/odishatv-khabar/media/post_attachments/uploadimage/library/16_9/16_9_0/s_1676266611.jpg)
Minister Naba Das murder accused Gopal Das sent to jail
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସକୁ କୋର୍ଟରେ ହାଜର ପରେ ଜେଲ୍ ପଠାଯାଇଛି। ଝାରସୁଗୁଡା ଉପକାରାଗାରକୁ ଗୋପାଳକୁ ପଠା ଯାଇଛି। ଆଜି ଗୋପାଳକୁ JMFC କୋର୍ଟରେ ହାଜର ପରେ ଜେଲ୍ ପଠା ଯାଇଛି।
ସୂଚନାଥାଉ କି, ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଆଜି ରିମାଣ୍ଡ ସରିବା ପରେ JMFC କୋର୍ଟରେ କ୍ରାଇମବ୍ରାଞ୍ଚ ହାଜର କରିଥିଲା। ଗୋପାଳର ୩ ପର୍ଯ୍ୟାୟ ରିମାଣ୍ଡ ଶେଷ ପରେ କୋର୍ଟରେ ହାଜର କରାଯାଇଥିଲା। ଝାରସୁଗୁଡା ଦ୍ୱିତୀୟ ବାଟାଲିୟନରୁ କଡ଼ା ସୁରକ୍ଷାରେ ତାକୁ ଅଣାଯାଇଥିଲା। ଏହା ପୂର୍ବରୁ କଡ଼ା ସୁରକ୍ଷା ମଧ୍ୟରେ ଗୋପାଳକୁ ଗାନ୍ଧୀନଗରରୁ ଆଣି ଝାରସୁଗୁଡାରେ ପହଞ୍ଚିଥିଲା ଟିମ୍।
ଅଧିକ ପଢ଼ନ୍ତୁ: ରାଗରୁ ନା ରୋଗରୁ ? କେଉଁ କାରଣରୁ ନବଙ୍କୁ ଗୁଳି କଲା ଗୋପାଳ ? ଏଯାଏଁ ରହିଛି ସସ୍ପେନ୍ସ...
ଗାନ୍ଧୀନଗରରୁ ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ସଡ଼କ ପଥରେ ଝାରସୁଗୁଡ଼ା ଅଣାଯାଇଥିଲା। ତାଳପଟିଆ ସ୍ଥିତ ଏୟାରପୋର୍ଟ ଥାନାରେ ଗୋପାଳକୁ ରଖାଯାଇଥିଲା। ପରେ ପରେ ତାକୁ ଦ୍ୱିତୀୟ ବାଟାଲିୟନକୁ ନେଇ ପଚରାଉଚରା କରାଯାଇଥିବା ସୂଚନା ମିଳିଥିଲା। ଗୁଜରାଟର ଗାନ୍ଧୀନଗରରେ ଗୋପାଳର ପ୍ରଥମେ ପଲିଗ୍ରାଫ୍ ଓ ପରେ ନାର୍କୋ ଟେଷ୍ଟ ହୋଇଥିଲା।
ତେବେ ନାର୍କୋଟେଷ୍ଟରୁ କି ନିର୍ଯାସ ବାହାରିଛି ? ପଲିଗ୍ରାଫ୍ ଟେଷ୍ଟରେ ସତ କହିଛି ତ ଗୋପାଳ ? ଏସବୁ ତଥ୍ୟକୁ ଗୋପନ ରଖିଛି ତଦନ୍ତକାରୀ ସଂସ୍ଥା। ଝାରସୁଗୁଡ଼ାରେ ହୋଇଥିବା LVA ଏବଂ ସାଇକୋଲଜିକାଲ ଟେଷ୍ଟ ରିପୋର୍ଟରେ ଗୋପାଳର ଆଚରଣ ଓ ମାନସିକ ସ୍ଥିତି ସମ୍ପର୍କରେ କ’ଣ ଦର୍ଶାଯାଇଛି, ସେହି ତଥ୍ୟକୁ ବି ଗୁପ୍ତ ରଖାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)