Advertisment

ବିବାହିତାଙ୍କ ରହସ୍ୟଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ପୋଲିସ ସଂଗୀତାଙ୍କ ମୋବାଇଲକୁ ଜବତ କରିବା ସହ ଏନେଇ ଖୋଳତାଡ଼ ଜାରି ରଖିଛି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Nurse dies a year after marriage

ଆଲୋକର ପର୍ବ ଦୀପାବଳି ର ଖୁସି ଭିତରେ ରାଜଧାନୀ ରେ ଜଣେ ବୋହୂର ରହସ୍ୟଜନକ ମୃତ୍ୟୁ, ଚହଳ ପକାଇଦେଇଛି ସାରା ସହରରେ। କିଏ କହୁଛନ୍ତି ଝିଅକୁ ହତ୍ୟା କରାଯାଇଛି ତ କିଏ କହୁଛନ୍ତି ବୋହୂ ଆତ୍ମହତ୍ୟା କରିଛି। ତେବେ ମୃତ୍ୟୁ ପଛରେ କାରଣ ଯାହା ବି ଥାଉନା କାହିଁକି, ପୋଲିସ ତଦନ୍ତ ପରେ ତାହା ସ୍ପଷ୍ଟ ହେବ। କିନ୍ତୁ ବିବାହର ପ୍ରାୟ ଦେଢ଼ ବର୍ଷ ପରେ ବୋହୂଟିଏ ଝୁଲନ୍ତା ଅବସ୍ଥାରେ ସ୍ବାମୀଙ୍କ ଘରେ ପ୍ରାଣ ହରାଇବା ଏବଂ ଶ୍ୱଶୁର ଓ ସ୍ବାମୀ ନିଖୋଜ ହୋଇଯିବା, ସମସ୍ତଙ୍କୁ ଯେତିକି ଚକିତ କରୁଛି, ସେିକି ରହସ୍ୟ ବଢ଼ାଉଛି।

Advertisment

ଅଧିକ ପଢ଼ନ୍ତୁ: ପୁଣି ଜଣେ ନବବଧୁଙ୍କୁ ହତ୍ୟା ଅଭିଯୋଗ

ଦିନେ ଏମିତି ରୂପସୀ ସାଜି ହାତକୁ ଦି ହାତ ହୋଇଥିଲେ। ଆପଣାର ଘର ଅଗଣା ଛାଡ଼ି ପର ଅଗଣାକୁ ଆପଣାର କରିନେଇଥିଲେ। ଆଜି କିନ୍ତୁ ସେହି ଦୂହିତା ଆପଣାର ଲୋକଙ୍କ ଆଖିରେ ଲୁହ ଦେଇ ଚାଲିଯାଇଛନ୍ତି ଅଫେରା ରାଇଜକୁ। ଯାହାଙ୍କ ନାଁ ସୁଶ୍ରୀ ସଂଗୀତା ବସ୍ତିଆ ା ଘର କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ବାଆରାଣୀ ଗାଁ। ବୟସ ମାତ୍ର ୨୮। ଭୁବନେଶ୍ୱର କଳିଙ୍ଗବିହାର-୯ ସ୍ଥିତ ସ୍ବାମୀଙ୍କ ଭଡ଼ାଘରେ ଝୁଲନ୍ତା ଅବସ୍ଥାରେ ମିଳିଛି ସଂଗୀତାଙ୍କ ମୃତଦେହ। ସାରା ସହର ଯେତେବେଳେ ଦିଓ୍ବାଲିର ମଉଜରେ ମସଗୁଲ୍ ଥିଲା, ସେତେବେଳେ ସଂଗୀତାଙ୍କ ଲିଭିଯାଇଥିଲା ଜୀବନ ଦୀପ। ଗତକାଲି ରାତି ପ୍ରାୟ ୧୦ଟାରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ମୃତଦେହକୁ। ସଂଗୀତାଙ୍କ ମାଆଙ୍କ ଅଭିଯୋଗ, ଝିଅକୁ ହତ୍ୟା କରାଯାଇଛି। କାରଣ ପୂର୍ବରୁ ତା ଶାଶୁ ଶ୍ୱଶୁର ଚାକିରୀ କରି ଝିଅକୁ ଟଙ୍କା ଆଣିବାକୁ ଚାପ ପକାଉଥିଲେ।

