Advertisment

Husband Murdered Wife: ପିଶାଚ ସାଜିଲା ସ୍ବାମୀ, ସ୍ତ୍ରୀକୁ ମାରି ଖଟରେ ଲୁଚାଇଲା

୭ ଜନ୍ମ ପାଇଁ ସୁରକ୍ଷା ଦେବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ପ୍ରତିଶ୍ରୁତି ଦେଇଥିବା ହାତ ଶେଷରେ ଜୀବନ ନେଇଛି। ସୁରକ୍ଷା ପାଇଁ ଧରିଥିବା ହାତ ଶେଷରେ ବଇରୀ ସାଜିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଖଟ ଭିତରେ ଶବକୁ ଲୁଚାଇ ଫେରାର ହୋଇ ଯାଇଛି ସ୍ବାମୀ। ଶବ ପଚି ଶଢି ଦୁର୍ଗନ୍ଧ ଆସିବା ପରେ ଖବର ପାଇ ପୋଲିସ ଆସି ଶବକୁ ଉଦ୍ଧାର କରିଛି।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
wife murdered

wife murdered

ନୂଆଦିଲ୍ଲୀରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ୭ ଜନ୍ମ ପାଇଁ ସୁରକ୍ଷା ଦେବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ପ୍ରତିଶ୍ରୁତି ଦେଇଥିବା ହାତ ଶେଷରେ ଜୀବନ ନେଇଛି। ସୁରକ୍ଷା ପାଇଁ ଧରିଥିବା ହାତ ଶେଷରେ ବଇରୀ ସାଜିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଖଟ ଭିତରେ ଶବକୁ ଲୁଚାଇ ଫେରାର ହୋଇ ଯାଇଛି ସ୍ବାମୀ। ଶବ ପଚି ଶଢି ଦୁର୍ଗନ୍ଧ ଆସିବା ପରେ ଖବର ପାଇ ପୋଲିସ ଆସି ଶବକୁ ଉଦ୍ଧାର କରିଛି।

Advertisment

ଅଧିକ ପଢ଼ନ୍ତୁ: ମଣପୁରମ୍ ଫାଇନାନ୍ସ କମ୍ପାନୀରେ ସଶସ୍ତ୍ର ଡକାୟତି, ୩୦ କେଜି ସୁନା ଧରି ଚମ୍ପଟ ମାରିଲେ ଲୁଟେରା

ଦିଲ୍ଲୀର ଏକ ଭଡାଘରୁ ପୋଲିସ ୨୪ ବର୍ଷୀୟା ପ୍ରୀତିଙ୍କ ଶବ ଉଦ୍ଧାର କରିଥିଲା। ପ୍ରୀତିଙ୍କ ସ୍ବାମୀ ତାଙ୍କୁ ହତ୍ୟା କରିବା ପରେ ଶବକୁ ବେଡରୁମରେ ଲୁଚାଇ ଫେରାର ହୋଇ ଯାଇଥିଲା। ମୃତକଙ୍କ ନାମ ଦୀପା ବୋଲି ପୋଲିସ ପ୍ରକାଶ କରିଛି । ଶୁକ୍ରବାର ପୋଲିସ ଖବର ପାଇ ପହଞ୍ଚିବା ବେଳକୁ ଶବ ପଚି ଶଢି ଯାଇଥିଲା। ମୃତକଙ୍କ ସ୍ବାମୀ ଧନରାଜ ଏହି ଘଟଣା ପରଠାରୁ ଫେରାର ଅଛନ୍ତି।

Advertisment

ଦିଲ୍ଲୀର ଡାବ୍ରି ଅଞ୍ଚଳରେ ଏହି ଘଟଣା ଘଟିଥିଲା। ୫ ବର୍ଷ ତଳେ ଧନରାଜଙ୍କୁ ବିବାହ କରିବା ପରେ ଦୀପା ଭଡାଘରେ ରହୁଥିଲେ। ଉଭୟଙ୍କର ୨ ବର୍ଷର ଏକ ଛୁଆ ମଧ୍ୟ ରହିଛି। ଶିଶୁଟି ବର୍ତ୍ତମାନ ଦୀପାଙ୍କ ମାମୁଁଙ୍କ ନିକଟରେ ରହିଛି। ଦୀପାଙ୍କ ପିତା ଅଶୋକ ଚୌହାନଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି। ଏହା ସହିତ ଧନରାଜଙ୍କୁ ଧରିବା ନିମନ୍ତେ ପୋଲିସ ଏକାଧିକ ଟିମ ମଧ୍ୟ ଗଠନ କରିଛି।

ଅଧିକ ପଢ଼ନ୍ତୁ: ଆମ ଝିଅ ନିଜେ ମରିନି, ତାକୁ କିଏ ମାରି ଦେଇଛି...

Murder Delhi Police
Advertisment
Advertisment