/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747402920.jpg)
ବିବାଦରେ ଲବ ହାଂସଦା
ବିବାଦରେ ବହୁ ଚର୍ଚ୍ଚିତ ଟ୍ରାଭେଲ୍ ବ୍ଲଗର ଲବ ହାଁସଦା । ବେଙ୍ଗାଳୁରୁରେ ଲବଙ୍କ ବିରୋଧରେ ରୁଜୁ ହେଲା ଅପରାଧିକ ମାମଲା । ବେଙ୍ଗାଲୁରୁର HSR LAYOUT ଥାନାରେ ଲବଙ୍କ ବିରୋଧରେ ଅଭିଯୋଗ ହୋଇଛି । ଲବ ହାଁସଦାଙ୍କ ପ୍ରେମିକା ୨ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ଏଥିପାଇଁ ଲବ ହାଁସଦାକୁ ଦାୟୀ କରିଛନ୍ତି ମୃତକଙ୍କ ଭାଇ । ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର । ତାଙ୍କ ଘର ବିହାରରେ ଥିବାବେଳେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା ।
ଅଧିକ ପଢ଼ନ୍ତୁ: ବିଜେଡି ନେତା ରାଜା ଚକ୍ରର ଫାର୍ମ ହାଉସ ବାଜ୍ୟାପ୍ତି ହେବ, ୩ ଏକର ଲିଜରେ ନେଇ ୭ ଏକର ମାଡ଼ି ବସିଥିଲା
ତେବେ ଲବ ହାଁସଦାଙ୍କ ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇଥିଲା ତାଙ୍କ ପ୍ରେମିକା । ଏନେଇ ଲବକୁ ପଚାରିବାରୁ ବାରମ୍ବାର ନିର୍ଯାତନା ଦେଇଆସୁଥିବା ଅଭିଯୋଗ ହୋଇଛି । ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ତାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ମୃତ ଯୁବତୀ ପ୍ରେମିକ ଲବ ହାଂସଦାଙ୍କୁ ଯୋଗାଯୋଗ କରିଥିଲେ ବୋଲି ସୂଚନା ମିଳିଛି । ତେବେ ଏନେଇ ବ୍ଲଗର ଲବ ହାଁସଦାଙ୍କୁ ଆମେ ଯୋଗାଯାଗ କରିବାକୁ ଚେଷ୍ଟା କରିଥିଲୁ । ହେଲେ ଯୋଗାଯୋଗ ସମ୍ଭବ ନ ହେବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)