Advertisment

Suspicious Death in Bhubaneshwar: OYOରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା; ପୁରୁଷବନ୍ଧୁଙ୍କୁ ଅଟକ ରଖି ପୋଲିସର ତଦନ୍ତ

ଛାତରୁ ପଡ଼ି ନୁହେଁ, ଝିଅକୁ ଛାତରୁ ଠେଲିଦେଇ ହତ୍ୟା କରାଯାଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ମାଆ। ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା ପରେ ଝିଅକୁ ଠେଲି ଦେଇ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Suspicious Death in Bhubaneshwar

Suspicious Death in Bhubaneshwar

ଭୁବନେଶ୍ବରର ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମାଆଙ୍କ ଚାଞ୍ଚଲ୍ୟକର ବୟାନ । ଛାତରୁ ପଡ଼ି ନୁହେଁ, ଝିଅକୁ ଛାତରୁ ଠେଲିଦେଇ ହତ୍ୟା କରାଯାଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ମାଆ। ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା ପରେ ଝିଅକୁ ଠେଲି ଦେଇ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ଦାବି କରିଛନ୍ତି ମୃତକଙ୍କ ମାଆ । 

Advertisment

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଜାଗମରା ସ୍ଥିତ ଏକ ହୋଟେଲ ଛାତରୁ ପଡି ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ମୃତ ଯୁବତୀ ନୟାଗଡ଼ର ସୋନାଲି ମହାପାତ୍ର। ସେ ଫାଇନାନ୍ସ କମ୍ପାନୀରେ ଚାକିରି କରୁଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁରୁଷ ବନ୍ଧୁ ବିଭୂତି ପ୍ରତିହାରୀଙ୍କୁ ଅଟକ ରଖି ତଦନ୍ତ କରୁଛି । 

ଅଧିକ ପଢ଼ନ୍ତୁ: ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କ ବେପାର ନିଶାକୁ ଦେଖି ତାଜୁବ୍ ଭିଜିଲାନ୍ସ: ତିନି ତିନିଟି ଫ୍ୟାକ୍ଟ୍ରି ଠାବ 

Advertisment

ଅନ୍ୟପଟେ  ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଲୋମଟାଙ୍କୁରା ହତ୍ୟାକାଣ୍ଡ। ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଅଭିଯୁକ୍ତମାନେ ଆପଣାଇଲେ ଫିଲ୍ମ ଷ୍ଟାଇଲ୍ ଫର୍ମୁଲା। ତାଳଚେର ଲାଙ୍ଗିଜୋଡ଼ାର ବିଶ୍ବଜିତ ନାଏକ ଗତମାସ ୨୭ ତାରିଖରୁ ନିଖୋଜ ହେବା ଏବଂ ୮ ଦିନ ପରେ ରାସ୍ତାକଡ଼ ନାଳରୁ ଗଳିତ ମୃତଦେହ ଓ ସ୍କୁଟି ଜବତ ହେବା ଘଟଣାରେ, ବଡ଼ ଖୁଲାସା କରିଛି ପୋଲିସ।

ତଦନ୍ତରୁ ଜଣାପଡ଼ିଛି ଯେ, ଆନନ୍ଦ ନାଏକ ଓ ସତ୍ୟପ୍ରକାଶ ନାଏକ ନାମକ ୨ ଅଭିଯୁକ୍ତ ବେନାମୀ ମୋବାଇଲ୍ ସିମ୍ କାର୍ଡ କିଣି ବିଶ୍ବଜିତଙ୍କୁ ଫୋନ କରି ଡକାଇଥିଲେ ଏବଂ ପ୍ରେମଜନିତ ବିବାଦକୁ ନେଇ କିଛି ସହଯୋଗୀଙ୍କ ସହ ମିଶି ନିର୍ମମ ହତ୍ୟା କରିଥିଲେ। ସେମାନେ ବିଶ୍ବଜିତଙ୍କୁ ଏକ କାରରେ ବସାଇ ଦେଉଳବେଢ଼ା ଗ୍ରୀନଗ୍ରାସ୍ ଷ୍ଟାଡିୟମ ପାଖରୁ ଏକଡାଳ ଗାଁ ଜଙ୍ଗଲକୁ ନେଇଥିଲେ । ଏହାପରେ ଶିବରାମପୁର ଗାଁ ପାଖକୁନେଇ ଏକ କୋଇଲା ବୋଝେଇ ଟ୍ରକ୍ ପଛ ଚକାତଳେ ତାଙ୍କୁ ଶୁଆଇ ଦେଇଥିଲେ। ଟ୍ରକ୍ ଡ୍ରାଇଭର ଶୋଇଥିବା ବେଳେ, ତାକୁ ଉଠାଇ ଆତଙ୍କିତ କରିବାରୁ ସେ ତରବରିଆ ଭାବେ ଟ୍ରକ୍ ନେଇ ପଳାଇଯାଇଥିଲା । ଫଳରେ ବିଶ୍ବଜିତଙ୍କ ମୁଣ୍ଡ ଉପରେ ଟ୍ରକ୍ ଚକା ଚଢ଼ି ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଅଭିଯୁକ୍ତମାନେ ମୃତଦେହ ଓ ସ୍କୁଟିକୁ ପାଖ ନାଳରେ ଫିଙ୍ଗିଦେଇଥିଲେ।

Bhubaneswar Suspicious Death
Advertisment
Related Articles
Advertisment