Advertisment

International Scammers Arrested: ଆପ୍‌ର ସାହାରା ନେଇ ସର୍ବସ୍ୱ ଲୁଟିନେଉଥିବା ସାଇବର ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ

ରାଉରକେଲା ପୋଲିସ ହାତରେ ଧରାପଡ଼ିଛି ଏକ ବଡ଼ ସାଇବର ଠକେଇ ଗ୍ୟାଙ୍ଗ । ଓଡ଼ିଶା-ଛତିଶଗଡରୁ ଗ୍ୟାଙ୍ଗ୍ ର ୯ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି ।

author-image
Deviprasad Jena
ଅଦ୍ୟତନ ହୋଇଛି
Cyber Fraud

Cyber Fraud

ଠକିବା ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି ଠକ । ପରିଶ୍ରମ କରି ଟଙ୍କା ଉପାର୍ଜନ କରିବା ବଦଳରେ ସହଜ ଉପାୟରେ ଏବଂ କମ୍ ସମୟରେ ଅଧିକ ଟଙ୍କା ରୋଜଗାର କରିବା ନିଶାରେ ଅପରାଧର ରାସ୍ତା ଆପଣାଉଛନ୍ତି ଯୁବ ପିଢ଼ି । ଆଉ ଦେଶ ଏବଂ ଦେଶ ବାହାରେ ନିଜର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରୁଛନ୍ତି ।

Advertisment

ଭାରତୀୟ ହୋଇ ବିଦେଶରେ ଯାଇ ଲୁଚି ରହୁଛନ୍ତି । ବିଦେଶରେ ରହି ଭାରତ ସମେତ ପାକିସ୍ତାନ, ବାଂଲାଦେଶ, ନେପାଳ ଭଳି ଅନେକ ଦେଶକୁ ଟାର୍ଗେଟ କରୁଛନ୍ତି । ଏମିତି ଏକ ବଡ଼ ଅପରାଧି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ରାଉରକେଲା ପୋଲିସ । ମାଷ୍ଟର ମାଇଣ୍ଡ କିଶନ ଅଗ୍ରୱାଲକୁ ପୋଲିସ ରାୟପୁରରୁ ଗିରଫ କରିଛି । ପୋଲିସ ବିଭିନ୍ନ ଆକାଉଣ୍ଟରେ ମୋଟ ୧ କୋଟି ୪୧ ଲକ୍ଷ ଟଙ୍କା ଫ୍ରିଜ କରିଥିବା ନେଇ ସୂଚନା ଦେଇଛି ।

ଆଜିକାଲି ସମସ୍ତେ ରାତାରାତି ଧନୀ ହେବାକୁ ଆରମ୍ଭ କରିଦେଇଛନ୍ତି ପ୍ରତିଯୋଗିତା । କ'ଣ କଲେ ଅଳ୍ପ ସମୟରେ କୋଟି କୋଟି ଟଙ୍କା ସଂଗ୍ରହ କରିହେବ ସେନେଇ ସମସ୍ତେ ଅନବରତ ଚିନ୍ତା କରୁଛନ୍ତି । ଆଉ ସେମାନଙ୍କୁ ମୋହରା ବନେଇ ମାଲାମାଲ୍ ହେଉଛନ୍ତି ଶିକ୍ଷିତ ଅପରାଧି । ନୂଆ ନୂଆ ତରିକାରେ ଏ ବିଶ୍ବସ୍ତରୀୟ ଫ୍ରଡ କରୁଛନ୍ତି ।

Advertisment

ଏମିତି କିଛି ଫ୍ରଡ କରୁଥିବା ଅପରାଧି ଗ୍ୟାଙ୍ଗକୁ ବାନ୍ଧିଛି ରାଉରକେଲା ପୋଲିସ । ଫେକ୍ ଆପ୍‌ର ସାହାରା ନେଇ ଲୋକଙ୍କୁ ପ୍ରଲୋଭନ ଦେଖାଯାଉଛି । ଟଙ୍କା କମ୍ ଦିନରେ ଦୁଇଗୁଣରୁ ତିନିଗୁଣ ହୋଇଯିବା ନେଇ ଲୋଭ ଦେଖାଇ ସର୍ବସ୍ବ ଲୁଟି ନେଉଥିଲେ ଏହି ଠକ ଗ୍ୟାଙ୍ଗ । ଲୋଭରେ ପଡ଼ି ଲୋକେ ଆପ୍‌ରେ ଟଙ୍କା ଲଗାଇ ନିଜର ସର୍ବସ୍ବ ହରାଉଛନ୍ତି ।

