Advertisment

Job Scam In Bhubaneswar: ଚାକିରି ନାଁରେ ୬୦ ଲକ୍ଷ ଚଳୁ, ଠକ ଶୋଭନକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱରରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ୫ ଜଣଙ୍କଠାରୁ ପାଖାପାଖି ୬୦ ଲକ୍ଷ ଟଙ୍କା ଠକିନେଇଛି କନ୍ସଲଟାନ୍ସି ସଂସ୍ଥା । ସମ୍ପୃକ୍ତ ସଂସ୍ଥାର ମାଲିକକୁୁ ଗିରଫ କଲା ନୟାପଲ୍ଲୀ ପୋଲିସ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Job Scam

Job Scam

ରାଜ୍ୟରେ ବେକାରୀ ସଂଖ୍ୟା ବଢୁଥିବାବେଳେ ମାତିଛନ୍ତି ଦଲାଲ ।  ସରକାରୀ ଚାକିରି ନାଁରେ ଆଶାୟୀଙ୍କ ଠାରୁ ଚଳୁ କରୁଛନ୍ତି ପୁଳା ପୁଳା ଟଙ୍କା । ମଲ୍ଟି ନ୍ୟାସନାଲ କମ୍ପାନୀରେ ବି ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଚଳୁ କରିଛନ୍ତି ଜଣେ କରିତକର୍ମା । ଏହିପରି ଭାବେ ୫ ଜଣଙ୍କଠାରୁ ୬୦ ଲକ୍ଷ ଟଙ୍କା ଠକେଇ ହୋଇଛି । ଏମାନଙ୍କଠାରୁ ଟଙ୍କା ଠକିନେଇଥିବା ଶୋଭନ ରଞ୍ଜନ ବେହେରାକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ।

Advertisment

ଆଇଆରସି ଭିଲେଜରେ ସଂଯୋଗ କନ୍ସଲଟାନ୍ସି ନାମରେ ଏକ ଅଫିସ ଖୋଲି ଗତ କିଛି ବର୍ଷ ହେଲା ଚାକିରି ନାଁରେ ଆଶାୟୀଙ୍କୁ ଠକି ଆସୁଥିଲେ ଶୋଭନ। କମ୍ପିଟେଟିଭ ପରୀକ୍ଷା ଦେଉଥିବା ବୌଦ୍ଧ ଜିଲ୍ଲାର ଦେବବ୍ରତ କର୍ଣ୍ଣଙ୍କୁ ଷ୍ଟେଟ ବ୍ୟାଙ୍କରେ ଚାକିରି ଦେବାକୁ କହି ୬ ଲକ୍ଷ ଟଙ୍କା ନେଇଯାଇଥିଲେ। ଦେବବ୍ରତଙ୍କ ଭଳି ୫ ଜଣଙ୍କଠାରୁ ପାଖାପାଖି ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମସିଏ ପାଠ ପଢିଥିବା ଶୋଭନ କୋଲକାତା, ଦିଲ୍ଲୀ ଓ ହାଇଦ୍ରାବାଦରେ ମଧ୍ୟ ଅଫିସ ଖୋଲିଥିଲା। 

ସୂଚନା ଅନୁସାରେ, ଗତ ମାସ ୨୧ ତାରିଖରେ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ହୋଟେଲରେ ମଧ୍ୟ ସମାନ ଢଙ୍ଗରେ ଡିଲ୍ ହୋଇଥିଲା । ଇସ୍ରାଏଲରେ ଚାକିରି ଦେବାକୁ କହି ଜଣଙ୍କ ପିଛା ୨ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରୁଥିବାବେଳେ ମାଡିବସିଥିଲା ଖାରବେଳନଗର ଥାନା ପୋଲିସ। ସେମାନଙ୍କଠାରୁ ପୁଳାପୁଳା ରିଜ୍ୟୁମ, ଭିସା, ପାସପୋର୍ଟ ଓ ମୋବାଇଲ ଜବତ ହୋଇଥିଲା । ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏହିଭଳି କେହି ଠକେଇର ଶିକାର ହେଉଥିଲେ ତୁରନ୍ତ ନିକଟସ୍ଥ ଥାନାର ଦ୍ୱାରସ୍ଥ ହେବାକୁ ଅପିଲ୍ କରିଛନ୍ତି ଭୁବନେଶ୍ୱର ଡିସିପି। 

Advertisment

ଅଧିକ ପଢନ୍ତୁ: ଅଗ୍ନିବୀର ନିଯୁକ୍ତିରେ ଠକେଇ ଅଭିଯୋଗ, ୫ ନୌସେନା କର୍ମଚାରୀ ଗିରଫ

Fraudsters Job Fraud In Odisha Job Scam Odisha
Advertisment
Advertisment