Advertisment

Sahadeb Nayak Murder Case: ସହଦେବ ନାୟକ ହତ୍ୟାକାଣ୍ଡ ମାମଲା, ମାଟିରେ ମିଶିଲା ଅଭିଯୁକ୍ତଙ୍କ ଘର

ବିଏମସି ସ୍କ୍ବାଡ ଘର ଭାଙ୍ଗିବା ପାଇଁ ପହଞ୍ଚିଥିବା ବେଳେ ରାଜାର ପରିବାର ଲୋକ ଘରୁ ବାହାରି ନ ଥିଲେ। ପରେ ପୋଲିସ ସହାୟତାରେ ସେମାନଙ୍କୁ ବାହାର କରାଯିବା ପରେ ଘରକୁ ମାଟିରେ ମିଶା ଯାଇଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
house

house

ପୋଲିସ ମିତ୍ର ସହଦେବ ନାୟକଙ୍କୁ ଦିନ ଦ୍ବିପ୍ରହରରେ ହତ୍ୟା କରାଯାଇଥିବା ବେଳେ ଶୁକ୍ରବାର ଅଭିଯୁକ୍ତଙ୍କ ଘରକୁ ମାଟିରେ ମିଶାଇଛି ବିଏମସି। ଶୁକ୍ରବାର ବିଏମସି ପକ୍ଷରୁ ଅଭିଯୁକ୍ତଙ୍କ ଘର ଭାଙ୍ଗିବା ପାଇଁ ଜେସିବି ସହିତ ପହଞ୍ଚି ଘରକୁ ମାଟିରେ ମିଶାଇଥିଲା। ହତ୍ୟାକାଣ୍ଡର ଅଭିଯୁକ୍ତ ରାଜା ନାଏକ ଫେରାର ଥିବା କାରଣରୁ ପୋଲିସ ତାକୁ ପଳାତକ ଘୋଷଣା କରିଥିଲା।

Advertisment

ଅଧିକ ପଢ଼ନ୍ତୁ: ଇଞ୍ଜିନିୟରିଂ ପାଠର ବିକଳ ଚିତ୍ର; ଅଧା ପିଲାଙ୍କୁ ମିଳୁନି ଚାକିରି

ବିଏମସି ସ୍କ୍ବାଡ ଘର ଭାଙ୍ଗିବା ପାଇଁ ପହଞ୍ଚିଥିବା ବେଳେ ରାଜାର ପରିବାର ଲୋକ ଘରୁ ବାହାରି ନ ଥିଲେ। ପରେ ପୋଲିସ ସହାୟତାରେ ସେମାନଙ୍କୁ ବାହାର କରାଯିବା ପରେ ଘରକୁ ମାଟିରେ ମିଶା ଯାଇଥିଲା।

୨୦୨୫, ୮ ଜାନୁୟାରୀ, ମଙ୍ଗଳବାର। ସ୍ଥାନ ରସୁଲଗଡ଼-ବାଣୀବିହାର ଓଭରବ୍ରିଜ୍। ଦିନ ବେଳେ ଲୋକଙ୍କ ଆଖି ସାମ୍ନାରେ ବୀଭତ୍ସ ଭାବେ ସହଦେବ ନାଏକଙ୍କୁ କରାଯାଇଥିଲା ହତ୍ୟା। ହତ୍ୟାକାଣ୍ଡର ରୂପରେଖ ସଂପର୍କରେ ପୋଲିସ ଆଗରେ ସବୁ ବଖାଣିଥିଲା ଅନ୍ୟତମ ଡ୍ରଗ୍ସ କୁଇନ୍ ଲିପିକା ନାଏକ। ନିଜକୁ ପୁରୁଷ ବେଶରେ ସଜାଇଥିଲା, ଆଉ ସହଯୋଗୀଙ୍କ ସହ ମିଶି ସହଦେବଙ୍କୁ ଖଣ୍ଡାରେ ହାଣି ମୁଣ୍ଡ-ଗଣ୍ଡି ଅଲଗା କରିବା ପରେ ହାତ ହତିଆର୍ ଧରି ବାଇକରେ ଖସି ପଳାଇଥିଲା।

Advertisment

ରମା ଓ ଲିପିକା ଧରା ପଡିଥିବା ବେଳେ ରାଜା ନାଏକ କିନ୍ତୁ ଫେରାର ରହିଛି। ପଳାତକ ଘୋଷଣା କରିବା ପରେ ବିଏମସି ସହାୟତାରେ ଘର ଉପରେ ବୁଲଡୋଜର ଚଲାଯାଇଛି।

ଅଧିକ ପଢ଼ନ୍ତୁ: ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା; ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

Bhubaneswar BMC Bhubaneswar Murder
Advertisment
Advertisment