• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀରେ ପୁଣି ଥରେ ନବବଧୁଙ୍କୁ ହତ୍ୟା ଅଭିଯୋଗ ।   ମାତ୍ର ବର୍ଷକରେ ଛାରଖାର ହୋଇଗଲା ସଂସାର ।   ଭୁବନେଶ୍ୱର ତମାଣ୍ଡୋ ଥାନାରେ ଏ ନେଇ ଅଭିଯୋଗ ହୋଇଛି । ଗତକାଲି ଦୀପାବଳି ଅବସରରେ ସଙ୍ଗୀତା ଚେତାଶୂନ୍ୟ ହୋଇଥିବା କହି ଶ୍ୱଶୂର ଘର ଲୋକେ ବାପଘରକୁ ଫୋନ୍ ଯୋଗେ ଜଣାଇଥିଲେ । ତେବେ ଘର ଲୋକେ ପହଂଚିଲା ବେଳକୁ ଝିଅର ମୃତଦେହ ଏମ୍ସ ହସ୍ଟିଟାଲକୁ ନେଇ ଯାଇଥିବାରୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ସଙ୍ଗୀତାଙ୍କ ବାପଘର ଲୋକେ ।

ଭୁବନେଶ୍ୱର ତମାଣ୍ଡୋର ସୁଶ୍ରୀ ସଙ୍ଗୀତା ବସ୍ତିଆ । ୨୦୨୧ ଜାନୁଆରୀ ୨୦ରେ ନିଆଳି ବାଆରାଣା ଗୋବିନ୍ଦପୁରର ପ୍ରବୀଣ ଚନ୍ଦ୍ର ନାୟକଙ୍କ ସହ ବାହାଘର ହୋଇଥିଲା । ବାହାଘର ବେଳେ ପ୍ରବୀଣ ମାଇନ୍ସରେ କାମ କରୁଥିଲେ ବୋଲି ପୁଅଘର ଲୋକ କହି ବାହାଘର କଲେ । ହେଲେ ସେ ପାଣି ଫ୍ୟାକ୍ଟ୍ରିରେ କାମ କରୁଥିବା ପରେ ଜଣା ପଡ଼ିଥିଲା । ଅନ୍ୟପଟେ ସୁଶ୍ରୀ ସଙ୍ଗୀତା ଭୁବନେଶ୍ୱରର ଏକ ଘରୋଇ ନର୍ସିଂ ହୋମରେ ନର୍ସ ଭାବେ କାମ କରୁଥିଲେ । ସ୍ୱାମୀ-ସ୍ତ୍ରୀ ଭୁବନେଶ୍ୱର କଳିଙ୍ଗନଗରରେ ଭଡାରେ ବି ରହୁଥିଲେ । ସବୁ କିଛି ଠିକ୍‌ଠାକ୍‌ ଥିଲା ।

ହେଲେ ୨୪ ଅକ୍ଟୋବର, ରାତି ପ୍ରାୟ ୧୧ଟାରେ ସୁଶ୍ରୀଙ୍କ ଘରକୁ ଫୋନ୍‌ ଆସିଲା। ଆଉ ପ୍ରବୀଣଙ୍କ ଘର ଲୋକ କହିଲେ ଆପଣଙ୍କ ଭଉଣୀର ଦେହ ଭଲ ନାହିଁ । ଏମିତିକି ସେ ଘର କବାଟ ବନ୍ଦ କରିଦେଇଛି ଏବେ ସେନ୍ସ ନାହିଁ । ତୁମେ ମାନେ ଆସ । ହେଲେ  ଆସିଲା ବେଳକୁ ସବୁ ଶେଷ ହୋଇସାରିଥିଲା ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବୋହୂ ପ୍ରାଣ ହରାଇବା ପରେ ବି ଶାଶୂ କିମ୍ବା ଶ୍ୱଶୁର କେହି ମେଡିକାଲ ଆସିନଥିଲେ ଏବଂ ବହୁ ପରେ କେବଳ ଶାଶୂ ଆସିଥିଲେ ବୋଲି ସୁଶ୍ରୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ବୋହୂକୁ ଚାକିରି କରାଇବା ପରେ ବି ବାରମ୍ବାର ଟଙ୍କା ଦେବା ପାଇଁ ଚାପ ପ୍ରୟୋଗ କରୁଥିଲେ ଏବଂ ଟଙ୍କା ପାଇଁ ଏସବୁ କାଣ୍ଡ ହୋଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକ।

ସେପଟେ ଶାଶୂ କାନ୍ଦି କାନ୍ଦି କହୁଛନ୍ତି ସ୍ୱାମୀ-ସ୍ତ୍ରୀ ଥଟ୍ଟାମଜା ହେଉଥିଲେ। ହଠାତ୍‌ ସେ ଘରକୁ ଗଲା ଆଉ ଏମିତି କଲା। ଆମେ ଯଦି କିଛି କରିଥାଆନ୍ତୁ ତେବେ ସାଙ୍ଗେ ସାଙ୍ଗେ କେବେ ଝିଅ ଘରକୁ ଫୋନ୍‌ କରିନଥାନ୍ତୁ। ତେବେ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।