୨୦୨୧, ଜାନୁୟାରୀ ୨୦। କଟକ ଗୋବିନ୍ଦପୁର ଥାନା ନୂଆଗାଁର ପ୍ରବୀଣ ଚନ୍ଦ୍ର ନାୟକଙ୍କୁ ବିବାହ କରିଥିଲେ ସଂଗୀତା। ଅଭିଯୋଗ ହେଉଛି, ବିବାହ ପୂର୍ବରୁ ପ୍ରବୀଣ କୁଆଡ଼େ ନିଜକୁ ଇଞ୍ଜିନିୟର୍ ଦର୍ଶାଇଥିଲେ। କିନ୍ତୁ ବିବାହ ପରେ ସଂଗୀତା ଜାଣିଲେ କଳିଙ୍ଗବିହାରରେ ଭଡ଼ାଘରେ ରହୁଥିବା ସ୍ବାମୀ ପାତ୍ରପଡ଼ା ପାଖରେ ଓ୍ବାଟରବୋଟଲ ପ୍ଲାଣ୍ଟ କରି ବ୍ୟବସାୟ କରୁଛନ୍ତି। ତଥାପି ସୁଖଦୁଃଖରେ ଚାଲିଥିଲା ସଂସାର। ସଂଗୀତା ବି ଏକ ଘରୋଇ ନର୍ସିଂହୋମରେ ଚାକିରି କରୁଥିଲେ। ତେବେ ଗତକାଲି ରାତି ପ୍ରାୟ ୧୧ଟାରେ ସଂଗୀତାଙ୍କ ଭାଇ ବିଶ୍ୱଜିତଙ୍କ ପାଖକୁ ଫୋନ୍ କରିଥିଲେ ଶାଶୂ ସାବ୍ରିତୀ ନାୟକ।

Advertisment

ବାସ୍ ଏତିକି କଥା ଶୁଣି, ସଂଗୀତାଙ୍କ ଭାଇ, ବାପା ମାଙ୍କୁ ଧରି ପହଞ୍ଚିଥିଲେ ଭୁବନେଶ୍ୱର ଏମ୍ସରେ। ଅଥଚ ସେଠାରେ ନା ସ୍ବାମୀ ଥିଲେ ନା ଶ୍ୱଶୁର। ତେଣୁ ସଂଗୀତାଙ୍କ ଭାଇଙ୍କ ଅଭିଯୋଗ, ଭଉଣୀକୁ ହତ୍ୟା କରି ପ୍ରମାଣ ନଷ୍ଟ କରାଯାଇଛି। କିନ୍ତୁ ସଂଗୀତାଙ୍କ ଶାଶୁ ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି, ବୋହୂ ନିଜେ ଆତ୍ମହତ୍ୟା କରିଛି। 

ସଂଗୀତାଙ୍କ ବାପଘର ପକ୍ଷରୁ ଏନେଇ ତମାଣ୍ଡୋ ଥାନାରେ ଏତଲା ଦିଆଯାଇଛି। ପୋଲିସ ସଂଗୀତାଙ୍କ ମୋବାଇଲକୁ ଜବତ କରିବା ସହ ଏନେଇ ଖୋଳତାଡ଼ ଜାରି ରଖିଛି। ସେପଟେ ଶବ ବ୍ୟବଚ୍ଛେଦ ପରେ ପୁରୀ ସ୍ବର୍ଗଦ୍ୱାରରେ ପରିବାର ଲୋକେ ଝିଅର ଅନ୍ତିମ ସତ୍କାର କରିଥିଲେ ବି ସ୍ବାମୀ ଓ ଶ୍ୱଶୁର ଘଟଣାସ୍ଥଳକୁ ଯାଇନଥିବାରୁ ମୃତ୍ୟୁ ପଛର କାରଣ ଏବେ ରହସ୍ୟଘେରରେ। 

(ଭୁବନେଶ୍ୱରରୁ ଅତୁଲ୍ୟ ବାଉତଙ୍କ ରିପୋର୍ଟ) 

Marriage
Advertisment
Advertisment