Advertisment

Child Selling: କାନ୍ଦୁଛି ଜେଜେମା', ମାତ୍ର ୨୦ ହଜାର ଲୋଭରେ ବୋହୂ ଘଟାଇଛି ଏମିତି କାଣ୍ଡ

୭ ବର୍ଷର ନାତିକୁ ଝୁରି ଝୁରି ଜେଜେମା' ବିକଳ ହେଉଛି । ମୋ ନାତିକୁ କେଉଁଠି ବିକିଛ କୁହ, ମୋ ନାତିକୁ ମୋତେ ଦିଅ ବୋଲି କହୁଛି । ଖାଇବାକୁ ପାଇଲାନି କହି ବୋହୂ ମାତ୍ର ୨୦ ହଜାର ଟଙ୍କାରେ ନାତିକୁ ବିକି ଦେଇଥିବା ଅଭିଯୋଗ ।

author-image
Namita Biswal
ଅଦ୍ୟତନ ହୋଇଛି
undefined

child sale

୭ ବର୍ଷର ନାତିକୁ ଝୁରି ଝୁରି ଜେଜେମା' ବିକଳ ହେଉଛି । ମୋ ନାତିକୁ କେଉଁଠି ବିକିଛ କୁହ । ମୋ ଘର କୂଳଦୀପ କେଉଁଠି ଅଛି ମୋତେ ଆଣିକି ଦିଅ । ମୋ ବଂଶ ବୁଡିଯିବ । ମୋ ପୁଅ ସହ ଗଣ୍ଡଗୋଳ କରି ନାତିକୁ ଧରି ବୋହୂ ୩ ବର୍ଷ ହେଲାଣି ଘର ଛାଡି ତା ବାପା ଘରେ ରହୁଥିଲା । ଏମିତି କି ଅଭାବ ଦେଖାଦେଲା ଯେ ନାତିକୁ ୨୦ ହଜାର ଟଙ୍କାରେ ବିକିଦେଲା । ବୋହୂକୁ ପଚାରିଲେ କହୁଛି ମୋ ଦେହ ଯିଏ ଭଲ କଲା ମୁଁ ତାକୁ ବିକିଛି । ମୁଁ ଜନ୍ମ କରିଥିଲି ବିକିଲି, ତୁମର କ’ଣ ଗଲା ବୋଲି କହି ପାଲଟା ଧମକ ଦେଉଛି ବୋଲି ଜେଜେମା କାନ୍ଦି କାନ୍ଦି ତଳେ ଲୋଟି ପଡୁଛି ।

Advertisment

ସ୍ୱାମୀ ପ୍ରଶାନ୍ତ ମଧ୍ୟ ନିଜ ପୁଅ କଥା ଭାବି ଅଥୟ ହେଉଛନ୍ତି । କହୁଛନ୍ତି ଯେ, କାହାକୁ ବିକିଲା ମୋ ପୁଅକୁ ମୋ ସ୍ତ୍ରୀ କିଛି କହୁନି । ଜିଲ୍ଲା ପ୍ରଶାସନକୁ ମୋର ଏତିକି ଅନୁରୋଧ ମୋ ପୁଅକୁ ମୋତେ ଫେରାଇ ଦିଆଯାଉ । ମୋତେ ଯେତେ କଷ୍ଟ ହେଲେ ବି ମୁଁ ତାକୁ ପାଳିବି । କାମ କରିବାକୁ ବାହାରକୁ ଯାଇଥିବା ବେଳେ ମୋ ସ୍ତ୍ରୀ ଏଭଳି କାଣ୍ଡ କରିଛି ବୋଲି ଅଭିଯୋଗ କରିଛନ୍ତି ଶିଶୁର ବାପା । 

ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ R&B ଡିଭିଜନ ଯନ୍ତ୍ରୀ, ୮ଟି ସ୍ଥାନରେ ରେଡ୍

ଯାଜପୁର ଟାଉନ ଥାନା ବଡ଼ସୁଆର ଗାଁରେ ଶିଶୁ ବିକ୍ରି ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ କରୁଛନ୍ତି ଶିଶୁ ସୁରକ୍ଷା ବିଭାଗ ।  କାହିଁକି ତା' ନିଜ ଛୁଆକୁ ବିକିଲା ମା' ? କି ଅଭାବ ତାକୁ ବାଧ୍ୟ କଲା ଛୁଆ ବିକିବାକୁ ? କେଉଁଠି ଓ କାହାକୁ ଛୁଆକୁ ବିକିଲା ମୁହଁ ଖୋଲୁନି କାହିଁକି ମା' । ଏ ନେଇ ଶିଶୁ ବିକ୍ରି କରିଥିବା ମହିଳାଙ୍କ ପ୍ରତିକ୍ରିୟା ମିଳିପାରିନି । ହେଲେ ଏଇଠି ଗୋଟିଏ କଥା ସାମ୍ନାକୁ ଆସୁଛି ଯେ, ଏତେ ସବୁ ସରକାରୀ ଯୋଜନା ପରେ ଶିଶୁ ବିକ୍ରି ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ନିଶ୍ଚୟ । 

Advertisment
Odisha News Child Sale
Advertisment
Advertisment