Advertisment

BJD Leader Raja Chakra Farmhouse Scandal: ବିଜେଡି ନେତା ରାଜା ଚକ୍ରର ଫାର୍ମ ହାଉସ ବାଜ୍ୟାପ୍ତି ହେବ, ୩ ଏକର ଲିଜରେ ନେଇ ୭ ଏକର ମାଡ଼ି ବସିଥିଲା

ମାତ୍ର ୩.୫ ଏକର ଜମି ନିଜ ନାଁରେ ଥିବାବେଳେ ବାକି ୭.୬ ଏକର ସରକାରୀ ଜମି ମାଡ଼ିବସିଥିଲା ରାଜାଚକ୍ର । ସରକାରୀ ଜମିରେ ହୋଇଥିଲା ଚିଲଡ୍ରେନ ପାର୍କ, ଅଲିସାନ ବଙ୍ଗଳା , ସୁଉଚ୍ଚ ତୋରଣ ସାଙ୍ଗକୁ ଆମ୍ବ ବଗିଚା, ପୋଖରୀ, ବିଳାସପୂର୍ଣ୍ଣ କଟେଜ୍ ଓ ପାର୍ଟି ହାଉସ୍ । ପୋଖରୀରେ ଖେଳୁଥିଲେ ରଙ୍ଗୀନ ମାଛ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Raja Chakra

Raja Chakra

ବାଜ୍ୟାପ୍ତି ହେବ ବିଜେଡି ନେତା ରାଜା ଚକ୍ରର ଅଲିସାନ ଫାର୍ମ ହାଉସ୍ । ଫାର୍ମ ହାଉସ୍ ସିଲ ପରେ ଆରମ୍ଭ ହୋଇଛି ବାଜ୍ୟାପ୍ତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି EOW ଏସପି ଦିଲ୍ଲୀପ ତ୍ରିପାଠୀ । ୧୧ ଏକର ଜମିରେ ରହିଛି ରାଜା ଚକ୍ରର ବିଶାଳ ଫାର୍ମହାଉସ୍ । ଫାର୍ମ ହାଉସକୁ ଯାଇ ସ୍ଥାନୀୟ ପ୍ରଶାସନ ସହାୟତାରେ ମାପଚୁପ କରିଛି EOW । ମାପଚୁପ ପରେ ଖୋଲିଛି ରାଜା ଚକ୍ରର ଜବରଦଖଲ ଗୁମର । ମାତ୍ର ୩.୫ ଏକର ଜମି ନିଜ ନାଁରେ ଥିବାବେଳେ ବାକି ୭.୬ ଏକର ସରକାରୀ ଜମି ମାଡ଼ିବସିଥିଲା ରାଜାଚକ୍ର । ସରକାରୀ ଜମିରେ ହୋଇଥିଲା ଚିଲଡ୍ରେନ ପାର୍କ, ଅଲିସାନ ବଙ୍ଗଳା , ସୁଉଚ୍ଚ ତୋରଣ ସାଙ୍ଗକୁ ଆମ୍ବ ବଗିଚା, ପୋଖରୀ, ବିଳାସପୂର୍ଣ୍ଣ କଟେଜ୍ ଓ ପାର୍ଟି ହାଉସ୍ ।

Advertisment

ପୋଖରୀରେ ଖେଳୁଥିଲେ ରଙ୍ଗୀନ ମାଛ । ଫାର୍ମ ବୁଲିବା ପାଇଁ ରହିଥିଲା ସ୍ପେଶାଲ୍ ଅଲ୍ ଟେରେନ୍ ବାଇକ୍ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅର୍ଥ ହେରଫେର୍ ମାମଲାରେ ଗିରଫ ହୋଇଛନ୍ତି ରାଜାଚକ୍ର । ମାମଲାରେ ଅନ୍ତରୀଣ ଚାର୍ଜସିଟ୍ ଦାଖଲ ହୋଇସାରିଥିବାବେଳେ ସ୍କାନରରେ ରହିଛନ୍ତି ଏକାଧିକ ପ୍ରଭାବଶାଳୀ ଲୋକ । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି EOW ଏସପି ।

ଆଜି ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ବି ଖାରଜ ହୋଇଛି। ରାଜାଙ୍କ ୩ ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଯାଇଛି । ଗନ୍ଧମାର୍ଦ୍ଦନ ଲୋଡିଂ ମାମଲାରେ ଏମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟି ଆର୍ଥିକ ଅନିୟମିତା ମାମଲାରେ ଜେଲରେ ଥିବା ବିଜେଡି ନେତା ରାଜା ଚକ୍ରର ସମ୍ପତ୍ତି ଆଟାଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜା ଚକ୍ରର କ୍ରସର ଓ ଷ୍ଟକୟାର୍ଡ ଉପରେ STF ଓ EOWର ଚଢ଼ାଉ ହୋଇଥିଲା। 

Advertisment

ଅଧିକ ପଢ଼ନ୍ତୁ: ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ସ୍କାମ, ରାଜା ଚକ୍ର ସମ୍ପତ୍ତି ଆଟାଚ୍‌ ପାଇଁ ପ୍ରକ୍ରିୟା

Crime Branch BJD Leaders Raja Chakra
Advertisment
Advertisment