Advertisment

Suspicious Death of JE in Car: JEଙ୍କ ସନ୍ଦେହଜନକ ମୃତ୍ୟୁ; କାରରୁ ମିଳିଲା ମୃତଦେହ

ବରଗଡ଼ ହଳଦିପାଲି ଛକ ଜାତୀୟ ରାଜପଥ ରାସ୍ତାକଡ଼ରେ ଏକ କାର୍‌ ଠିଆ ହୋଇଥିଲା। ଦୀର୍ଘ ସମୟ ଧରି କାର୍‌ଟି ରାସ୍ତା ଉପରେ ଠିଆ ହେବା ଯୋଗୁ ଲୋକଙ୍କ ସନ୍ଦେହ ବଢ଼ିଥିଲା। ପରେ କାର୍‌ ଭିତରେ ଜଣେ ବ୍ୟକ୍ତିଥିବା ଦେଖିଥିଲେ

author-image
Tapaswini Nayak
deadbody

deadbody

JEଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। କାରରୁ ମିଳିଛି JEଙ୍କ ମୃତଦେହ। ଏପରି ଘଟଣା ଘଟିଛି ବରଗଡ଼ ଜିଲ୍ଲାରେ । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବରପାଲି ବ୍ଲକ ଜେଇ ଚନ୍ଦ୍ର ଶେଖର ଝାଡିଆ।

Advertisment

ଅଧିକ ପଢ଼ନ୍ତୁ: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...

ବରଗଡ଼ ହଳଦିପାଲି ଛକ ଜାତୀୟ ରାଜପଥ ରାସ୍ତାକଡ଼ରେ ଏକ କାର୍‌ ଠିଆ ହୋଇଥିଲା। ଦୀର୍ଘ ସମୟ ଧରି କାର୍‌ଟି ରାସ୍ତା ଉପରେ ଠିଆ ହେବା ଯୋଗୁ ଲୋକଙ୍କ ସନ୍ଦେହ ବଢ଼ିଥିଲା। ପରେ କାର୍‌ ଭିତରେ ଜଣେ ବ୍ୟକ୍ତିଥିବା ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ କାର୍ କାଚ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା। ମୃତଦେହ ଟି ବରପାଲି ବ୍ଲକ ଜେଇ ଚନ୍ଦ୍ର ଶେଖର ଝାଡିଆ ବୋଲି ଜଣାପଡ଼ିଥିଲା।

ତେବେ ଜେଇଙ୍କ ମୃତ୍ୟୁ କିପରି ଘଟିଲା, ଏହା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ିନାହିଁ। ଜେଇଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣ ରହିଛି ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି।

Advertisment

ଅଧିକ ପଢ଼ନ୍ତୁ: ପୂରା ଫିଲ୍ମ ଷ୍ଟାଇଲ; ଲଙ୍କା ଗୁଣ୍ଡ ପକାଇଲେ, ହାଣିଦେଲେ

Deadbody Baragarh
Advertisment
Advertisment