସିଥିଲେ ମଧ୍ୟ ଏହି ଯୋଡି ଚର୍ଚ୍ଚାର ପରିଧିକୁ ଆସିଛି ।
ଜେନେଲିଆ ଦେଶମୁଖ ତାଙ୍କ ସ୍ବାମୀ ରିତେଶ ଦେଶମୁଖ ଏବଂ ପ୍ରୀତି ଜିଣ୍ଟାଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଯାହାକି ପ୍ରାୟ ୫ରୁ ୬ ବର୍ଷର ପୁରୁଣା ଏବଂ ସେହି ଭିଡିଓକୁ ମିମ୍ସ ମଧ୍ୟ କରାଯାଇଛି । ଯାହାକୁ ନଇେ ନିଜେ ଜେନେଲିଆ ମୁହଁ ଖୋଲିଛନ୍ତି । ଆଉ ଭିଡିଓରେ ଜେନେଲିଆ ପ୍ରୀତିଜିଣ୍ଟାଙ୍କୁ ଇର୍ଷା କରୁଥିବା କୁହାଯାଉଛି ।
ରିତେଶ ଦେଶମୁଖ ଏବଂ ପ୍ରୀତି ଜିଣ୍ଟାଙ୍କ ଭାଇରାଲ ହେଉଥିବା ଭିଡିଓ କିଛି ବର୍ଷ ତଳର । ଯେଉଁଥିରେ, ରିତେଶ ଏବଂ ପ୍ରୀତି ଜିଣ୍ଟା ପରସ୍ପରର ହାତ ଧରି କଥା ହେଉଛନ୍ତି । ଆଉ ସେହି ଭିଡିଓରେ ଜେନେଲିଆ ପାଖରେ ଠିଆ ହୋଇ ସେମାନଙ୍କୁ ଦେଖୁଛନ୍ତି । ରିତେଶ ପ୍ରୀତିଙ୍କ ହାତକୁ ଚୁମ୍ବନ ମଧ୍ୟ ଦେଇଥିଲେ । କିନ୍ତୁ ଭିଡିଓରେ ଦେଖାଯାଉଥିବା ଜେନେଲିଆଙ୍କ ପ୍ରତିକ୍ରିୟାରୁ ଜଣାପଡୁଛି, ପ୍ରୀତି ଜିଣ୍ଟା ଏବଂ ରିତେଶଙ୍କ ଏପରି ହାତ ଧରିବା ଜେନିଲିଆ ପସନ୍ଦ କରି ନାହାଁନ୍ତି ।
ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି ଜେନିଲିଆ । ସେ ଲେଖିଛନ୍ତି, ଏହି ଭିଡିଓ ସୁଟ୍ କରିଥିବା କ୍ୟାମେରାମ୍ୟାନଙ୍କୁ ସାଲ୍ୟୁଟ୍ । ସେ ବହୁତ ଭଲ କାମ କରିଥିଲେ । ଏହା ଦେଖିବା ପରେ ମୁଁ ବହୁତ ହସିଥିଲି । ମୁଁ ସ୍ପଷ୍ଟ ଭାବରେ କହୁଛି, ମୁଁ ରିତେଶଙ୍କ ନମ୍ବର ୱାନ୍ । ମୁଁ ଅନ୍ୟ କୌଣସି ବିଷୟରେ ଚିନ୍ତା କରେନାହିଁ । ଏପରି ଭିଡିଓ ଆମ ପାଇଁ ସାମାନ୍ୟ । ଆମେ ୨୩ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛୁ ।
ଅନେକ ଫିଲ୍ମରେ ନଜର ଆସିଛନ୍ତି ରିତେଶ ଓ ଜେନେଲିଆ । ଦର୍ଶକଙ୍କୁ ନିଜର ଅଭିନୟ ଜାଦୁରେ ବାନ୍ଧି ରଖିଛନ୍ତି । ଆଉ ଏବେ ଏହି ପୁରୁଣା ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଏହି ଯୋଡ଼ି ।
Dhurandhar Teaser: ଜନ୍ମଦିନରେ ଆସିଲା ଟିଜର, ଚମକାଇଦେଲେ ଆର ମାଧବନ ଓ ଅକ୍ଷୟ ଖାନ୍ନା

Jatra Star Piyush Tripathi Issues: ପୀୟୂଷଙ୍କୁ ନେଇ ଜଲିଉଡରେ ପୁଣି ହଇଚଇ; ସିଂହବାହିନୀ ଆଖଡ଼ାକୁ ଯାଇ ନିଆଁରେ ଢାଳିଲେ ଘିଅ...

Bollywood Celebs: ଏହି ମୁସଲିମ ଅଭିନେତ୍ରୀଙ୍କୁ ହନୁମାନ ଚାଳିଶା ଶୁଣିଲେ ଶାନ୍ତି ମିଳେ, ବର୍ଷକୁ ୨ ଥର ରଖନ୍ତି ବ୍ରତ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)