• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆସିଲା ବଡ଼ ଟୁଇଷ୍ଟ । ବହିଷ୍କୃତ ASI ଗୋପାଳ ଦାସର ବଡ଼ଭାଇଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ । ଗୋପାଳର ଜଳେଶ୍ୱରପୁର ଘରୁ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି । ହତ୍ୟାକାଣ୍ଡ ପୂର୍ବରୁ ବ୍ରଜରାଜନଗରରେ ଥିବା ତାଙ୍କର ବ୍ରହ୍ମପୁର ହୋଟେଲ ବନ୍ଦ କରି ବଡ଼ଭାଇ ସତ୍ୟନାରାୟଣ ଦାସ ଉଭାନ୍ ଥିଲେ । ଆଜି ତାଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ । ସତ୍ୟନାରାୟଣଙ୍କୁ ଜେରାର କିଛି ଘଣ୍ଟା ପରେ ତାଙ୍କୁ ଉଠାଇ ନେଇଛି । ତେବେ କ୍ରାଇମବ୍ରାଞ୍ଚ ତାଙ୍କୁ କୁଆଡ଼େ ନେଇଛି ତାହା ଜଣାପଡ଼ିନି ।

ସୂଚନାଯୋଗ୍ୟ, ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡି ଅଧିକାରୀ ଥିଲେ ନବଙ୍କୁ ଗୁଳି କରି ହତ୍ୟା କରିଥିବା ଏଏସ୍‌ଆଇ ଗୋପାଳ ଦାସ। ସେହି ବ୍ରଜରାଜନଗରରେ ଗୋପାଳଙ୍କ ଭାଇ ଏକ ହୋଟେଲ କରିଥିଲେ । ପ୍ରାୟ ମାସେ ହେଲା ଏହି ହୋଟେଲ ଖୋଲିଥିଲେ । ନାଁ ରଖିଥିଲେ ବ୍ରହ୍ମପୁର ହୋଟେଲ । ଏଠାରେ ଆଚାର ପାମ୍ପଡ଼ ମଧ୍ୟ ବିକ୍ରି କରୁଥିଲେ । ଆଶ୍ଚର୍ଯ୍ୟର କଥା ହେଲା ଶନିବାର ଯାଏ ଏହି ହୋଟେଲ ଖୋଲା ଥିଲା । କିନ୍ତୁ ରବିବାର ଦିନରୁ ହିଁ ବନ୍ଦ ରହିଛି । ସଂଯୋଗର କଥା ହେଲା ସେହି ରବିବାର ଦିନ ପ୍ରାୟ ୧୨ଟା ୧୫ ମିନିଟରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ ଗୋପାଳ ଦାସ ।

ଅଧିକ ପଢ଼ନ୍ତୁ: ମାନସିକ ରୋଗରେ ଆକ୍ରାନ୍ତ ଥିଲେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ASI ଗୋପାଳ ଦାସ

ଏହା କେବଳ ଏକ ସଂଯୋଗ ନାଁ ଆଉ କିଛି । ସବୁ ଦିନ ସକାଳୁ ହୋଟେଲ ଖୋଲାଯାଉଥିବା ବେଳେ ସେହି ଦିନ କାହିଁକି ଏହା ବନ୍ଦ କରାଯାଇଥିଲା । ଆଗରୁ ଏହା ପ୍ଲାନ କରିଥିଲେ କି ଗୋପାଳ ଦାସ । ହୋଟେଲକୁ ବନ୍ଦ କରିବାକୁ କହି ଭାଇକୁ ଘରକୁ ପଠାଇ ଦେଇଥିଲେ କି ? ନବ ଦାସଙ୍କୁ ଗୁଳି କରିବାକୁ ଯୋଜନା କରି ଏପରି ସେ କରିଥିଲେ କି ? କାରଣ ଭାଇଙ୍କ ହୋଟେଲକୁ ନିୟମିତ ଯାଉଥିଲେ ASI ଗୋପାଳ ଦାସ । ଭାଇଙ୍କ ହୋଟେଲରେ ନିୟମିତ ବସାଉଠା କରୁଥିଲେ ।

ଅନ୍ୟପଟେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରାଯାଇଛି । କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ରିପୋର୍ଟ । ରିପୋର୍ଟ ଦିଆଯାଇଥିବା କହିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ସେପଟେ ଏହି ମାମଲାରେ ନବ ଦାସଙ୍କ PSO ଓ ଡ୍ରାଇଭରଙ୍କୁ ଜେରା କରାଯାଇଛି । ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ବି ଜେରା କରିଛି କ୍ରାଇମ୍‌ବ୍ରାଞ୍ଚ ।