ଅଧିକ ପଢ଼ନ୍ତୁ: ହାର୍ଟ ଅପରେସନ୍ କରି ୭ ଜଣଙ୍କ ଜୀବନ ନେଲା ନକଲି ଡାକ୍ତର

ମାଷ୍ଟର ମାଇଣ୍ଡ କିସନ ଅଗ୍ରୱାଲ ୟୁଏଇର ନାଗରିକତା ହାସଲ କରିବା ସହ ସେଠାରେ ରହି ଏଭଳି ଅପରାଧ ଚଳାଇଥିଲା । ପୋଲିସ ରାୟପୁରରୁ ତାକୁ ଗିରଫ କରିଛି । ମାଷ୍ଟର ମାଇଣ୍ଡ କିସନ ସହ ଅନ୍ୟ ୯ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ସେମାନଙ୍କ ଠାରୁ ପୋଲିସ ୬୮ଟି ସିମକାର୍ଡ, ୨୦ ଟି ଆଇଡି କାର୍ଡ, ୩୧ ଟି ମୋବାଇଲ, ୧୯ ଟି ଏଟିଏମ କାର୍ଡ, ୪ ଟି ବ୍ୟାଙ୍କ ପାସବୁକ୍ ଓ ଚେକବୁକ୍ , ଗୋଟିଏ କାର ଓ ଗୋଟିଏ ସ୍କୁଟି ଜବତ କରିଛି ।

ଏହି ଗ୍ୟାଙ୍ଗ ଦେଶ ଓ ଦେଶ ବାହାରେ ବିଭିନ୍ନ ଅନଲାଇନ ଆପ୍ ଜରିଆରେ କୋଟି କୋଟି ଟଙ୍କା ଠକିବାରେ ମାହିର ଥିଲେ । ଗିରଫ ହୋଇଥିବା ଗ୍ୟାଙ୍ଗ ଉପରେ ଦେଶ ଭିତରେ ୨୭ ଗୋଟି ମାମଲା ଥିବା ପୋଲିସ ଜାଣିବାକୁ ପାଇଛି । ସମୁଦାୟ ୧୭୬ଟି ଆକାଉଣ୍ଟରେ ଏମାନେ ଟଙ୍କା ନେଣଦେଣ କରୁଥିବା କୁହାଯାଉଛି ।

ମୁଖ୍ୟ ମାଷ୍ଟର ମାଇଣ୍ଡର ଆଉ ଜଣେ ସହଯୋଗୀ ଏବେ ୟୁଏଇରେ ରହିଥିବା ପୋଲିସ କହିଛି । ରାଉରକେଲା ରଘୁନାଥପାଲି ପୋଲିସ ଥାନା ଅନ୍ତର୍ଗତ ସିଭିଲ ଟାଉନସିପ୍ ଅଞ୍ଚଳରେ ଦୁଇଟି ଅଫିସ କରି ଏମାନେ ଏପରି ଭାବେ ଲୁଟତରାଜ ଚଳାଇଥିଲେ । ତେବେ ଅନ୍ୟ ଅପରାଧିଙ୍କୁ ଧରିବାକୁ ପୋଲିସ ଟିମ୍ ଗଠନ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ଭିଡିଓ ଦେଖାଇ ବ୍ଲାକମେଲ, ବୟଫ୍ରେଣ୍ଡ ସହ ମିଶି କ୍ୟାବ ଡ୍ରାଇଭରକୁ ହତ୍ୟା

Rourkela Police Cyber Fraud Online Fraud Arrest Fake Apps
Advertisment
Advertisment