• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟ ରାଜନୀତିରେ ଗୋବିନ୍ଦ ଭୂକମ୍ପ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସନ୍ଦେହଜକ ମୃତ୍ୟୁ ପରେ ଅକଳରେ ବିଜେଡି । ମମିତା ମାମଲାରେ ବିବାଦୀୟ ହୋଇ ପଡ଼ିଥିବା ପୂର୍ବତନ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଖାସ୍ ଥିବା ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ସରକାରୀ ଦଳକୁ ସିଧା ନିଶାନା କରିଛନ୍ତି ବିରୋଧୀ ।

ବରିଷ୍ଠ ନେତା ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କହିଛନ୍ତି, ମମିତା ହତ୍ୟା ମାମଲାରେ ବଡ଼ ବଡ଼ିଆଙ୍କ ମୁଖା ଖୋଲିବାର ଭୟ ଥିଲା । ଏ ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ସହ ବହୁ ଲୋକଙ୍କ ନାଁ ଆସିଥିଲା । ତେଣୁ ସେ ଭୟରେ ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ କେନ୍ଦ୍ରୀୟ ଏଜେନ୍ସି କରୁ ।

ଅଧିକ ପଢ଼ନ୍ତୁ: 'ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ?'

ସେହିଭଳି କଂଗ୍ରେସ ବି ସମାନ ଅଭିଯୋଗ ଆଣି ଗୋବିନ୍ଦ ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର ଲୁଚିଥିବା କହିଛି । ଦଳର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି, ଗୋବିନ୍ଦଙ୍କୁ ପୂର୍ବତନ ମନ୍ତ୍ରୀ ମୁକୁଳାଇବା ପାଇଁ କଥା ଦେଇଥିଲେ। ହେଲେ ଶେଷରେ ହାତ ଛାଡ଼ିଦେବାରୁ ଚାପରେ ଥିଲେ ଗୋବିନ୍ଦ । ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା ବୋଲି ସନ୍ଦେହ ହେଉଥିବାରୁ ସତ ପଦାକୁ ଆଣିବାକୁ ସିବିଆଇ ତଦନ୍ତ ହେବା ଦରକାର । ଏନେଇ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେଡି କହିଛି, ମାମଲା କୋର୍ଟରେ ଥିବାରୁ କୋର୍ଟ ତାର ବିଚାର କରିବେ ।

ଏପଟେ ଗୋବିନ୍ଦର ମୃତ୍ୟୁ ପରେ ହାଇପ୍ରୋଫାଇଲ ମିନିଷ୍ଟର-ଏଡ୍-କ୍ରାଇମ୍ ଲିଙ୍କ୍‌ରେ ସହଯୋଗୀଙ୍କ ସନ୍ଦେହଜନକ ମୃତ୍ୟର ଆଉ ଏକ ଏପିସୋଡ୍ ସାମ୍ନାକୁ ଆସିଛି । ଏହା ପୂର୍ବରୁ ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିବାଦୀୟ ହୋଇ ପଡିଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା । ମାମଲାରେ ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ୨୦୨୧ ଫେବୃୟାରୀ ୭ରେ କଟକ ଟାଙ୍ଗୀରୁ ମିଳିଥିଲା । ପ୍ରତାପଙ୍କ ଅତି ବିଶ୍ୱସ୍ତ ଥିବା ପ୍ରଫୁଲଙ୍କର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କୁହାଯାଇଥିଲେ ବି ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ ବିରୋଧୀ ।

ପରେ ଗତ ସେପ୍ଟେମ୍ବର ୨୪ ତାରିଖରେ ମନ୍ତ୍ରୀ ସମୀର ଦାଶଙ୍କ ସହଯୋଗୀ ତଥା ପୁରୀ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ତାଙ୍କ ଭୁବନେଶ୍ୱର ଘରୁ ମିଳିଥିଲା । ଧର୍ମେନ୍ଦ୍ରଙ୍କ ନିକଟରେ ମନ୍ତ୍ରୀଙ୍କ ବିରୋଧରେ କିଛି ସିକ୍ରେଟ୍ ଥିବା ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ଦିଦ୍ୟଶଙ୍କରଙ୍କ ଘନିଷ୍ଠ ଥିବା ଗୋବିନ୍ଦଙ୍କ ମୃତ୍ୟୁ ପରେ ଏସବୁ ଘଟଣା କେବଳ ସଂଯୋଗ ନା ୟା ପଛରେ ଷଡ଼ଯନ୍ତ୍ର ରହିଛି, ତାକୁ ନେଇ ଉଠିଛି ପ୍ରଶ୍ନ ।